ETV Bharat / sports

IPL2022: ଆଜି SRH-LSG ମୁକାବିଲା, ଖାତା ଖୋଲିବା ଲକ୍ଷ୍ୟରେ ହାଇଦ୍ରାବାଦ

ଚଳିତ ଆଇପିଏଲ ସିଜିନର ଦ୍ବାଦଶ ଲିଗ ମ୍ୟାଚରେ ଆଜି (ସୋମବାର) ଲକ୍ଷ୍ନୌ ସୁପରଜାଏଣ୍ଟସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ । ମ୍ୟାଚ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Apr 4, 2022, 9:00 AM IST

ଆଜି SRH-LSG ମୁକାବିଲା
ଆଜି SRH-LSG ମୁକାବିଲା

ମୁମ୍ବାଇ: ଚଳିତ ଆଇପିଏଲ ସିଜିନର ଦ୍ବାଦଶ ଲିଗ ମ୍ୟାଚରେ ଆଜି (ସୋମବାର) ଲକ୍ଷ୍ନୌ ସୁପରଜାଏଣ୍ଟସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ । ମ୍ୟାଚ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଆଜିର ମ୍ୟାଚ ଜିତି ବିଜୟ ଖାତା ଖୋଲିବା ନେଇ ଲକ୍ଷ୍ୟ ରଖିଛି ସନରାଇଜର୍ସ ହାଇଦ୍ରାବାଦ । ଅନ୍ୟପଟେ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରଣନୀତି ନେଇ ପଡିଆକୁ ଓହ୍ଲାଇବ ଲକ୍ଷ୍ନୌ ।

ପ୍ରଥମ ମ୍ୟାଚରେ ରାଜସ୍ଥାନଠୁ ପରାସ୍ତ ହୋଇଥିଲା ସନରାଇଜର୍ସ ହାଇଦ୍ରାବାଦ । ସବୁ ବିଭାଗରେ ଦଳର ପ୍ରଦର୍ଶନ ଖରାପ ରହିଥିଲା । ବୋଲରମାନେ ଅତିରିକ୍ତ ରନ ଅଧିକ ଦେଇଥିଲେ । ବ୍ୟାଟରମାନେ ୨୧୦ ରନର ବିଜୟ ଲକ୍ଷ୍ୟ ପିଛା କରିବାରେ ବିଫଳ ହୋଇଥିଲେ । ଆଜିର ମ୍ୟାଚରେ ସୁପରଜାଏଣ୍ଟସକୁ ହରାଇବାକୁ ହେଲେ ଦଳକୁ ପୂର୍ବ ତ୍ରୁଟିକୁ ସୁଧାରି ଖେଳିବାକୁ ହେବ । ବୋଲି ଓ ବ୍ୟାଟିଂ ବିଭାଗକୁ ସୁଦୃଢ କରିବାକୁ ହେବ । ଦଳରେ ଦକ୍ଷ ଖେଳାଳି ରହିଛନ୍ତି । ଆଜି ସେମାନଙ୍କ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିବାକୁ ପଡିବ । ଆଜି ୱାସିଂଟନ ସୁନ୍ଦରଙ୍କ ପ୍ରଦର୍ଶନ ଉପରେ ନଜର ରହିବ ।

ଏହା ବି ପଢନ୍ତୁ...IPL2022: ଚେନ୍ନାଇର ତୃତୀୟ ପରାଜୟ, ସୁପରକିଙ୍ଗସକୁ ୫୪ ରନରେ ହରାଇଲା କିଙ୍ଗସ

ସେହିପରି ଲକ୍ଷ୍ନୌ ସୁପରଜାଏଣ୍ଟସ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିଲା । ମାତ୍ର ଦ୍ବିତୀୟ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇକୁ ହରାଇ ଦଳର ମନୋବଳ ଦ୍ବିଗୁଣିତ ଅଛି । ଅଧିନାୟକ ଲୋକେଶ ରାହୁଲ ଫର୍ମକୁ ଫେରିବା ନେଇ ଆଶା ରହିଛି । ନବାଗତ ଆୟୂଷ ବାଦୋନିଙ୍କ ପ୍ରଦର୍ଶନ ଚର୍ଚ୍ଚାରେ ରହିଛି । ଆଜିର ମ୍ୟାଚରେ ମଧ୍ୟ ବାଦୋନିଙ୍କ ବ୍ୟାଟରୁ ବଡ ସ୍କୋର ଆଶା କରିବେ କ୍ରିକେଟପ୍ରେମୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.