ETV Bharat / sports

IPL2022: ଚେନ୍ନାଇର ତୃତୀୟ ପରାଜୟ, ସୁପରକିଙ୍ଗସକୁ ୫୪ ରନରେ ହରାଇଲା କିଙ୍ଗସ

author img

By

Published : Apr 4, 2022, 7:13 AM IST

ଲାଏମ ଲିଭିଙ୍ଗଷ୍ଟୋନଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ପଞ୍ଜାବ କିଙ୍ଗସ ୫୪ ରନରେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇକୁ ହରାଇଛି । ପ୍ରଥମ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ ୮ ୱିକେଟ ହରାଇ ୧୮୦ ରନ କରଥିଲା । ଜବାବରେ ଚେନ୍ନାଇ ୧୮ ଓଭରରେ ୧୨୬ ରନ କରି ଅଲଆଉଟ ହୋଇଥିଲା । ଅଧିକ ପଢନ୍ତୁ

IPL2022
IPL2022

ମୁମ୍ବାଇ: ଚଳିତ ଆଇପିଏଲରେ ଚେନ୍ନାଇ ଯେପରି ତାର ଚମକ ହରାଇଛି । ଲଗାତର ପରାସ୍ତ ହେବାରେ ଲାଗିଛି । ଆଇପିଏଲ୧୫ର ଏକାଦଶ ଲିଗ ମ୍ୟାଚରେ ଚେନ୍ନାଇର କ୍ରମାଗତ ତୃତୀୟ ପରାଜୟ ହୋଇଛି । ଲାଏମ ଲିଭିଙ୍ଗଷ୍ଟୋନଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ପଞ୍ଜାବ କିଙ୍ଗସ ୫୪ ରନରେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇକୁ ହରାଇଛି । ପ୍ରଥମ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ ୮ ୱିକେଟ ହରାଇ ୧୮୦ ରନ କରଥିଲା । ଜବାବରେ ଚେନ୍ନାଇ ୧୮ ଓଭରରେ ୧୨୬ ରନ କରି ଅଲଆଉଟ ହୋଇଥିଲା । ଲିଭିଙ୍ଗଷ୍ଟୋନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହ ୨ଟି ୱିକେଟ ନେଇଥିଲେ । ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ଏହା ସହିତ ପଞ୍ଜାବ ତାର ଦ୍ବିତୀୟ ବିଜୟ ହାସଲ କରିଛି ।

ସୁପରକିଙ୍ଗସ ପ୍ରଥମେ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ୧୪ ରନ ବେଳକୁ ପଞ୍ଜାବର ୨ଟି ୱିକେଟ ପତନ ହୋଇସାରିଥିଲା । ଓପନର ମୟଙ୍କ ଅଗ୍ରୱାଲ ୪ ଓ ଭାନୁକା ରାଜାପକ୍ସା ୯ ରନ ଆଉଟ ହୋଉଥିଲେ । ଓପନର ଶିଖର ଧାୱନ ଓ ଲିଆମ ଲିଭିଙ୍ଗଷ୍ଟୋନଙ୍କ ମଧ୍ୟରେ ୯୫ ରନ୍‌ର ଭାଗିଦାରୀ ହୋଇଥିଲା । ଧାୱନ ୨୪ ବଲ୍‌ରୁ ୩୩ରନ୍‌ର ଇଂନିସ ଖେଳି ପାଭିଲିୟନ ଫେରିଥିଲେ । ତେବେ ଲିଭିଂଷ୍ଟୋନ ଚେନ୍ନାଇ ବୋଲରଙ୍କୁ ନିରାଶ କରିବା ସହ ୩୨ ବଲ୍‌ରୁ ଧୁଆଁଧାର ୬୦ ରନ୍‌ର ଇଂନିସ ଖେଳିଥିଲେ । ଫଳରେ ଚେନ୍ନାଇ ସାମ୍ନାରେ ୧୮୧ ରନ୍‌ର ବଡ ଟାର୍ଗେଟ ରଖିପାରିଥିଲା ପଞ୍ଜାବ । ପଞ୍ଜାବ ପକ୍ଷରୁ ଲିଆମ ଲିଭିଙ୍ଗଷ୍ଟୋନ ୩୨ ବଲରୁ ସର୍ବାଧିକ ୬୦ ରନ୍‌ର ଇଂନିସ ଖେଳିଥିଲେ । ସିଏସକେ ପକ୍ଷରୁ ଡ୍ବାଇନ ପ୍ରିଟୋରିସ ଓ କ୍ରିସ ଜୋର୍ଡାନ ୨ଟି ଲେଖାଏଁ ୱିକେଟ ହାତେଛନ୍ତି ।

