ETV Bharat / sports

ପରାଜୟ ଧାରା ଭାଙ୍ଗିଲା କେକେଆର: 5 ୱିକେଟରେ ଜିତିଲା ମ୍ୟାଚ

author img

By

Published : Apr 27, 2021, 7:41 AM IST

ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ 21ତମ ମ୍ୟାଚରେ ପଞ୍ଜାବ ବିପକ୍ଷ ମ୍ୟାଚକୁ କବଜା କରି ନେଇଛି କୋଲକାତା । ଅଧିକ ପଢନ୍ତୁ...

5ୱିକେଟରେ ମ୍ୟାଚ ଜିତିଲା କେକେଆର
5ୱିକେଟରେ ମ୍ୟାଚ ଜିତିଲା କେକେଆର

ଅହମ୍ମଦାବାଦ: ଚଳିତ ଆଇପିଏଲର 21ତମ ମ୍ୟାଚରେ ପଞ୍ଜାବ ବିପକ୍ଷ ମ୍ୟାଚକୁ କବଜା କରି ନେଇଛି କୋଲକାତା । ଲଗାତାର ପାଞ୍ଚଟି ମ୍ୟାଚ ଖେଳି ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହେବା ପରେ ଏହା କୋଲକାତାର ଦ୍ବିତୀୟ ବିଜୟ । 5 ୱିକେଟରେ ପଞ୍ଜାବକୁ ହରାଇ ପଏଣ୍ଟ ଟେବୁଲ ଉପରକୁ ଉଠିଛି ନାଇଟ ରାଇଡର୍ସ ।

ପ୍ରଥମେ ଟସ ଜିତି ନାଇଟ ରାଇଡର୍ସ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହା ପଞ୍ଜାବ କିଙ୍ଗସର ଦୁଇ ଅଭିଜ୍ଞ ଓପନର ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରୱାଲ ବ୍ୟାଟିଂ ଆରମ୍ଭ କରିଥିଲେ । ଦଳୀୟ ସ୍କୋର 36ରନରେ ବ୍ୟକ୍ତିଗତ 19ରନ କରି କମିନ୍ସଙ୍କ ବଲରେ ଆଉଟ ହୋଇଥିଲେ ରାହୁଲ । ପରେ ପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କ୍ରିସ ଗେଲ ଖାତା ଖୋଲି ନପାରି ମାଭିଙ୍କ ବଲରେ ଆଉଟ ହୋଇଥିଲେ । ଏହା ପରେ ଦୀପକ ହୁଡ୍ଡା 1 ରନ କରି ପାଭିଲିୟନ ଫେରିଥିଲେ । ଦଳୀୟ ସ୍କୋର 42ରନ ବେଳକୁ ପଞ୍ଜାବ 3ଟି ୱିକେଟ ହରାଇଥିଲା । ନାଇଟ ରାଇର୍ଡସ ମାପଚୁପ ବୋଲିଂ ଆଗରେ ପଞ୍ଜାବକୁ ବିଶାଳ ସ୍କୋର କରିବା କଷ୍ଟକର ହୋଇପଡିଥିଲା । 20 ଓଭରରେ 9 ୱିକେଟ ହରାଇ 123ରନ ସଂଗ୍ରହ କରିଥିଲା ପଞ୍ଜାବ କିଙ୍ଗସ ।

124ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ନାଇଟ ରାଇର୍ଡସ । ମାତ୍ର 17 ରନ ବେଳକୁ କୋଲକାତା 3ଟି ୱିକେଟ ହରାଇଥିଲା । ଓପନର ନିତିଶ ରାଣା ଓ ସୁନାଲ ନାରାଏନ ଖାତା ନ ଖୋଲି ଆଉଟ ହୋଇଥିଲେ । ଶୁଭମନ ଗିଲ 9 ରନ କରି ଆଉଟ ହୋଇଥିଲେ । ଏହା ପରେ ପଡିଆକୁ ଆସିଥିଲେ ମୋର୍ଗାନ । ରାହୁଲ ତ୍ରିପାଠୀ ଓ ମୋର୍ଗାନଙ୍କ ଶୃଙ୍ଖଳିତ ବ୍ୟାଟିଂ ଦଳୀୟ ସ୍କୋରକୁ 66ରନରେ ପହଞ୍ଚାଇଥିଲେ । ଫଳରେ କୋଲକାତାର ବିଜୟ ଆଶାକୁ ଉଦଜ୍ଜୀବିତ କରିଥିଲା । ମୋର୍ଗାନ କ୍ରିଜରେ ଜମି ଯାଇ ଦଳକୁ ବିଜୟୀ କରିଥିଲେ । ମୋର୍ଗାନ 40 ବଲରେ ଅପରାଜିତ 47 ରନ କରିଥିଲେ । 20 ବଲ ବାକି ଥାଇ ଆବଶ୍ୟକୀୟ ରଲ କରି ବିଜୟୀ ହୋଇଥିଲା କୋଲକାତା ନାଇଟ ରାଇର୍ଡସ । ମୋର୍ଗାନ ପ୍ଲେୟାର ଅଫ ହି ମ୍ୟାଚ ହୋଇଥିଲେ । ପାଞ୍ଚଟି ମ୍ୟାଚ ଖେଳି ମାତ୍ର ଗୋଟିଏ ମ୍ୟାଚ ଜିତିବା ପରେ ଷଷ୍ଠ ମ୍ୟାଚରେ ବିଜୟୀ ହୋଇଛି କୋଲକାତା । 21ତମ ମ୍ୟାଚରେ ବିଜୟୀ ହେବା ପରେ ପଏଣ୍ଟ ଟେବୁଲ ପଞ୍ଜମ ସ୍ଥାନରେ ରହିଛି କେକେଆର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.