ETV Bharat / sports

IPL: ମାର୍କ ବାଉଚର ମୁମ୍ବାଇ ଇଣ୍ଡିଆନ୍ସର ନୂଆ କୋଚ୍‌ - ଇଣ୍ଡିଆନ ପ୍ରିମିୟର ଲିଗ

ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ମାର୍କ ବାଉଚର (Mark Boucher) ମୁମ୍ବାଇ ଇଣ୍ଡିଆନ୍ସର (Mumbai Indians) ନୂଆ କୋଚ୍ ନିଯୁକ୍ତ ।

ମାର୍କ ବାଉଚର MIର ନୂଆ କୋଚ
ମାର୍କ ବାଉଚର MIର ନୂଆ କୋଚ
author img

By

Published : Sep 16, 2022, 5:16 PM IST

ମୁମ୍ବାଇ: ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସର(Mumbai Indians) ନୂଆ ମୁଖ୍ୟ କୋଚ୍‌ ହେଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ମାର୍କ ବାଉଚର (Mark Boucher) । ଏନେଇ ମୁମ୍ବାଇ ଇଣ୍ଡିଆନ୍ସ ଆଜି ଘୋଷଣା କରିଛି । ମାର୍କ ବାଉଚର ଏବେ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମରେ ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି । ତେବେ ସେପ୍ଟେମ୍ବର ୧୨ ତାରିଖରେ ବାଉଚର କହିଥିଲେ କି ସେ ଅକ୍ଟୋବରରେ ହେବାକୁ ଥିବା ଟି-୨୦ ବିଶ୍ବକପ ପରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ମୁଖ୍ୟ ପ୍ରଶିକ୍ଷକ ପଦରୁ ଓହରି ଯିବେ ।

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲରେ ଏକ ସଫଳ ଟିମ ଭାବରେ ପରିଗଣିତ ହୋଇଆସିଛି । ଏହି ଟିମ ଆଇପିଏଲରେ ସର୍ବାଧିକ ୫ ଥର ଆଇପିଏଲ ଟ୍ରଫି ହାସଲ କରିବାରେ ରେକର୍ଡ କରିଛି । ଶ୍ରୀଲଙ୍କା ପୂର୍ବତନ କ୍ରିକେଟର ମାହେଲା ଜୟବର୍ଦ୍ଧନେ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍‌ ରହିଥିଲେ । ତେବେ ଆଇପିଏଲର ଆଗାମୀ ସଂସ୍କରଣରେ ମୁମ୍ବାଇର ମୁଖ୍ୟ କୋଚ୍‌ କାର୍ଯ୍ୟ ତୁଲାଇବେ ଭେଟେରାନ ବାଉଚର ।

ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ମାର୍କ ବାଉଚର ୱିକେଟ କିପର ସହିତ ଜଣେ ସଫଳ କ୍ରିକେଟର ଭାବରେ ବେଶ ଜଣାଶୁଣା । କ୍ରିକେଟରୁ ଅବସର ନେବା ପରେ ସେ ଦକ୍ଷିଣ ଆଫ୍ରିକା କ୍ରିକେଟ ଫ୍ରାଞ୍ଚାଇଜରେ ପ୍ରଶିକ୍ଷକ ଭାର ସମ୍ଭାଳିଥିଲେ । ତାଙ୍କ ନେତୃତ୍ବରେ ଦଳ ୫ ଟି ଘୋରଇ ଟାଇଟଲ ହାସଲ କରିଛି । ସେହିପରି ୨୦୧୯ ମସିହାରେ ମାର୍କ ବାଉଚରଙ୍କୁ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ବ ଦିଆଯାଇଥିଲା । ତାଙ୍କ ନେତୃତ୍ବରେ ଦଳ ୧୧ ଟେଷ୍ଟ ଜିତିବା ସହିତ ୧୨ ଟି ଦିନିକିଆ ମ୍ୟାଚ ଏବଂ ୨୦ ଟି-୨୦ ମ୍ୟାଚରେ ବିଜୟ ହାସଲ କରିଛି ।

ମାର୍କ ବାଉଚର ମୁମ୍ବାଇ ଇଣ୍ଡିଆନ୍ସରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ ପରେ କହିଛନ୍ତି "ମୁମ୍ବାଇ ଇଣ୍ଡିଆନ୍ସରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ ହେବା ଏକ ସମ୍ମାନ ଏବଂ ସୌଭାଗ୍ୟର କଥା । ଏକ ଫ୍ରାଞ୍ଚାଇଜ ଦଳ ଭାବରେ ତାଙ୍କର ଇତିହାସ ଏବଂ ଉପଲବ୍ଧିଗୁଡିକ ଦଳକୁ ସ୍ପଷ୍ଟ ରୂପରେ ବିଶ୍ବରେ ତାଙ୍କ ଦଳର ଦବଦବା ରହିଛି ବୋଲି ସୂଚିତ କରିଛି । ମୁଁ ମୁମ୍ବାଇ ଇଣ୍ଡିଆନ୍ସର ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ତତ୍ପର ରହିଛି । ଏହା ସହିତ ପରିଣାମର ଆବଶ୍ୟକତାକୁ ସମ୍ମାନ ଜଣାଉଛି । ଏହି ବିଶାଳ ନେତୃତ୍ବ ଏବଂ ଖେଳାଳିମାନଙ୍କ ମଧ୍ୟରେ ଦୃଢ ଏକତା ରହିଛି । ମୁଁ ଏହି ଏକତାରେ ଏକ ଅଂଶ ହେବାକୁ ତତ୍ପର ରହିଛି ।"

ଏନେଇ ରିଲାଏନ୍ସ ଜିଓ ଇନଫୋକୋମ ଚେୟାରମ୍ୟାନ ଆକାଶ ଆମ୍ବାନୀ କହିଛନ୍ତି "ମୁମ୍ବାଇ ଇଣ୍ଡିଆନ୍ସକୁ ମାର୍କ ବାଉଚରଙ୍କର ସ୍ବାଗତ ଖୁସିର କଥା । ମଇଦାନରେ ନିଜର ଅଭିଜ୍ଞତା ସହିତ ଆଉ ଏକ ପ୍ରଶିକ୍ଷକ ଭାବରେ ଆମ ଦଳକୁ ବିଜୟର ମୁକୁଟ ପିନ୍ଧାଇବା ପାଇଁ ମାର୍ଗଦର୍ଶନ କରିବେ । ଏହା ସହିତ ମୁମ୍ବାଇ ଇଣ୍ଡିଆନ୍ସର ମୂଲ୍ୟକୁ ଆଗକୁ ବଢାଇବେ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.