ETV Bharat / sports

ଇଣ୍ଡିଜ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରୁ ବାଦ୍‌ ପଡିଲେ ଜାଡେଜା - ୱେଷ୍ଟ ଇଣ୍ଡିଜ ବନାମ ଭାରତ

ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଆଣ୍ଠୁରେ ଆଘାତ କାରଣରୁ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରୁ ବାଦ ପଡିଛନ୍ତି । ଅଧିକ ପଢନ୍ତୁ

ୱେଷ୍ଟ ଇଣ୍ଡିଜ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରୁ ବାଦ ପଡିଲେ ଜାଡେଜା

author img

By

Published : Jul 23, 2022, 6:58 PM IST

ହାଇଦ୍ରାବାଦ: ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆହତ କାରଣରୁ ୱେଷ୍ଟ ଇଣ୍ଡିଜ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରୁ ବାଦ ପଡିଛନ୍ତି । ଶୁକ୍ରବାର ଖେଳା ଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ର ଚୁଡାନ୍ତ ଏକାଦଶରୁ ଜାଡେଜା ବାଦ ପଡିଥିଲେ । ଏହାପରେ ଜାଡେଜା ଆହତ ଥିବା ସୂଚନା ମିଳିଥିଲା । ରବୀନ୍ଦ୍ର ଜାଡେଜାଙ୍କ ଫିଟନେସ ବାବଦରେ ବିସିସିଆଇ ସୂଚନା ଦେଇ କହିଛି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଛି । ତେଣୁ ସେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ପ୍ରଥମ ଦୁଇଟି ଦିନିକିଆରୁ ବାଦ ରହିବେ ।

ଫଳରେ ରବିବାର ଖେଳାଯିବାକୁ ଥିବା ଦ୍ବିତୀୟ ଦିନିକିଆରେ ମଧ୍ୟ ଜାଡେଜା ଖେଳିବେନାହିଁ । BCCIର ମେଡିକାଲ ଟିମ ଜାଡେଜାଙ୍କ ଫିଟନେସ୍‌ ନେଇ ନଜର ରଖିଛି । ମେଡିକାଲ ଟିମର ରିପୋର୍ଟ ଉପରେ ଜାଡେଜାଙ୍କ ତୃତୀୟ ଦିନିକିଆରେ ଖେଳିବେ କିମ୍ବା ନାହିଁ ସ୍ପଷ୍ଟ ହେବ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଜୁଲାଇ ୨୪ରେ ସିରିଜର ଦ୍ବିତୀୟ ମ୍ୟାଚ୍‌ ଓ ୨୭ ତାରିଖରେ ତୃତୀୟ ଦିନିକିଆ ଖେଳିବ । ଗତକାଲି(ଶୁକ୍ରବାର) ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ୱେଷ୍ଟଇଣ୍ଡିଜକୁ ୩ ରନରେ ହରାଇ ସିରିଜରେ ୧-୦ରେ ଆଗୁଆ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.