ETV Bharat / sports

ଏବେର କ୍ରିକେଟର ଭାବୁଛନ୍ତି ସେମାନେ ସବୁ ଜାଣିଛନ୍ତି: କପିଲ ଦେବ

author img

By

Published : Jul 30, 2023, 9:02 PM IST

ବର୍ତ୍ତମାନର କ୍ରିକେଟରମାନେ କ୍ୟାରିୟରର ପ୍ରାରମ୍ଭିକ ସମୟରେ ଆଇପିଏଲ୍‌ରୁ ଅଧିକ ଟଙ୍କା ପାଇଯାଉଛନ୍ତି । ଯାହା ସେମାନଙ୍କ ମନରେ ଅହଙ୍କାର ଭରି ଦେଇଥିବା କହିଛନ୍ତି ୧୯୮୩ ବିଶ୍ବକପ୍ ବିଜେତା ଅଧିନାୟକ କପିଲ ଦେବ । ଅଧିକ ପଢ଼ନ୍ତୁ

ଏବେର କ୍ରିକେଟର ଭାବୁଛନ୍ତି ସେମାନେ ସବୁ ଜାଣିଛନ୍ତି

ମୁମ୍ବାଇ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ଭାବେ ଉଭା ହୋଇଛି । ଗତ କିଛିବର୍ଷ ମଧ୍ୟରେ ବିସିସିଆଇ ବହୁତ ଉନ୍ନତି କରିଥିବା ବେଳେ ପ୍ରବଳ ଆୟ କରିଛି । କ୍ରିକେଟ ବୋର୍ଡର ଉନ୍ନତି ସହିତ ଭାରତୀୟ ଖେଳାଳିଙ୍କ ରୋଜଗାରରେ ମଧ୍ୟ ବୃଦ୍ଧି ଘଟିଛି । ବାର୍ଷିକ ଚୁକ୍ତିରେ ଖେଳାଳିଙ୍କୁ କୋଟିକୋଟି ଟଙ୍କା ଦେଉଛି ବିସିସିଆଇ । ଏହା ସହିତ ଆଇପିଏଲ୍‌ ମଧ୍ୟ ବିଶ୍ବରେ ଅନ୍ୟ ଦେଶଗୁଡ଼ିକରେ ହେଉଥିବା ଘରୋଇ କ୍ରିକେଟ୍‌ ଲିଗ୍‌ ତୁଳନାରେ ଅଧିକ ଦାମୀ ବୋଲି ବିବେଚିତ ହେଉଛି । ହେଲେ କ୍ୟାରିଅରର ପ୍ରାରମ୍ଭିକ ସମୟରେ ଅଧିକ ଟଙ୍କା ମିଳିଯାଉଥିବାରୁ ଖେଳାଳୀଙ୍କ ମନରେ ଗର୍ବ ଆସିଯାଇଛି ବୋଲି କହିଛନ୍ତି ୧୯୮୩ ବିଶ୍ବକପ୍ ବିଜେତା ଅଧିନାୟକ କପିଲ ଦେବ ।

'ଆଇପିଏଲ୍‌ ଭରିଛି ଅହଙ୍କାର': କପିଲ ଦେବ ଏକ ସାକ୍ଷାତକାରରେ ଏବେର ଖେଳାଳିଙ୍କ ବିଷୟରେ ଟିପ୍ପଣୀ କରି କହିଛନ୍ତି, "ବେଳେବେଳେ ଅଧିକ ଟଙ୍କା ପାଇଗଲେ ଲୋକମାନେ ଅହଙ୍କାର କରନ୍ତି । ସେମାନେ ଅନୁଭବ କରନ୍ତି ଯେ ସେମାନେ ସବୁକିଛି ଜାଣନ୍ତି । ଆଜିର ଖେଳାଳିମାନଙ୍କ ବିଷୟରେ ଭଲ କଥା ହେଉଛି ସେମାନେ ଅତ୍ୟନ୍ତ ଆତ୍ମବିଶ୍ବାସୀ । ହେଲେ ସବୁଠାରୁ ଖରାପ କଥା ହେଉଛି, ସେମାନେ ଭାବନ୍ତି ଯେ, ସେମାନେ ସବୁକିଛି ଜାଣିଛନ୍ତି । କାହାକୁ କିଛି ପଚାରିବା ଦରକାର ନାହିଁ । କିନ୍ତୁ ଜଣେ ଅଭିଜ୍ଞ ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିପାରିବେ । ଏହି କ୍ରିକେଟରମାନେ ଭାବନ୍ତି ଯେ ସେମାନେ ସବୁ ଜାଣନ୍ତି ।" ଆଇପିଏଲ୍‌ରେ ଯୁବ କ୍ରିକେଟରମାନଙ୍କୁ କ୍ୟାରିୟରର ପ୍ରାରମ୍ଭିକ ସମୟରେ ଅଧିକ ଟଙ୍କା ମିଳିଯାଉଛି । ଯାହା ସେମାନଙ୍କ ମନରେ ଅହଙ୍କାର ଭରି ଦେଇଛି ବୋଲି କହିଛନ୍ତି କପିଲ ଦେବ ।

'ଗାଭାସ୍କରଙ୍କ ଆଗରେ ଏମାନଙ୍କର ଏତେ ଗର୍ବ କଣ ପାଇଁ ?': ସେ ଆହୁରି କହିଛନ୍ତି,"ମୁଁ ଭାବୁଛି ଯେ ଟିମ୍ ଇଣ୍ଡିଆରେ ଥିବା ଅନେକ ଖେଳାଳିଙ୍କୁ ଏବେ ସାହାଯ୍ୟର ଆବଶ୍ୟକତା ରହିଛି । ଏଥିପାଇଁ ସୁନୀଲ ଗାଭାସ୍କରଙ୍କ ଭଳି ଜଣେ ପୁରୁଖା ଓ ଅଭିଜ୍ଞ କ୍ରିକେଟର ଅଛନ୍ତି । ଏବେର କ୍ରିକେଟର ତାଙ୍କ ପାଖକୁ କାହିଁକି ଯାଉ ନାହାନ୍ତି ? ତାଙ୍କ ଆଗରେ କଣ ପାଇଁ ଏତେ ଗର୍ବ ? ଏଥିରେ ଏତେ ଅହଙ୍କାର କ’ଣ ?"

'ବିରାଟ-ଗମ୍ଭୀର ବିବାଦ କଷ୍ଟଦାୟକ': ଆଇପିଏଲ୍‌ର ଗତ ସଂସ୍କରଣରେ ଆର୍‌ସିବି ଷ୍ଟାର ବ୍ୟାଟର ବିରାଟ କୋହଲି ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍ସର ମେଣ୍ଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ମଧ୍ୟ ଏହି ସାକ୍ଷାତକାରରେ ମତ ରଖିଛନ୍ତି କପିଲ ଦେବ । ସେ କହିଛନ୍ତି, "ମୋ ପାଇଁ ଦୁଇ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ହେଉଛନ୍ତି ବିରାଟ କୋହଲି, ଯିଏ ସାରା ବିଶ୍ବର ଶ୍ରେଷ୍ଠ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ । ଆଉ ଜଣେ ଗୌତମ ଗମ୍ଭୀର, ଯିଏ ଜଣେ ସାଂସଦ । ଉଭୟଙ୍କ ମଧ୍ୟରେ ଏଭଳି ବ୍ୟବହାର ମୋତେ ଖୁବ କଷ୍ଟ ଦେଇଛି । ଏଭଳି ଆଚରଣ ଉଭୟଙ୍କୁ ଶୋଭା ଦେଉନାହିଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

Kapil Dev
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.