ETV Bharat / sports

29 ବର୍ଷରେ ପାଦ ଥାପିଲେ ଚାଇନାମ୍ୟାନ କୁଳଦୀପ

author img

By ETV Bharat Odisha Team

Published : Dec 14, 2023, 3:31 PM IST

Kuldeep Yadavs Birthday: ଆଜି ଚାଇନାମ୍ୟାନ କୁଳଦୀପ ଯାଦବଙ୍କ ଜନ୍ମଦିନ । ଟ୍ବିଟ କରି ଶୁଭେଚ୍ଛା ଜଣାଇଲା ବିସିସିଆଇ। ଅଧିକ ପଢନ୍ତୁ

Kuldeep Yadavs Birthday
Kuldeep Yadavs Birthday

ହାଇଦ୍ରାବାଦ: ଭାରତୀୟ ଷ୍ଟାର ସ୍ପିନର କୁଳଦୀପ ଯାଦବଙ୍କ ଆଜି ଜନ୍ମଦିନ । 29 ବର୍ଷରେ ପାଦ ଥାପିଛନ୍ତି ଚାଇନାମ୍ୟାନ କୁଳଦୀପ । କ୍ରିକେଟର ସମସ୍ତ ଫର୍ମାଟରେ ଦମଦାର ପ୍ରଦର୍ଶନ କରି ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କୁଳଦୀପ । ଦିନିକିଆ ହେଉ କି ଟେଷ୍ଟ ବା ଟି ଟ୍ବେଣ୍ଟି ସମସ୍ତ ଅନ୍ତର୍ଜାତୀୟ ମ୍ୟାଚରେ ସେ ତାଙ୍କ ବେଷ୍ଟ ଦେଇଛନ୍ତି । ଆଜି ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଚଳିତ ବିଶ୍ବକପରେ 15ଟି ଓ୍ବିକେଟ ନେଇଥିଲେ କୁଳଦୀପ । 2014 ଆଇସିସି ଅଣ୍ଡର 19 ବିଶ୍ବକପ୍‌ରେ ସେ ସ୍କଟଲ୍ୟାଣ୍ଡ ବିପକ୍ଷରେ ହ୍ୟାଟିକ ଓ୍ବିକେଟ ନେଇ ଚର୍ଚ୍ଚାକୁ ଆସିଥିଲେ । ବିସିସିଆଇ ପକ୍ଷରୁ ଚାଇନାମ୍ୟାନ କୁଳଦୀପ ଯାଦବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଯାଇଛି । ବହୁ ଭାରତୀୟ ଖେଳାଳି ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

1994 ଡିସେମ୍ବର 14 ତାରିଖରେ ଉତ୍ତରପ୍ରଦେଶରେ କାନପୁରରେ ଜନ୍ମ ଗ୍ରହଣ କରିଥିଲେ ଷ୍ଟାର ସ୍ପିନର କୁଳଦୀପ । ସେ ଜଣେ ବାମହାତୀ ଲେଗ ସ୍ପିନର । ସେ 2017ରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଥିଲେ । ସେହି ବର୍ଷ ସେ ଦିନିକିଆ, ଟେଷ୍ଟ ଓ ଟି ଟ୍ବେଣ୍ଟି ଖେଳିଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ । 2021ରେ ସେ ଆହତ ହେବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖେଳ ଠାରୁ ଦୂରରେ ରହିଥିଲେ । ସୁସ୍ଥ ହେବା ପରେ ପୁଣି ଥରେ ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- କୁଳଦୀପ ୱିକେଟ ନେବା ଖୁସିର କଥା: ଇରଫାନ

କୁଳଦୀପ ଯାଦବ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 142 ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳି 254 ଓ୍ବିକେଟ ହାତେଇଛନ୍ତି । ସେ ଭାରତର ପ୍ରଥମ ବୋଲର ଯିଏକି ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ଦୁଇ ଥର ହ୍ୟାଟ୍ରିକ ଓ୍ବିକେଟ ନେଇଛନ୍ତି । 2012ରେ ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ହୋଇଥିଲେ । କିନ୍ତୁ ତାଙ୍କୁ ଖେଳିବାର ସୁଯୋଗ ମିଳିନଥିଲା । ଏହାପରେ 2014ରେ ସେ କୋଲକତା ନାଇଟ ରାଇଡର୍ସ ପକ୍ଷରୁ ଖେଳିଥିଲେ । ସେହି ଦିନ ଠାରୁ ପ୍ରଫେସନାଲ କ୍ରିକେଟର ଭାବେ ଖେଳି ଆସୁଛନ୍ତି । 2021 ଆଇପିଏଲରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ 28 ମ୍ୟାଚ ଖେଳି ବର୍ତ୍ତମାନ ପର୍ଯ୍ୟନ୍ତ 31ଟି ଓ୍ବିକେଟ ନେଇଛନ୍ତି । ଚଳିତ ବର୍ଷ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ 1 ଟି ମ୍ୟାଚ ଖେଳି 15 ୱିକେଟ୍ ନେଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.