ETV Bharat / sports

ଆଣ୍ଠୁରେ ସଫଳ ଅସ୍ତ୍ରୋପଚାର ପରେ ବିସିସିଆଇକୁ ନଟରାଜନଙ୍କ କୃତଜ୍ଞତା - ନଟରାଜନଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର

ଟିମ ଇଣ୍ଡିଆ ତଥା ଆଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲରଟି ନଟରାଜନଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର । ଅଧିକ ପଢନ୍ତୁ...

Knee surgery performed, Natarajan expresses gratitude to BCCI and medical team
ଆଣ୍ଠୁରେ ସଫଳ ଅସ୍ତ୍ରୋପଚାର ପରେ ବିସିସିଆଇକୁ ନଟରାଜନଙ୍କ କୃତଜ୍ଞତା
author img

By

Published : Apr 27, 2021, 5:33 PM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ତଥା ଆଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲରଟି ନଟରାଜନଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି । ଆଣ୍ଠୁରେ ଆଘାତ ଯୋଗୁଁ ନଟରାଜନ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଚଳିତ ସଂସ୍କରଣରୁ ବାଦ ପଡିଥିଲେ । ସଫଳ ଅସ୍ତ୍ରୋପଚାର ପରେ ନଟରାଜନ, ଟ୍ବିଟ ଯୋଗେଁ ବିସିସିଆଇ ଓ ଡାକ୍ତରୀ ଟିମକୁ କୃତଜ୍ଞତା ଜଣାଇଛନ୍ତି ।

  • Today, I underwent knee surgery- and am grateful for the expertise, attention and kindness of the medical team, surgeons, doctors, nurses and staff. I’m grateful to @bcci and to all that have wished well for me. pic.twitter.com/Z6pmqzfaFj

    — Natarajan (@Natarajan_91) April 27, 2021 " class="align-text-top noRightClick twitterSection" data=" ">

ବିସିସିଆଇ ଷ୍ଟାର ବୋଲର ନଟରାଜନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଖୁବଶୀଘ୍ର ଟିମ ଇଣ୍ଡିଆକୁ ଫେରିବାକୁ ଶୁଭେଚ୍ଛା ଜଣାଇଛି ।

ଚଳିତ ଆଇପିଏଲ ସଂସ୍କରଣରେ ବାମହାତୀ ଦ୍ରୁତ ବୋଲର ନଟରାଜନ ହାଇଦ୍ରାବାଦ ପକ୍ଷରୁ ମାତ୍ର ଦୁଇଟି ମ୍ୟାଚ ଖେଳିଥିଲେ ଓ ଦୁଇଟି ୱିକେଟ ହାସଲ କରିଥିଲେ ।

ସନରାଇଜର୍ସ ହାଇଦ୍ରାବାଦ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି । ଏଯାବତ 5ଟି ମ୍ୟାଚ ଖେଳିଥିବାବେଳେ ମାତ୍ର ଦୁଇଟି ମ୍ୟାଚରେ ବିଜୟୀ ହୋଇପାରିଛି । ବୁଧବାର ଅରୁଣ ଜେଟଲି ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରବର୍ତ୍ତୀ ମ୍ୟାଚରେ ଭେଟିବ ହାଇଦ୍ରାବାଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.