ETV Bharat / sports

WPL 2023: ଆଜି ଡବଲ ମୁକାବିଲା, ମୁହାଁମୁହିଁ ହେବେ 4 ଦଳ - ଆରସିବି ବନାମ ଦିଲ୍ଲୀ

ମହିଳା ପ୍ରିମିୟର ଲିଗ ପ୍ରଥମ ସଂସ୍କରଣର ଆଜି ଦ୍ବିତୀୟ ଦିନ । ଦ୍ବିତୀୟ ଦିନରେ ଦୁଇଟି ମ୍ୟାଚ ରହିଛି । ଲିଗ ପର୍ଯ୍ୟାୟରେ ମୁହାଁମୁହିଁ ହେବେ 4 ଦଳ । ଅଧିକ ପଢନ୍ତୁ

ଆଜି ଡବଲ ମୁକାବିଲା
WPL 2023
author img

By

Published : Mar 5, 2023, 10:47 AM IST

ମୁମ୍ବାଇ: ମହିଳା ଆଇପିଏଲ ଦ୍ବିତୀୟ ଦିନରେ ଆଜି ଡବଲ ହେଡର ମ୍ୟାଚ ରହିଛି । ପ୍ରଥମ ମ୍ୟାଚ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବାକୁ ଥିବାବେଳେ ଦ୍ବିତୀୟଟି ୟୁପି ୱାରିୟର୍ସ ଓ ଗୁଜୁରାଟ ଜାଏଣ୍ଟ୍ସ ମଧ୍ୟରେ ହେବ । ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଅପରାହ୍ନ 3ଟା 30ରେ ବାଙ୍ଗାଲୋର-ଦିଲ୍ଲୀ ମୁକାବିଲା ଓ ସନ୍ଧ୍ୟା 7ଟା 30ରେ ଡିୱାଇ ଷ୍ଟାଡିୟମରେ ଗୁଜୁରାଟ ଓ ୟୁପି ୱାରିୟର୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ଗୁଜୁରାଟ ଜାଏଣ୍ଟ୍ସର ଏହା ଦ୍ବିତୀୟ ମୁକାବିଲା । ଅନ୍ୟ 3 ଦଳର ଏହା ପ୍ରଥମ ମୁକାବିଲା ।

RCB VS DC: ମହିଳା ପ୍ରିମିୟର ଲିଗ ଦ୍ବିତୀୟ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧାନାଙ୍କ ନେତୃତ୍ବରେ ଗ୍ରାଉଣ୍ଡକୁ ଓହ୍ଲାଇବ ଆରସିବି । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନେତୃତ୍ବ ନେଇଛନ୍ତି ଅଷ୍ଟ୍ରେଲିଆ ଖେଳାଳି ମେଗ ଲାନିଙ୍ଗ । ବ୍ରାବୋର୍ଣ୍ଣ ଷ୍ଟାଡିୟମରେ 170ରନରୁ ଅଧିକ କରିବା ଏକପ୍ରକାର ଚାଲେଞ୍ଜ ହେବ । ବୋଲରଙ୍କ ପାଇଁ ପିଚ ସୁହାଇ ନପାରେ । ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି ।

UP warriorz vs Gujarat: ମହିଳା ଆଇପିଏଲ ଦ୍ବିତୀୟ ଦିନରେ ତୃତୀୟ ମୁକାବିଲା ଗୁଜୁରାଟ ଜାଏଣ୍ଟ୍ସ ଓ ୟୁପି ୱାରିୟର୍ସ ମଧ୍ୟରେ ଖେଳାଯିବ । ଗୁଜୁରାଟ ଜାଏଣ୍ଟ୍ସର ଏହା ଦ୍ବିତୀୟ ମୁକାବିଲା । ଉଦଘାଟନୀ ମ୍ୟାଚରେ ମୁମ୍ବାଇ ବିପକ୍ଷରେ 142 ରନରେ ପରାସ୍ତ ହୋଇଥିଲା ଗୁଜୁରାଟ । ପ୍ରଥମ ମୁକାବିଲାରେ କରିଥିବା ତ୍ରୁଟିକୁ ସୁଧାରି ବେଥ ମୁନୀଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ଦଳ । ସେହିପରି ଆଲିସା ହିଲିଙ୍କ ନେତୃତ୍ବରେ ମହିଳା ପ୍ରିମିୟର ଲିଗ ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି ୟୁପି ୱାରିୟର୍ସ । ଡିୱାଇ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ ।

ଏହା ବି ପଢନ୍ତୁ...WPL 2023: ମୁମ୍ବାଇର ବିଜୟରୁ ଅଭିଯାନ ଆରମ୍ଭ, 143 ରନରେ ହାରିଲା ଗୁଜୁରାଟ

ଆରସିବି ସ୍କ୍ବାର୍ଡ: ସ୍ମୃତି ମାନ୍ଧନା, ସୋଫି ଡେଭିନ, ହିଟହର ନାଇଟ, ଇଲେସି ପେରୀ, ଇନ୍ଦ୍ରାଣୀ ରଏ, ରିଚା ଘୋଷ, ପୁନମ ନାନାସାହେବ, କନିକା ଆହୁଜା, ମେଗାନ ସୁଚୁଟ, ରେଣୁକା ସିଂ ଠାକୁର, ସାହାନା ପାୱାର ।

ଦିଲ୍ଲୀ ସ୍କ୍ବାର୍ଡ: ତାନିୟା ଭାଟିଆ, ଶେଫାଳି ବର୍ମା, ମେଗ ଲାନିଙ୍ଗ, ଜେମିମା ରୋଡ୍ରିଗ୍ସ, ଆଲିସି କ୍ୟାପସେ, ମାରିଜନା କେପ, ମାନି ମିନୁ, ଜେସ ଜୋସେନ, ରାଧା ଯାଦବ, ଶିକ୍ଷା ପାଣ୍ଡେ, ପୁନମ ଯାଦବ ।

ଗୁଜୁରାଟ ସ୍କ୍ବାର୍ଡ: ବେଥ ମୁନୀ, ସ୍ନେହ ରଣା, ମେଘନା, ଡୋଟିନ, ଡନକଲେ, ଗ୍ରାଣ୍ଡନର, ହରଲିନ ଦେଓଲ, ସୁଷମା ବର୍ମା, ମାନ୍ସି ଜୋଶୀ, ତନୁଜା କନୱାର, ମୋନିକା ପଟେଲ ।

ୟୁପି ୱାରିୟର୍ସ ସ୍କ୍ବାର୍ଡ: କିରଣ ନାଭାଗିର, ଆଲିସା ହିଲି, ଦିପ୍ତୀ ଶର୍ମା, ଦେବିକା ବୈଦ୍ୟ, ସିମରନ ଶୈକ୍ଷ, ତାହିଲ ମାକଗ୍ରିଥ, ପରଶାଭି ଚୋପ୍ରା, ଗ୍ରେସ ହାରିସ, ରାଜେଶ୍ବରୀ ଗାଏକ୍ବାର୍ଡ, ସୋଫନ ଏକଷ୍ଟୋନ, ଶାଭନିମ ଇସମେଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.