ଏହାବି ପଢନ୍ତୁ...ଦ୍ବିତୀୟ ଭାରତୀୟ ଭାବେ ୩୫୦ଟି୨୦ ମ୍ୟାଚ୍‌ ଖେଳିଲେ ଧୋନି

୧୮୧ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ସୁପରକିଙ୍ଗସ । ପଞ୍ଜାବ କିଙ୍ଗସଙ୍କ ଘାତକ ବୋଲିଂରେ ଚେନ୍ନାଇର ବିପର୍ଯ୍ୟୟ ଘଟିଥିଲା । ଓପନର ଋତୁରାଜ ଗାଏକ୍ବାର୍ଡ ୧ ଓ ରବିନ ଉଥପ୍ପା ୧୩ ରନ କରି ଆଉଟ ହୋଉଥିଲେ । ମୋଇନ ଅଲି ଓ ଜାଡେଜା ଖାତା ଖୋଲି ପାରି ନଥିଲେ । ଅମ୍ବତି ରାୟୁଡୁ ୧୩ ରନ କରି ସଅଳ ପାଭିଲିୟନ ଫେରିଥିଲେ । ଦଳୀୟ ସ୍କୋର ୩୬ ରନ ବେଳେ ଚେନ୍ନାଇ ୫ଟି ୱିକେଟ ହରାଇଥିଲା । ଏହାପରେ ଶିବମ ଦୁବେ ଓ ମହେନ୍ଦ୍ର ସିଂ ଧୋନି ସ୍ଥିତି ସମ୍ଭାଳି ଖେଳିଥିଲେ । କ୍ରିଜରେ ଜମିବା ପରେ ଦୁବେ ଆକ୍ରମଣାତ୍ମତ ସଟ ଖେଳିଥିଲେ । ଦଳୀୟ ସ୍କୋର ୯୮ରନରେ ୫୭ ରନ କରି ଆଉଟ ହୋଇଥିଲେ ଶିବମ । ପରେ ପରେ ବ୍ରାଭୋ ଓ ଡ୍ବେନ ଆଉଟ ହୋଉଥିଲେ । ଫିଲ୍ଡରେ ଧୋନୀ ଥିବା ଯାଏ ବିଜୟ ଆଶା ଥିଲା । ଅନ୍ତିମ ଭାଗରେ ଦ୍ରୁତ ରନ କରିବାକୁ ଚେଷ୍ଟା କରିଥିଲେ । ହେଲେ ୨୩ ରନ କରି ଆଉଟ ହୋଇଥିଲେ ଧୋନି । ଦଳ ଏକଦମ ସଙ୍କଟରେ ପଡିଯାଇଥିଲା । ୧୨୬ରନ କରି ଆଲଆଉଟ ହୋଉଥିଲା ଚେନ୍ନାଇ । ପଞ୍ଜାବ କିଙ୍ଗସ ପକ୍ଷରୁ ରାହୁଲ ଚହର ୩, ବୈଭବ ଆରୋରା ଓ ଲିଭିଙ୍ଗଷ୍ଟୋନ ୨ଟି ଲେଖାଏଁ ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.