ETV Bharat / sports

ଆଇପିଏଲ ଟକ୍କର; ଆଜି କୋହଲି-ଧୋନୀ ଲଢେଇ

ଆଜି ଆଇପିଏଲ ଡବଲହେଡର ଟକ୍କର । ପଏଣ୍ଟ ଟେବୁଲ ଶୀର୍ଷରେ ଥିବା କୋହଲି ବାହାନୀ ଓ ଦ୍ବିତୀୟରେ ଧୋନୀବାହିନୀ ଭିତରେ ହେବ ପ୍ରଥମ ମୁକାବିଲା । ଅଧିକ ପଢନ୍ତୁ...

author img

By

Published : Apr 25, 2021, 9:25 AM IST

ଆଇପିଏଲ ଟକ୍କର; ଆଜି କୋହଲି-ଧୋନୀ ଲଢେଇ
ଆଇପିଏଲ ଟକ୍କର; ଆଜି କୋହଲି-ଧୋନୀ ଲଢେଇ

ମୁମ୍ବାଇ: ଚଳିତ ଆଇପିଏଲରେ ଆଜି ଅପରାହ୍ନରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଆଇପିଏଲରେ ଦମଦାର ପ୍ରର୍ଦଶନ କରି ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଆରସିବି ଓ ଦ୍ବିତୀୟରେ ଥିବା ସିଏସକେ ମଧ୍ୟରେ ହେବ କଡା ଟକ୍କର । ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ଥିବା ବିରାଟ କୋହଲି ଓ ପୂର୍ବତନ ଅଧିନାୟକ ଏମ. ଏସ ଧୋନୀଙ୍କ ଭିତରେ ହେବ କଡ୍ଡା ଟକ୍କର ।

ଚଳିତ ଆଇପିଏଲରେ ଆରସିବି ଚାରୋଟିରୁ ଚାରୋଟି ଯାକ ମ୍ୟାଚକୁ ଜିତି ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି । ଏ ପଟେ ଚେନ୍ନାଇ ଚାରୋଟି ମ୍ୟାଚରୁ ତିନୋଟି ମ୍ୟାଚରୁ ଚାରୋଟି ଜିତି ପଏଣ୍ଟ ଟେବୁଲ ଦ୍ବିତୀୟରେ ରହିଛି । ଉଭୟ ଦଳ ଆଇପିଏଲରେ ଭଲ ପ୍ରର୍ଦଶନ ଜାରି ରଖିଛନ୍ତି ।

ଆରସିବି ତାର ଶେଷ ମ୍ୟାଚ ରାଜସ୍ଥାନ ରୟାଲ୍ସ ସହିତ ଖେଳିଥିଲା । ବିନା ୱିକେଟ ହରାଇ ମ୍ୟାଚକୁ ହାତେଇଥିଲା ଆରସିବି । ବାଙ୍ଗାଲୋରର ଯୁବ ଖେଳାଳି ଦେବଦତ୍ତ ପାଡିକର ଓ କୋହଲିଙ୍କର ଦାମଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ପାଡିକର ଅପରାଜିତ ଶତକ ହାସଲ କରିଥିଲେ । ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗସ ତାର ଶେଷ ମ୍ୟାଚରେ କେକେଆରକୁ ଭେଟିଥିଲା । ଦମଦାର ପ୍ରର୍ଦଶନ କରି 18ରନରେ କୋଲକାତାକୁ ପରାସ୍ତ କରିଥିଲା ଚେନ୍ନାଇ ।

ଚଳିତ ଆପିଏଲରେ ଆରସିବି ବିସ୍ପୋରକ ବ୍ୟାଟିଂ ପ୍ରର୍ଦଶନ କରିଛି । ରାଜସ୍ଥାନ ବିପକ୍ଷରେ ଦେବଦତ୍ତ ଓ କୋହଲିଙ୍କ ଦମଦାର ବ୍ୟାଟିଂ ବାଙ୍ଗାଲୋରକୁ 10ୱିକେଟରେ ବିଜୟୀ କରିଥିଲା । ଆରିସିବିର ବ୍ୟାଟିଂ ପ୍ରତି ସିଏସକେକୁ ସର୍ତକ ରହିବାକୁ ପଡିବ । ବାଙ୍ଗଲୋରକୁ ବଡ ସ୍କୋର କରିବାକୁ ରୋକିବାକୁ ଅଛି ତ ସିଏସକେରୁ ଭଲ ବୋଲିଂ କରିବାରୁ ପଡିବ ।

ଚେନ୍ନାଇ ଦଳ ପକ୍ଷରୁ ସୁରେଶ ରାଇନା,ଅମ୍ବାତି ରାୟୁଡୁଙ୍କୁ ନେଇ ଚିନ୍ତା ରହିବ । ଦୁଇ ଓପନର ଋତୁରାଜ ଗାଇକ୍ବାର୍ଡ ଓ ଫାପ ଡୁପ୍ଲେସିସ ଭଲ ପ୍ରର୍ଦଶନ କରିଛନ୍ତି । ସେମାନ ଏହି ମ୍ୟାଚରେ ମଧ୍ୟ ଭଲ ପ୍ରର୍ଦଶନ କରିବେ ବୋଲି ଆଶା କରାଯାଉଛି । ମୋଇନ ଅଲ୍ଲୀଙ୍କ ତିନି ନମ୍ବକୁ ସ୍ଥାନାନ୍ତରିତ କରାଯାଇଛି । ଏ ପଟେ ଆଜିର ମ୍ୟାଚରେ ଧୋନୀ କିଛି ଦର୍ଶକୀୟ ସଟ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି । ସିଏସକେର ରବୀନ୍ଦ୍ର ଜାଡେଜା, ବ୍ରାଭୋ ଆରସିବି ଉପରେ ପ୍ରଭାବଶାଳୀ ହୋଇପାରନ୍ତି । ସମୟ 3ଟ 30ରେ ମୁମ୍ବାଇର ୱାଙ୍ଖେଡରେ ଖେଳାଯିବ ମ୍ୟାଚ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.