ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ୨୦୨୪ ଅଭିଯାନ ଜୋରସୋରରେ ଆଗେଇ ଚାଲିଛି । ହେଲେ ଜାରି ରହିଥିବା ଆଫଗାନିସ୍ତାନ ବିପକ୍ଷ ଟି୨୦ ଶୃଙ୍ଖଳା ପାଇଁ ଘୋଷଣା ହୋଇଥିବା ଭାରତୀୟ ଦଳରେ ଯୁବ ୱିକେଟ୍ କିପର ଈଶାନ କିଷାନ ବାଦ ପଡ଼ିବା ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଥିଲା । ଈଶାନ ଓ ଶ୍ରେୟସ ବିନା କୌଣସି କାରଣରେ ଘରୋଇ ରଣଜୀ ସିଜିନ୍ ଖେଳୁନଥିବାରୁ ତାଙ୍କୁ ବାଦ ଦିଆଯାଇଥିବା ଚର୍ଚ୍ଚା ହୋଇଥିଲା । ଏବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ର ପ୍ରଥମ ୨ଟି ମ୍ୟାଚ୍ ପାଇଁ ଘୋଷଣା ହୋଇଥିବା ଦଳରେ ମଧ୍ୟ ଈଶାନଙ୍କୁ ବାଦ ଦିଆଯାଇଛି । ତେବେ ଈଶାନ ବିଶ୍ରାମ ଚାହୁଁଛନ୍ତି, ନା ଏହା ତାଙ୍କ ଉପରେ ବୋର୍ଡର କାର୍ଯ୍ୟାନୁଷ୍ଠାନ, ତାହାକୁ ନେଇ ଉଠିଛି ପ୍ରଶ୍ନ ।
ବିସିସିଆଇ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଜାତୀୟ ଦଳରେ କୌଣସି ଦାୟିତ୍ବ ନଥିଲେ ବିନା କୌଣସି କାରଣରେ ଖେଳାଳିମାନେ ରଣଜୀ ଖେଳରୁ ଦୂରରେ ରହିଲେ ସେମାନଙ୍କୁ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ବିଚାରକୁ ନିଆଯିବନାହିଁ । ଏହି ଆଧାରରେ ଈଶାନ ଗତ ୧୨ ତାରିଖରେ ଝାଡ଼ଖଣ୍ଡ ବିପକ୍ଷରେ ରଣଜୀ ଖେଳିବାର ଥିଲା । ହେଲେ ସେ ରଣଜୀ ଖେଳୁଥିବା ଦେଖିବାକୁ ମିଳିନଥିଲା । ସେପଟେ ଈଶାନଙ୍କ ଅନୁପସ୍ଥିତି ନେଇ ଝାଡ଼ଖଣ୍ଡ କ୍ରିକେଟ୍ ଆସୋସିଏସନ୍ ପାଖରେ ମଧ୍ୟ କୌଣସି ସଠିକ ଖବର ନାହିଁ । ଏହାରି ମଧ୍ୟରେ ଈଶାନ ଯୋଗ କରୁଥିବା ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । କୌଣସି କାମ ନଥାଇ ରଣଜୀରେ ଅନୁପସ୍ଥିତ ରହିବାରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସ୍କ୍ବାଡ୍ରେ ତାଙ୍କୁ ସାମିଲ କରାଯାଇନାହିଁ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।
-
🏃♂️ pic.twitter.com/XjUfL18Ydc
— Ishan Kishan (@ishankishan51) January 12, 2024 " class="align-text-top noRightClick twitterSection" data="
">🏃♂️ pic.twitter.com/XjUfL18Ydc
— Ishan Kishan (@ishankishan51) January 12, 2024🏃♂️ pic.twitter.com/XjUfL18Ydc
— Ishan Kishan (@ishankishan51) January 12, 2024
ଏହା ମଧ୍ୟ ପଢ଼ନ୍ତୁ...BCCIର ବଡ଼ ନିଷ୍ପତ୍ତି, ଏଣିକି ଜାତୀୟ ଦଳ ଖେଳାଳିଙ୍କ ଲାଗି ରଣଜୀ ବାଧ୍ୟତାମୂଳକ !
ପ୍ରକାଶଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସ୍କ୍ବାଡ୍ରେ ଈଶାନଙ୍କୁ ସ୍ଥାନ ମିଳିଥିଲା । ହେଲେ ବ୍ୟକ୍ତିଗତ କାମ ଓ ଅତ୍ୟଧିକ ଖେଳ ଚାପ ଦର୍ଶାଇ ସେ ଏହି ସିରିଜ୍ରୁ ବିଶ୍ରାମ ପାଇଁ ବୋର୍ଡକୁ ଅନୁରୋଧ କରିଥିଲେ । ତାଙ୍କ ଅନୁରୋଧ ରକ୍ଷା କରି ସ୍କ୍ବାଡ୍ରୁ ରିଲିଜ୍ କରିବା ସହିତ କେଏସ୍ ଭରତଙ୍କୁ ଦଳରେ ସାମିଲ କରିଥିଲା ବିସିସିଆଇ । ହେଲେ ଏହି ସମୟରେ ସେ ବିଦେଶରେ ପାର୍ଟି କରୁଥିବା ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଥିଲା । ଏହାପରେ ବିନା କୌଣସି କାରଣରେ ରଣଜୀ ଖେଳିବାକୁ ମଧ୍ୟ ଉପସ୍ଥିତ ହୋଇନଥିଲେ ଈଶାନ । ଏହାପରେ ଆଫଗାନିସ୍ତାନ ବିପକ୍ଷ ଟି୨୦ ଶୃଙ୍ଖଳାରେ ମଧ୍ୟ ତାଙ୍କୁ ସ୍କାଡ୍ରେ ସ୍ଥାନ ମିଳିନଥିଲା । ଏହା ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବୋଲି ସେତେବେଳେ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ହେଲେ ସବୁ ଚର୍ଚ୍ଚାକୁ ଖଣ୍ଡନ କରି ଈଶାନ ବିଶ୍ରାମ ଚାହୁଁଥିବା କୋଚ୍ ରାହୁଲ ଦ୍ରାବିଡ୍ କହିଥିଲେ । ଏହାପରେ ମଧ୍ୟ ସେ ରଣଜୀ ପାଇଁ ଜାଣିଶୁଣି ଉପଲବ୍ଧ ନହେବାରୁ ତାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଚୟନ କରାଯାଇନଥିବା ଚର୍ଚ୍ଚା ଆରମ୍ଭ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