ETV Bharat / sports

କେଏଲ ରାହୁଲ ଟେଷ୍ଟ କ୍ୟାପଟେନ ହେବା ଉଚିତ୍‌: ପୂର୍ବତନ BCCI ସମ୍ପାଦକ - କେଏଲ ରାହୁଲ ଟେଷ୍ଟ କ୍ୟାପଟେନ

ଭାରତୀୟ ଟେଷ୍ଟ ଟିମର ଅଧିନାୟକ ପଦରୁ ବିରାଟ କୋହଲି ଇସ୍ତଫା ଦେବାପରେ ପରବର୍ତ୍ତୀ ଅଧିନାୟକ କିଏ ହେବେ ତାକୁ ନେଇ ଲାଗିରହିଛି ଚର୍ଚ୍ଚା । ଭାରତୀୟ ଟେଷ୍ଟ ଟିମର ଅଧିନାୟକ ଦାୟିତ୍ବ କେଏଲ ରାହୁଲଙ୍କୁ ମିଳିବା ଉଚିତ୍‌ ବୋଲି କହିଛନ୍ତି, ପୂର୍ବତନ BCCI ସମ୍ପାଦକ ସଞ୍ଜୟ ଜଗଦଲେ । ଅଧିକ ପଢନ୍ତୁ

KL Rahul should be made Test skipper: former BCCI secretary Sanjay Jagdale
କେଏଲ ରାହୁଲ ଟେଷ୍ଟ କ୍ୟାପଟେନ ହେବା ଉଚିତ୍‌: ପୂର୍ବତନ BCCI ସମ୍ପାଦକ
author img

By

Published : Jan 17, 2022, 4:35 PM IST

ଇନ୍ଦୋର: ଭାରତୀୟ ଟେଷ୍ଟ ଟିମର ଅଧିନାୟକ ପଦରୁ ବିରାଟ କୋହଲି ଇସ୍ତଫା ଦେବାପରେ ପରବର୍ତ୍ତୀ ଅଧିନାୟକ କିଏ ହେବେ ତାକୁ ନେଇ ଲାଗି ରହିଛି ଚର୍ଚ୍ଚା । ଅନେକ ପୂର୍ବତନ ଭାରତୀୟ କ୍ରିକେଟର, BCCI ପ୍ରଶାସକ ନୂଆ ଟେଷ୍ଟ ଅଧିନାୟକ ସଂପର୍କରେ ନିଜର ମତ ରଖିଛନ୍ତି । ଏହିକ୍ରମରେ ପୂର୍ବତନ BCCI ସମ୍ପାଦକ ସଞ୍ଜୟ ଜଗଦଲେ କହିଛନ୍ତି, ଭାରତୀୟ ଟେଷ୍ଟ ଟିମର ଅଧିନାୟକ ଦାୟିତ୍ବ କେଏଲ ରାହୁଲଙ୍କୁ ମିଳିବା ଉଚିତ୍‌ । କାରଣ ୨୯ ବର୍ଷୀୟ ରାହୁଲ ଦୀର୍ଘକାଳୀନ ନେତୃତ୍ବ ଦେଇପାରିବେ । ଜଗଦଲେ ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନ(MPCA)ର ଜଣେ ସଦସ୍ୟ ମଧ୍ୟ ରହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଋଷଭ ପନ୍ତଙ୍କୁ ଭାରତର ଟେଷ୍ଟ କ୍ୟାପଟେନ ଚାହାନ୍ତି ଗାଭାସ୍କର

ଦକ୍ଷିଣ ଆଫ୍ରିକା ଠାରୁ ସିରିଜ ପରାଜୟର ଦିନକ ପରେ ଶନିବାର ଟେଷ୍ଟ ଅଧିନାୟକ ପଦରୁ ଅଚାନକ କୋହଲି ଇସ୍ତଫା ଦେବାପରେ ଦେଶରେ ଏହି ବିଷୟ ଚର୍ଚ୍ଚାୟ ବିଷୟ ପାଲଟିଛି । ଦିଲ୍ଲୀ ଖେଳାଳି କୋହଲି, ୬୮ଟି ଟେଷ୍ଟରୁ ୪୦ଟିରେ ବିଜୟ ସହ ଭାରତର ସଫଳତମ ଅଧିନାୟକ ଭାବେ ନିଜର କାର୍ଯ୍ୟକାଳ ଶେଷ ନେଇ ଘୋଷଣା କରିଥିଲେ । ୨୦୧୪ରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଅଧାରେ ମହେନ୍ଦ୍ର ସିଂହ ଧୋନି ଅଧିନାୟକ ପଦ ଛାଡିବା ପରେ କୋହଲି ଦାୟିତ୍ବ ସମ୍ଭାଳିଥିଲେ ।

ଏହାମଧ୍ୟ ପଢନ୍ତୁ: ବିରାଟଙ୍କ ନିଷ୍ପତ୍ତି ବ୍ୟକ୍ତିଗତ, BCCI ସମ୍ମାନ କରେ: ସୌରଭ ଗାଙ୍ଗୁଲି

BCCI ଏଯାବତ ନୂଆ ଅଧିନାୟକଙ୍କ ନାମ ଘୋଷଣା କରିନାହିଁ । ରୋହିତ ଶର୍ମାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ କୋହଲିଙ୍କ ଡେପୁଟି ଭାବେ ନିଯୁକ୍ତ କରାଯାଇଥିଲା । ମାତ୍ର ରୋହିତ ଓ କୋହଲି ଆହତ ଥିବାରୁ ଦ୍ବିତୀୟ ଟେଷ୍ଟରେ ରାହୁଲ ଅଧିନାୟକ ଦାୟିତ୍ବ ତୁଲାଇଥିଲେ ।

PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.