ETV Bharat / sports

କାହିଁକି ଗିଲ୍‌ଙ୍କୁ ଚାପୁଡ଼ା ମାରିଲେ କିଶାନ, ଦେଖନ୍ତୁ ଭିଡିଓ

author img

By

Published : Feb 3, 2023, 10:04 PM IST

ଶୁଭମନ ଗିଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି । ଯାହାକୁ ଇଣ୍ଟରନେଟ ୟୁଜର୍ସଙ୍କୁ ଖୁବ ପସନ୍ଦ କରୁଛନ୍ତି । ଅଧିକ ପଢନ୍ତୁ

ଶୁବମନ ଗିଲ ଓ ଇଶାନ କିଶାନ
ଶୁବମନ ଗିଲ ଓ ଇଶାନ କିଶାନ
କାହିଁକି ଗିଲ୍‌ଙ୍କୁ ଚାପୁଡ଼ା ମାରିଲେ କିଶାନ

ହାଇଦ୍ରାବାଦ: କେବଳ କ୍ରିକେଟ ମୈଦାନ ନୁହେଁ ସୋସିଆଲ ମିଡିଆରେ ମଧ୍ୟ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ କରିଛନ୍ତି ଯୁବ ଷ୍ଟାର ବ୍ୟାଟର ଶୁଭମନ ଗିଲ ଓ ଇଶାନ କିଶାନ । ଟିମ୍‌ ଇଣ୍ଡିଆର ଏହି ଧୂଆଁଧାର କ୍ରିକେଟର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି । ଯାହାକୁ ସୋସିଆଲ ମିଡିଆ ୟୁଜର୍ସ ବେଶ ପସନ୍ଦ କରିଛନ୍ତି । ଏହି ଭିଡିଓରେ ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟର ଇଶାନ କିଶାନଙ୍କ ସହ ସ୍ପିନର ୟୁଜିବେନ୍ଦ୍ର ଚହଲ ମଧ୍ୟ ନଜର ଆସିଛନ୍ତି । ତିନି ଜଣ କ୍ରିକେଟର ଏହି ଭିଡିଓରେ ବେଶ୍ ମସ୍ତି କରୁଥିବାର ନଜର ଆସିଛନ୍ତି । ଏହି ତିନି ଜଣ ଭିଡିଓରେ ଏକ ଜଣାଶୁଣା ଟିଭି ସୋ' ରୋଡିଜ୍‌ର ନକଲ କରୁଛନ୍ତି । ଯାହାର ଦୃଶ୍ୟ ବେଶ୍ ମଜାଳିଆ ରହିଛି । ଭିଡିଓରେ ଇଶାନ କିଶାନ ଗରିଲା ଭଳି ଗୋଟିଏ ରୁମ୍‌ରେ ଡିଆଁ ମାରୁଥିବା ଦେଖା ଯାଇଛି । ଏହାପରେ ଇଶାନ କିଶାନ ଶୁଭମନ ଗିଲ୍‌ଙ୍କୁ ନିଜକୁ ନିଜେ ଚାପୁଡା ମାରିବାକୁ କହିଛନ୍ତି । ଏହାପରେ ଇଶାନ କିଶାନ ଶୁଭମନ ଗିଲଙ୍କୁ ଏକ ଚାପୁଡା ମାରୁଛନ୍ତି ।

ଭିଡିଓରେ ଇଶାନ କିଶାନ ଶୁଭମନ ଗିଲଙ୍କୁ କହୁଛନ୍ତି, "ଆପଣଙ୍କ ଭିତରେ ଇଣ୍ଟେସିଟି ଏବଂ ପେଶନ ହେବା ଦରକାର ।" ଏହାର ଜବାବ ଦେଇ ଗିଲ କହିଛନ୍ତି ତାଙ୍କ ଭିତରେ ଇଣ୍ଟେସିଟି ଏବଂ ପେଶନ ଭରପୁର ରହିଛି । ଏହାପରେ ଇଶାନ କିଶାନ ଗରିଲାଙ୍କ ଭଳି ଡେଇଁ ଡେଇଁ ଆସି ଗିଲଙ୍କ ଉପର ଦେଇ ଡେଇଁଥିଲେ ପରେ ବେଡ୍ ଉପରେ ଚଢିଯାଇଥିଲେ । ଏଭଳି କରିବା ପରେ ଇଶାନ କିଶାନ ବେଡରୁ ତଳକୁ ଆସନ୍ତି । ତାପରେ ଇଶାନ କିଶାନ ଗିଲଙ୍କୁ ନିଜକୁ ନିଜେ ଚାପୁଡା ମାରିବାକୁ କହିଥିଲେ । ଏହାପରେ ସେ ଶୁଭମନ ଗିଲଙ୍କୁ ଏକ ଚାପୁଡା ଦେଇଥିଲେ । ଏହି ଦୃଶ୍ୟକୁ ୟୁଜିବେନ୍ଦ୍ର ଚହଲ ସୋଫା ଉପରେ ବସି ଦେଖୁଥିବାର ନଜର ଆସିଛି ।

ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ବିଜୁଳି ବେଗରେ ଭାଇରାଲ ହେବାରେ ଲାଗିଛି । ୱିକେଟ କିପର ବ୍ୟାଟର ଇଶାନ କିଶାନ, ସ୍ପିନର ୟୁଜିବେନ୍ଦ୍ର ଚହଲ ଏବଂ ଶୁଭମନ ଗିଲଙ୍କ ବ୍ୟତୀତ ରୁମରେ ଭିଡିଓ ସୁଟିଂ କରୁଥିବା ବ୍ୟକ୍ତି ମଧ୍ୟ ମହଜୁଦ ରହିଛି । ହେଲେ କ୍ୟାମେରା କିଏ ଧରିଥିଲା ସେ ବାବଦରେ କୌଣସି ସୂଚନା ମିଳିନାହିଁ । ଖବର ଲେଖାଯିବା ପର୍ଯ୍ୟନ୍ତ ଶୁଭମନ ଗିଲଙ୍କ ଆକାଉଣ୍ଟରେ ସେୟାର ହୋଇଥିବା ଭିଡିଓକୁ ୧୦ ଲକ୍ଷରୁ ଅଧିକ ୟୁଜର୍ସ ପସନ୍ଦ କରିଥିଲେ । ସେହିପରି ୧୩ ହଜାର ୟୁଜର୍ସ କମେଣ୍ଟ ମାଧ୍ୟମରେ ଏହି ମଜାଦାର ଭିଡିଓ ବାବଦରେ ପ୍ରତିକ୍ରିୟା ରଖିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.