ETV Bharat / sports

WPL 2023: ମୁମ୍ବାଇ ଇଣ୍ଡିଆନ୍ସର ଦ୍ବିତୀୟ ବିଜୟ, ହାରିଲା ବାଙ୍ଗାଲୋର - ମୁମ୍ବାଇ ବନାମ ବାଙ୍ଗାଲୋର

ମହିଳା ପ୍ରିମିୟର ଲିଗରେ ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଭଲ ପ୍ରଦର୍ଶନ ଜାରି ରହିଛି । ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି ମୁମ୍ବାଇ । ଅଧିକ ପଢନ୍ତୁ

mumbai win aganist Bangalore
ମୁମ୍ବାଇ ବନାମ ବାଙ୍ଗାଲୋର
author img

By

Published : Mar 7, 2023, 7:45 AM IST

ମୁମ୍ବାଇ: ମହିଳା ପ୍ରିମିୟର ଲିଗରେ ଦମଦାର ମୁମ୍ବାଇ ଇଣ୍ଡିଆନ୍ସ ଫର୍ମରେ ରହିଛି । ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧୀନ ମୁମ୍ବାଇ । ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ସ୍ମୃତି ମାନ୍ଧନାଙ୍କ ଦଳ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ 9 ୱିକେଟରେ ହରାଇଛି ମୁମ୍ବାଇ । ଅଲରାଉଣ୍ଡର ହେଲି ମାଥ୍ୟୁସଙ୍କ ଦମଦାର ବ୍ୟାଟିଂ ଓ ବୋଲିଂ ମୁମ୍ବାଇକୁ କ୍ରମାଗତ ଦ୍ବିତୀୟ ବିଜୟ ଦେଇଛି । 3 ୱିକେଟ ନେବା ସହ ଅପରାଜିତ 77 ରନର ପାଳି ଖେଳିଥିବାରୁ ହେଲି ମାଥ୍ୟୁସ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଆରସିବିର ଲଗାତର ଦ୍ବିତୀୟ ପରାଜୟ ହୋଇଛି ।

ଟସ ଜିତି ପ୍ରଥମେ ରୟାଲ ଚାଲେଞ୍ଜର୍ସ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦୁଇ ଓପରନ ସ୍ମୃତି ମାନ୍ଧନା ଓ ସୋଫି ଡିଭାଇନ ଭଲ ଆରମ୍ଭ କରିଥିଲେ । ଉଭୟ ପ୍ରଥମ ୱିକେଟ ପାଇଁ 39 ରନ ସଂଗ୍ରହ କରିଥିଲେ । ପଞ୍ଚମ ଓଭରରେ ସାଇକା ଇଶାକ ଏହି ଯୋଡିକୁ ଭାଙ୍ଗିଥିଲେ । ସୋଫି 16 ରନ କରି ଆଉଟ ହୋଇଥିଲେ । ଏହାପରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଆରସିବି । ବ୍ୟାଟିଂ କରିବାକୁ ଆସିଥିବା ଦିଶା କସାଟ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ଦିଶା ସାଇକା ଇଶାକଙ୍କ ଦ୍ବିତୀୟ ଶିକାର ଥିଲେ । ପରେ ପରେ ସ୍ମୃତି ମାନ୍ଧାନାଙ୍କୁ ପାଭିଲିୟନ ପଠାଇତିଲେ ହେଲି ମାଥ୍ୟୁସ । 23 ରନ କରି ସଅଳ ପାଭିଲିୟନ ଫେରିଥିଲେ ସ୍ମୃତି । ପୁଣି ଆଉ ଗୋଟିଏ ଶିକାର କରିଥିଲେ ହେଲି ମାଥ୍ୟୁସ । ହିଥର ନାଇଟ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ ।

