ETV Bharat / sports

Ind Vs Sa 1st ODI: ବିଦେଶରେ ସର୍ବାଧିକ ଦିନିକିଆ ରନ, ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି

author img

By

Published : Jan 19, 2022, 10:05 PM IST

ପୁଣି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି । ବିଦେଶରେ ଭାରତୀୟ ଭାବେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ସର୍ବାଧିକ ରନ୍‌ ହାସଲ କରିଛନ୍ତି କୋହଲି । ଅଧିକ ପଢ଼ନ୍ତୁ

Ind Vs Sa 1st ODI:  ଭାଙ୍ଗିଲା ସଚିନଙ୍କ ରେକର୍ଡ, ବିଦେଶରେ ଦିନିକିଆରେ କୋହଲିଙ୍କ ସର୍ବାଧିକ ରନ୍‌

ପାର୍ଲ: ପୁଣି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି । ବିଦେଶରେ ଭାରତୀୟ ଭାବେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ସର୍ବାଧିକ ରନ୍‌ ହାସଲ କରିଛନ୍ତି କୋହଲି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ କୋହଲି ଏହି ଉପଲବ୍ଧି ହାସଲ କରିଛନ୍ତି ।

ବିଦେଶରେ ସଚିନ ତେନ୍ଦୁଲକର ଦିନିକିଆ ମ୍ୟାଚ୍‌ରେ ୫୦୬୫ ରନ୍‌ କରିଥିଲେ । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କୋହଲି ୯ ରନ୍‌ କରିବା ପରେ ସଚିନ୍‌ଙ୍କ ଏହି ରେକର୍ଡକୁ ଭାଙ୍ଗିଛନ୍ତି । ଏହି ମ୍ୟାଚ୍‌ରେ ୭ ବର୍ଷରେ ପ୍ରଥମ ଥର ପାଇଁ ଜଣେ ପୂର୍ଣ୍ଣ ବ୍ୟାଟର ଭାବରେ ଖେଳୁଛନ୍ତି ବିରାଟ କୋହଲି ।

ବର୍ତ୍ତମାନ ଭାରତ ୨୯୭ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ଅଧିନାୟକ ଟେମ୍ବା ବାବୁମା ଓ ରାଶି ଭାନ ଡେର ଡୁସେନଙ୍କ ଶତକ ବଳରେ ଦଳ ୨୯୬ ରନ୍‌ କରିଥିଲା । ସେପଟେ ଭାରତ ପକ୍ଷରୁ ବୁମରା ଦୁଇଟି ୱିକେଟ ନେଇଥିବା ବେଳେ ଅଶ୍ବିନ୍‌ ଗୋଟିଏ ୱିକେଟ ନେଇଥିଲେ । ଶାର୍ଦ୍ଦୁଲ ଠାକୁର ସର୍ବାଧିକ ରନ୍‌ ଖର୍ଚ୍ଚ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.