ETV Bharat / sports

ICC Test Rankings: ନମ୍ବର 1 ଅଲରାଉଣ୍ଡର ହେଲେ ଜାଡେଜା

ନୂଆ ଟେଷ୍ଟ ମାନ୍ୟତାରେ ବିଶ୍ବର ନମ୍ବର ୧ ଟେଷ୍ଟ ଅଲରାଉଣ୍ଡର ହୋଇଛନ୍ତି ରବିନ୍ଦ୍ର ଜାଡଜା । ଅଧିକ ପଢ଼ନ୍ତୁ

ICC Test Rankings: ନମ୍ବର 1 ଅଲରାଉଣ୍ଡର ହେଲେ ଜାଡେଜା
ICC Test Rankings: ନମ୍ବର 1 ଅଲରାଉଣ୍ଡର ହେଲେ ଜାଡେଜା
author img

By

Published : Mar 9, 2022, 10:11 PM IST

ଦୁବାଇ: ବୁଧବାର ICC ପକ୍ଷରୁ ଜାରି ହୋଇଛି ନୂଆ ଟେଷ୍ଟ ମାନ୍ୟତା । ନୂଆ ମାନ୍ୟତାରେ ବିଶ୍ବର ନମ୍ବର ୧ ଟେଷ୍ଟ ଅଲରାଉଣ୍ଡର ହୋଇଛନ୍ତି ରବିନ୍ଦ୍ର ଜାଡଜା । ଶ୍ରୀଲଙ୍କା ବିପକ୍ଷରେ ଶତକୀୟ ଇନିଂସ ସହ ୯ ୱିକେଟ ହାସଲ କରିଥିଲେ ରବିନ୍ଦ୍ର ଜାଡେଜା । ଏହାପରେ ସେ ୧୭ଟି ସ୍ଥାନ ଉପରକୁ ଉଠି ଶୀର୍ଷରେ ପହଞ୍ଚିଛନ୍ତି ।

ପୂର୍ବରୁ ୱେଷ୍ଟ-ଇଣ୍ଡିଜର ଅଲରାଉଣ୍ଡର ଜେସନ ହୋଲ୍ଡର ଶୀର୍ଷରେ ରହିଥିଲେ । ବର୍ତ୍ତମାନ ସେହି ସିଂହାସନରେ ବିରାଜମାନ ହୋଇଛନ୍ତି ରବିନ୍ଦ୍ର ଜାଡେଜା । ୩୪୭ ପଏଣ୍ଟ ସହ ଅଲରାଉଣ୍ଡର ତାଲିକାର ତୃତୀୟ ସ୍ଥାନରେରେ ରହିଛନ୍ତି ରବିଚନ୍ଦ୍ରନ ଅଶ୍ବିନ । ପୂର୍ବରୁ ସେ ଦ୍ବିତୀୟ ସ୍ଥାନରେ ରହିଥିଲେ । ବୋଲର ମାନଙ୍କ ମଧ୍ୟରେ ବି ଅଶ୍ବିନ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚରେ ରବିନ୍ଦ୍ର ଜାଡେଜା ୧୭୫ ରନ୍‌ କରିଥିଲେ । ଯାହାଫଳରେ ଭାରତ ବିଶାଳ ସ୍କୋର୍‌ କରିବାରେ ସକ୍ଷମ ହୋଇ ପାରିଥିଲା । ଗତ ୨୦୧୭ ଅଗଷ୍ଟ ମାସରେ ଶେଷ ଥର ପାଇଁ ଟେଷ୍ଟ ରାଙ୍କିଂର ଶୀର୍ଷରେ ରହିଥିଲେ ଜାଡେଜା । ଜେସନ ହୋଲ୍ଡର ୨୦୨୧ ଫେବ୍ରୁଆରୀ ମାସରୁ ଏହି ଅଲରାଉଣ୍ଡର ତାଲିକାର ଶୀର୍ଷରେ ରହି ଆସୁଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଟେଷ୍ଟ ବ୍ୟାଟର ତାଲିକାରେ ରୋହିତ ଶର୍ମା ଓ ବିରାଟ କୋହିଲ ନିଜନିଜ ରାଙ୍କିରେ ଅପରିବର୍ତ୍ତିତ ରହିଛନ୍ତି । ସେହିବଳି ଶ୍ରେଷ୍ଠ ୧୦ ଜଣ ବ୍ୟାଟରଙ୍କ ତାଲିକାରେ ସାମିଲ ହୋଇଛନ୍ତି ଋଷଭ ପନ୍ତ ।

ବ୍ୟୁରୋ ରିପାର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.