ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟରୁ ଶ୍ରୀଲଙ୍କା ଅଲରାଉଣ୍ଡର ଇସୁରୁ ଉଦାନାଙ୍କ ସନ୍ୟାସ - ଇସୁରୁ ଉଦାନାଙ୍କ ସନ୍ୟାସ

ଶ୍ରୀଲଙ୍କା ଅଲରାଉଣ୍ଡର ଇସୁରୁ ଉଦାନା ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା । ଅଧିକ ପଢନ୍ତୁ...

Isuru Udana announces retirement from international cricket
ଅନ୍ତର୍ଜାତୀୟ କ୍ରିକେଟରୁ ଶ୍ରୀଲଙ୍କା ଅଲରାଉଣ୍ଡର ଇସୁରୁ ଉଦାନାଙ୍କ ସନ୍ୟାସ
author img

By

Published : Jul 31, 2021, 1:59 PM IST

Updated : Jul 31, 2021, 2:55 PM IST

କଲମ୍ବୋ: ଶ୍ରୀଲଙ୍କା ଅଲରାଉଣ୍ଡର ଇସୁରୁ ଉଦାନା ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ଶନିବାର, ତରବରିଆ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି ଉଦାନା । ତେବେ ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ଅଚାନକ ଅବସର ଘୋଷଣାର କାରଣ ସ୍ପଷ୍ଟ ହୋଇନାହିଁ ।

33ବର୍ଷୀୟ ଉଦାନା ନିକଟରେ ଭାରତ ବିପକ୍ଷ ସୀମିତ ଓଭର ସିରିଜରେ ନଜର ଆସିଥିଲେ । ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଓ ଟି୨୦ ସିରଜର ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳିଥିଲେ ମଧ୍ୟ ୱିକେଟଶୂନ୍ୟ ରହିଥିଲେ ।

"ଦେଶକୁ ପ୍ରତିନିଧିତ୍ବ କରିପାରିଥିବାରୁ ଗର୍ବିତ । ପରବର୍ତ୍ତୀ ପିଢି଼ ପାଇଁ ପଥ ପରିଷ୍କାର କରିବାକୁ ଏହା ପ୍ରକୃଷ୍ଟ ସମୟ ବୋଲି ଅନୁଭବ କରୁଛି । ସେଥିପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରୁଛି ।" ଶ୍ରୀଲଙ୍କା କ୍ରିକେଟ ବୋର୍ଡ(SLC) ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ଏହା ଉଲ୍ଲେଖ କରିଛନ୍ତି ଉଦାନା ।

ବର୍ଷ ୨୦୦୯ ଟି୨୦ ବିଶ୍ବକପରେ ଶ୍ରୀଲଙ୍କା ପାଇଁ ଅଷ୍ଟ୍ରଲିଆ ବିପକ୍ଷରେ ଡେବ୍ୟୁ କରିଥିଲେ ଉଦାନା । ବାମହାତୀ ଦ୍ରୁତ ବୋଲର ୨୧ଟି ଦିନିକିଆ, ୩୪ଟି ଟି୨୦ରୁ ୫୨.୭୮ ଓ ୩୩.୮୯ ଆଭରେଜରେ ଯଥାକ୍ରମେ ୧୮ ଓ ୨୭ଟି ୱିକେଟ ନିଜ ନାମରେ କରିଛନ୍ତି ।

ବ୍ୟାଟ୍ସମ୍ୟାନ ଭାବେ ଦିନିକିଆରେ ୨୩୭ ଓ ଟି୨୦ରେ ୨୫୬ ରନ ମଧ୍ୟ ତାଙ୍କ ନାମରେ ରହିଛି । ଦିନିକିଆରେ ୭୮ ଓ ଟି୨୦ରେ ୮୪ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ।

୨୦୨୦ ସଂସ୍କରଣର IPLରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ପକ୍ଷରୁ ଖେଳିଥିଲେ । ୧୦ଟି ମ୍ୟାଚରୁ ୩୫.୨୫ ଆଭରେଜରେ ୯.୭୫ ଇକୋନୋମି ରେଟ୍‌ ସହ ୮ଟି ୱିକେଟ ହାତେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 31, 2021, 2:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.