ETV Bharat / sports

ଆଇପିଏଲ ଆଚରଣ ବିଧି ଉଂଲଘନ, କୋହଲିଙ୍କୁ ଚେତାବନୀ

ଆଉଟ ହେବାପରେ ବ୍ୟାଟ୍‌ରେ ଚେୟାରକୁ ପିଟିଲେ ଆରସିବି କ୍ୟାପଟେନ ବିରାଟ କୋହଲି, ମ୍ୟାଚ ରେଫ୍ରୀଙ୍କ ସ୍କାନରରେ । ଅଧିକ ପଢନ୍ତୁ...

author img

By

Published : Apr 15, 2021, 5:17 PM IST

Kohli reprimanded for breaching IPL code of conduct
ଆଇପିଏଲ ଆଚରଣ ବିଧି ଉଂଲଘନ, କୋହଲିଙ୍କୁ ଚେତାବନୀ

ଚେନ୍ନାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) କ୍ୟାପଟେନ ବିରାଟ କୋହଲିଙ୍କୁ ଆଇପିଏଲ କୋଡ୍‌ ଅଫ କଣ୍ଡକ୍ଟ (ନିୟମ) ଉଲଂଘନ କରିବାକୁ ନେଇ ତାଗିଦ । ବୁଧବାର ସନ୍ଧ୍ୟାରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ କୋହଲିଙ୍କ ଆଚରଣକୁ ନେଇ ମ୍ୟାଚ ରେଫ୍ରୀଙ୍କ ସ୍କାନରରେ କୋହଲି ।

ଆଇପିଏଲ ପକ୍ଷରୁ ଜାରି ଏକ ଘୋଷଣାନାମାରେ ଦର୍ଶାଯାଇଛି, " କୋହଲି ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଚରଣ ବିଧି ଧାରା 2.2ର ଲେଭଲ 1 ଅପରାଧ କରିଛନ୍ତି । ନିୟମ ଲେଭଲ 1ର ଉଂଲଘନ ପାଇଁ ମ୍ୟାଚ ରେଫ୍ରୀଙ୍କ ନିଷ୍ପତ୍ତି ସର୍ବୋପରି ଓ ସର୍ବମାନ୍ୟ ହେବ ।"

ବୁଧବାର ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ କୋହଲି 29 ବଲ୍‌ରେ 33 ରନ କରିଥିବାବେଳେ ଆଉଟ ହୋଇଥିଲେ । ଏଥିରେ ରାଗିଯିବା ସହ ଆରସିବି କ୍ୟାମ୍ପରେ ଥିବା ଏକ ଚେୟାର ଉପରେ ରାଗ ସୁଝାଇଥିଲେ ।

ନିଜ ଉପରୁ ନିୟନ୍ତ୍ରଣ ହରାଇ, କୋହଲି ଏକ ଚେୟାରକୁ ବ୍ୟାଟରେ ପିଟିଥିଲେ, ଏହି ଦୃଶ୍ୟକୁ ଆରିସିବିର ଅନ୍ୟ ସାଥୀ ଖେଳାଳି ମଧ୍ୟ ଦେଖୁଥିଲେ । ପରେ ରାଗରେ କୋହଲି ଚେୟାରକୁ ପିଟୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

କ୍ରମାଗତ ଦ୍ବିତୀୟ ମ୍ୟାଚରେ କୋହଲି ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ମୁମ୍ବାଇ ବିପକ୍ଷ ପ୍ରଥମ ମ୍ୟାଚରେ 33 ଓ ହାଇଦ୍ରାବାଦ ବିପକ୍ଷରେ ମଧ୍ୟ 33 ରନରେ ଆଉଟ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.