ETV Bharat / sports

INDvsBAN: ତୃତୀୟ ଦିନିକିଆରେ ଖେଳିବେନି 3 ଖେଳାଳି, ସାମିଲ ହେଲେ କୂଲଦୀପ ଯାଦବ

author img

By

Published : Dec 9, 2022, 4:34 PM IST

ବାଂଲାଦେଶ ବିପକ୍ଷ ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ତିନି ଜଣ ଖେଳାଳି ଏକାଥରକେ ଆହତ ହୋଇଛନ୍ତି । ତାଙ୍କ ବଦଳରେ ତୃତୀୟ ଦିନିକିଆ ପାଇଁ ବୋର୍ଡ ଚୟନ କମିଟି କୂଲଦୀପ ଯାଦବଙ୍କୁ ସାମିଲ କରିଛି । ଅଧିକ ପଢନ୍ତୁ

INDvsBAN : ତୃତୀୟ ଦିନିକିଆରେ ଖେଳିବେନି 3 ଖେଳାଳି, ସାମିଲ ହେଲେ କୂଲଦୀପ ଯାଦବ

ହାଇଦ୍ରାବାଦ: ପିଛା ଛାଡୁନି ଭାରତୀୟ କ୍ରିକେଟ ଟିମର ଆହତ ସମସ୍ୟା । ବାଂଲାଦେଶ ବିପକ୍ଷ ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ତିନି ଜଣ ଖେଳାଳି ଏକାଥରକେ ଆହତ ହୋଇଛନ୍ତି । ଯେଉଁ କାରଣରୁ ସେମାନେ ତୃତୀୟ ଦିନିକିଆ ଖେଳିବେ ନାହିଁ । ତାଙ୍କ ବଦଳରେ ତୃତୀୟ ଦିନିକିଆ ପାଇଁ ବୋର୍ଡ ଚୟନ କମିଟି କୂଲଦୀପ ଯାଦବଙ୍କୁ ସାମିଲ କରିଛି ।

ଘରୋଇ ବାଂଲାଦେଶ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ ଜାରି ରହିଛି । ଡିସେମ୍ବର 10 ତାରିଖରେ ତୃତୀୟ ତଥା ଅନ୍ତିମ ଦିନିକିଆ ଖେଳାଯିବ (IND vs BAN 3rd ODI) । ଆହତଜନିତ ସମସ୍ୟା ପାଇଁ ତିନି ଜଣ ଖେଳାଳିଙ୍କୁ ବାଦ ଦିଆଯାଇଛି । ଅଧିନାୟକ ରୋହିତ ଶର୍ମା, ଦ୍ରୁତ ବୋଲର ଦୀପକ ଚହର ଓ କୂଲଦୀପ ସେନ ଅନ୍ତିମ ଦିନିକିଆ ଖେଳିବେ ନାହିଁ । ଏହି ତିନି ଖେଳାଳି ମୁମ୍ବାଇ ଫେରି ଆସିଛନ୍ତି । ବିଷେଶଜ୍ଞ ସେମାନଙ୍କର ଆହତର ଯାଞ୍ଚ କରିବେ । ତେବେ ବୋର୍ଡ ଚୟନ କିମିଟି ସ୍ପିନ୍ ବୋଲର କୂଲଦୀପ ଯାଦବକୁ ତୃତୀୟ ଦିନିକିଆ ପାଇଁ ଭାରତୀୟ ଦଳରେ ସାମିଲ କରିଛି ।

ଭାରତୀୟ ଅଧିନାୟକ ରୋହିତ ଶର୍ମା ବୁଧବାର ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଆହତ ହୋଇଥିଲେ । କ୍ୟାଚ ଧରିବାକୁ ଯିବା ସମୟରେ ତାଙ୍କ ବାମ ହାତରେ ଆଘାତ ଲାଗିଥିଲା । ସେହିପରି ଫାଷ୍ଟ ବୋଲର ଦୀପକ ଚହର ଓ କୂଲଦୀପ ସେନଙ୍କ ଆହତ ସମସ୍ୟା ଜଣା ପଡିବା ପରେ ତାଙ୍କୁ ଦଳରୁ ବାଦ ଦିଆଯାଇଛି । ଏହି ଦୁଇ ଜଣ ଖେଳାଳି ଆହତ ସେମାନଙ୍କ ଆହତ ସମସ୍ୟା ନେଇ ସେମାନେ NCAରେ ରିପୋର୍ଟ କରିବେ । ଏବଂ ସୁସ୍ଥ ହେବା ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ।

ସେପଟେ ପ୍ରଥମ ଦୁଇ ମ୍ୟାଚ ଜିତି ଆଗୁଆ ସିରିଜ ହାତେଇଛି ବାଂଲାଦେଶ । ଭ୍ରମଣକାରୀ ଦଳ ଭାରତ ସମ୍ମାନରକ୍ଷା କରିବା ପାଇଁ ତୃତୀୟ ଦିନିକିଆ ଜିତିବାକୁ ଚେଷ୍ଟା କରିବ । ସିରିଜରେ ତୃତୀୟ ଦିନିକିଆ ଚଟ୍ଟଗାଓଁରେ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.