ETV Bharat / sports

ଧାୱନ ଧମାକା; ପଞ୍ଜାବକୁ 7 ୱିକେଟରେ ହରାଇ ଶୀର୍ଷରେ ଦିଲ୍ଲୀ

author img

By

Published : May 3, 2021, 8:18 AM IST

ଆଇପିଏଲରେ 29ତମ ମ୍ୟାଚରେ ପଞ୍ଜାବକୁ ଭେଟିଥିଲା ଦିଲ୍ଲୀ । ଧାୱାନଙ୍କ ଦମଦାର ବ୍ୟାଟିଂରେ ପଞ୍ଜାବକୁ 7ୱିକେଟରେ ହରାଇ ପଏଣ୍ଟ ଟେବଲର ଶୀର୍ଷ ସ୍ଥାନରେ ପହଞ୍ଚିଛି ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢନ୍ତୁ...

ଧାୱନ ଧମାକା
ଧାୱନ ଧମାକା

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ଚମତ୍କାର ପ୍ରଦର୍ଶନ ଜାରି ରହିଛି । ପ୍ରାୟ ମ୍ୟାଚରେ ବିଜୟୀ ହୋଇ ଦିଲ୍ଲୀ ତାର ପ୍ରଶଂସକଙ୍କ ଦିଲ ଜିତିବାର ଲାଗିଛି । ଆଇପିଏଲରେ 29ତମ ମ୍ୟାଚରେ ପଞ୍ଜାବକୁ ଭେଟିଥିଲା ଦିଲ୍ଲୀ । ଧାୱନଙ୍କ ଦମଦାର ବ୍ୟାଟିଂରେ ପଞ୍ଜାବକୁ 7ୱିକେଟରେ ହରାଇ ପଏଣ୍ଟ ଟେବଲର ଶୀର୍ଷ ସ୍ଥାନରେ ପହଞ୍ଚିଛି ଦିଲ୍ଲୀ କ୍ୟାପିଟାଲ୍ସ ।

ପ୍ରଥମେ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ । ପଞ୍ଜାବ କିଙ୍ଗସର ଓପନର ପ୍ରଭସିମ୍ରନ ସିଂ 12ରନ କରି ବିଦାୟ ନେଇଥିଲେ । କ୍ରିସ ଗେଲ ଗୋଟିଏ ଛକା ଓ ଚୌକା ମାରି 13ରନ କରି ଆଉଟ ହୋଇଥିଲେ । ଦଳୀୟ ସ୍କୋର 35ରନ ବେଳକୁ କିଙ୍ଗସ ତାର 2ଟି ୱିକେଟ ହରାଇ ଚିନ୍ତାରେ ପଡିଯାଇଥିଲା ପଞ୍ଜାବ । ଏହା ପରେ ମୟଙ୍କ ଅଗ୍ରୱାଲ ଓ ଡାୱିଡ୍ ମାଲାନ 8 ଓଭରରେ 52ରନ କରିଥିଲେ । ଅଗ୍ରୱାଲଙ୍କ ଦୃଢ ବ୍ୟାଟିଂ ଜାରି ରହିଥିଲା । ଦଳୀୟ ସ୍କୋର 87ବେଳକୁ ବ୍ୟକ୍ତିଗତ 26ରନ କରି ମଲାନ ଆଉଟ ହୋଇଥିଲେ । ଦୀପକ ହୁଡା 1ରନ କରି ପାଭିଲିୟନ ଫେରିଥିଲେ । ଅଗ୍ରୱାଲଙ୍କ ଶୃଙ୍କଳିତ ବ୍ୟାଟିଂ ଏକ ବିଶାଳ ସ୍କୋର କରିବାର ଆଶାକୁ ଉଦଜ୍ଜୀବିତ ରଖିଥିଲା । ଅନ୍ୟ ବ୍ୟାଟ୍ସମ୍ୟାନ ମଧ୍ୟ ମୟଙ୍କଙ୍କୁ ସହାୟତା କରିଥିଲେ । ମୟଙ୍କ ଶେଷ ପର୍ଯ୍ୟନ୍ତ କ୍ରିଜରେ ତିଷ୍ଠି ରହି ଦଳୀୟ ସ୍କୋରକୁ 166ରନରେ ପହଞ୍ଚାଇଥିଲେ । ମୟଙ୍କ ବ୍ୟକ୍ତିଗତ 58ବଲ ଖେଳି 99ରନ ସଂଗ୍ରହ କରିଥିଲେ । ଅପରାଜିତ ରହିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସର କାଗିସୋ ରାବାଡା 3ଟି ୱିକେଟ ହାତେଇଥିଲେ ।

167 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀର ପୃଥୀ ଶ' ଓ ଶିଖର ଧାୱନ । ଦୁଇ ଓପନରଙ୍କର ଆରମ୍ଭ ହୋଇଯାଇଥିଲା ବିସ୍ଫୋରକ ବ୍ୟାଟିଂ । ଦୁଇଜଣ 63ରନ ସଂଗ୍ରହ କରିଥିଲେ । 22ବଲରେ 39ରନ ସଂଗ୍ରହ କରି ପ୍ରଥମେ ଆଉଟ ହୋଇଥିଲେ ଶ' । ଏହା ପରେ ଆସିଥିଲେ ଷ୍ଟିଭେନ ସ୍ମିଥ । ଧାୱିନ ଓ ସ୍ମିଥ ମିଶି ସ୍କୋରକୁ ଆଗକୁ ନେଇଥିଲେ । ଦିଲ୍ଲୀ ଦ୍ବିତୀୟ ୱିକେଟ ହରାଇବାବେଳକୁ ଦଳ 48ରନ ସଂଗ୍ରହ କରିଥିଲା । ଦଳୀୟ ସ୍କୋର 111ବେଳକୁ ସ୍ମିଥ 25ରନ କରି ଆଉଟ ହୋଇଥିଲେ । ରିଶଭ ପନ୍ତ ମଧ୍ୟ ଏତେଟା ଭଲ ପ୍ରଦର୍ଶନ କରି ନଥିଲେ । ଧାୱନଙ୍କୁ ଆଉଟ କରିବାରେ ପଞ୍ଜାବ କିଙ୍ଗସ ବୋଲର ବିଫଳ ହୋଇଥିଲେ । 47ବଲରୁ 6ଟି ଚୌକା ଓ 2ଟି ଛକା ମାରି ଦଳ ପାଇଁ 69ରନ ଯୋଗାଡ କରିଥିଲେ । 17 ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ ତିନିଟି ୱିକେଟ ହରାଇ ବିଜୟୀ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସ ଷଷ୍ଠ ବିଜୟ ହାସଲ କରି ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.