ଦଳୀୟ ସ୍କୋର ମାତ୍ର 43ରେ 4ଟି ୱିକେଟ ପତନ ହୋଇଥିଲା । ପରେ ପରେ ଏଲିସ ପେରୀ 13 ରନ କରି ଆଉଟ ହୋଇଥିଲେ । ଗୋଟିଏ ପରେ ଗୋଟିଏ ୱିକେଟ ପତନ ହେବା ଦଳକୁ ସଙ୍କଟରେ ପକାଇଥିଲା । ଦଳୀୟ ସ୍କୋର 100ଛୁଇଁବା ମୁସ୍କିଲ ହୋଇପଡିଥିଲା । 71ରନରେ ଦଳ 5ଟି ୱିକେଟ ହରାଇଥିଲା । ମଧ୍ୟଭାଗରେ ରିଚା ଘୋଷ, କନିକା, ଆହୁଜା, ଶ୍ରେୟଙ୍କା ପାଟିଲ ଓ ମୋଗାନ ସ୍କଟ ବ୍ୟାଟିଂ କରି ଦଳୀୟ ସ୍କୋରକୁ 155ରେ ପହଞ୍ଚାଇଥିଲେ । ରିଚା 28, କନିକା 22, ଶ୍ରେୟଙ୍କା 23 ଓ ସ୍କଟ 29 ରନ କରିଥିଲେ । ମୁମ୍ବାଇ ପକ୍ଷରୁ ହେଲି ମାଥ୍ୟୁସ 3ଟି, ଇଶାକ ଓ ଆମେଲିଆ କେର 2ଟି ଲେଖାଏଁ ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ....Legends League Cricket: 10ରୁ ଲିଜେଣ୍ଡ୍ସ କ୍ରିକେଟ ଲିଗ୍‌, ଏହି ଦୁଇ ଟିମ୍‌ ମଧ୍ୟରେ ପ୍ରଥମ ମୁକାବିଲା

156ରନ ବିଜୟ ଲକ୍ଷ୍ୟ ନେଇ ପାଳି ଅରମ୍ଭ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ହେଲି ମାଥ୍ୟୁସ ଓ ୟାସ୍ତିକା ଭାଟିଆ ପ୍ରଥମ ୱିକେଟରେ 45 ରନ ସଂଗ୍ରହ କରିଥିଲେ । ଆରସିବିର ପ୍ରୀତି ବୋଷ ଏହି ଯୋଡିକୁ ଭାଙ୍ଗିଥିଲେ । ୟାସ୍ତିକା ଭାଟିଆ 23 ରନ କରି ଆଉଟ ହୋଇଥିଲେ । ଏହାପରେ ଆରସିବି ବୋଲର ୱିକେଟ ନେବାରେ ବିଫଳ ହୋଇଥିଲେ । ଅଲରାଉଣ୍ଡର ହେଲି ମାଥ୍ୟୁସ ଓ ସ୍କିଭର ବ୍ରଣ୍ଟ କ୍ରିଜରେ ଶେଷ ଯାଏ ରହି ଦଳକୁ ବିଜୟୀ କରାଇଥିଲେ । ମାଥ୍ୟୁସଙ୍କୁ ଅଟକାଇବା ଆରସିବି ବୋଲିରଙ୍କ ପାଇଁ କାଠିକର ପାଠ ହୋଇଥିଲା । ମାଥ୍ୟୁସ 26 ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ସ୍କିଭର ବ୍ରଣ୍ଟ ମଧ୍ୟ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ବ୍ରଣ୍ଟ 29 ବଲରେ 55 ରନ କରିଥିଲେ । ହେଲି ମାଥ୍ୟୁସ 38 ବଲରୁ 13ଟି ଚୌକା ଓ ଗୋଟିଏ ଛକା ବଳରେ 77ରନ କରିଥିଲେ ।

ପ୍ରକଶାଥାଉ କି, ମୁ୍ମ୍ବାଇ ଇଣ୍ଡିଆନ୍ସ ତାର ପ୍ରଥମ ମୁକାବିଲାରେ ଗୁଜରାଟକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ବାଙ୍ଗାଲୋରକୁ ହରାଇ ଦ୍ବିତୀୟ ବିଜୟ ହାସଲ କରିଛି । ଆରସିବି ତାର ପ୍ରଥମ ମୁକାବିଲାରେ ଦିଲ୍ଲୀ ଓ ଦ୍ବିତୀୟ ମ୍ୟାଚରେ ମୁମ୍ବାଇଠୁ ପରାସ୍ତ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.