ETV Bharat / sports

ନଭେମ୍ବର ପର୍ଯ୍ୟନ୍ତ ଲଙ୍କା ପ୍ରିମିୟର ଲିଗ 2021 ସ୍ଥଗିତ - LPL 2021

ଶ୍ରୀଲଙ୍କା କ୍ରିକେଟ ବୋର୍ଡର ଟି20 ଫ୍ରାଞ୍ଚାଇଜ ଲିଗ ଲଙ୍କା ପ୍ରିମିୟର ଲିଗ(LPL) ନଭେମ୍ବର ପର୍ଯ୍ୟନ୍ତ ସ୍ଥଗିତ । ଅଧିକ ପଢନ୍ତୁ...

LPL postponed due to lack of foreign players
ନଭେମ୍ବର ପର୍ଯ୍ୟନ୍ତ ଲଙ୍କା ପ୍ରିମିୟର ଲିଗ 2021 ସ୍ଥଗିତ
author img

By

Published : Jul 9, 2021, 9:00 PM IST

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ ବୋର୍ଡର ଟି20 ଫ୍ରାଞ୍ଚାଇଜ ଲିଗ ଲଙ୍କା ପ୍ରିମିୟର ଲିଗ(LPL) ନଭେମ୍ବର ପର୍ଯ୍ୟନ୍ତ ସ୍ଥଗିତ । ବିଦେଶୀ ଖେଳାଳିଙ୍କ ଅନୁପସ୍ଥିତି କାରଣରୁ ଏହି ମେଗା ଟି20 ଲିଗର ପୂର୍ବ ନିର୍ଦ୍ଧାରିତ ସୂଚୀରେ ପରିବର୍ତ୍ତନ ହୋଇଛି । ଚଳିତ ମାସ 29ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ନେଇ ସୂଚୀ ରହିଥିଲା, ମାତ୍ର ଏହା ଏବେ ନଭେମ୍ବର 19ରୁ ଡିସେମ୍ବର 12 ମଧ୍ୟରେ ଖେଳାଯିବ ।

"29 ଜୁଲାଇ 2021ରୁ ଆରମ୍ଭ ହେବାକୁ ଥିବା ଲଙ୍କା ପ୍ରିମିୟର ଲିଗ 2021 ସଂସ୍କରଣ ସ୍ଥଗିତ ହେବା ସହ ନଭେମ୍ବର 19ରୁ ଡିସେମ୍ବର 12ପର୍ଯ୍ୟନ୍ତ ଆୟୋଜନ ହେବା ନେଇ ପୁନଃସୂଚୀ ସ୍ଥିର ହୋଇଛି ।" ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଘୋଷଣା କରିଛି ।

ଲଙ୍କା ପ୍ରିମିୟର ଲିଗର ପରିଚାଳନା ପରିଷଦ ଅଧିକ ସଂଖ୍ୟକ ବିଦେଶୀ ଖେଳାଳିଙ୍କ ଉପସ୍ଥିତିକୁ ନଜରରେ ପରିବର୍ତ୍ତିତ ସୂଚୀ ସ୍ଥିର କରିଛନ୍ତି । କାରବିୟନ ପ୍ରିମିୟର ଲିଗ ଓ ଅନ୍ୟ ଅନ୍ତର୍ଜାତୀୟ ସିରିଜ ଯୋଗୁଁ ଅନେକ ଖେଳାଳି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଅସମର୍ଥ ଦର୍ଶାଇଛନ୍ତି । ଫଳରେ ଏହାକୁ ନଜରରେ ରଖି LPL ଆୟୋଜକ ଟୁର୍ଣ୍ଣାମେଣ୍ଟ ନଭେମ୍ବର ପର୍ଯ୍ୟନ୍ତ ସ୍ଥଗିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.