ETV Bharat / sports

WPL 2023: ମେଗ ଲାନିଙ୍ଗ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟିକା - ମହିଳା ଆଇପିଏଲ 2023

ଆଉ ମାତ୍ର କିଛି ଘଣ୍ଟା । ଆରମ୍ଭ ହୋଇଯିବ ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହିଳା ଆଇପିଏଲ । ଏହାରି ଭିତରେ ଦିଲ୍ଲୀ କ୍ୟାପିଟାଲ୍ସ ତାର ଅଧିନାୟିକା ନିଯୁକ୍ତ କରିଛି । ଅଧିକ ପଢନ୍ତୁ

ମେଗ ଲାନିଙ୍ଗ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ
meg lanning delhi capitals captain
author img

By

Published : Mar 3, 2023, 8:00 AM IST

ମୁମ୍ବାଇ: ରାତି ପାହିଲେ ମହିଳା ଆଇପିଏଲ । ମୁମ୍ବାଇ, ଗୁଜୁରାଟ, ବାଙ୍ଗାଲୋର, ୟୁପି ୱାରିୟର୍ସ ପରେ ଦିଲ୍ଲୀ କ୍ୟାପିଟାଲ୍ସ ତାର ଅଧିନାୟିକା ନିଯୁକ୍ତ କରିଛି । ଅଷ୍ଟ୍ରେଲିଆ ଅଧିନାୟିକା ମେଗ ଲାନିଙ୍ଗକୁ ଅଧିନାୟିକା ଭାବେ ଘୋଷଣା କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଲାନିଙ୍ଗ ଉପରେ ଦିଲ୍ଲୀ କ୍ୟାପିଟାଲ୍ସ ଭରସା କରିଛି । ଭାରତୀୟ ଖେଳାଳି ଜେମିମା ରୋଡ୍ରଗ୍ସିଙ୍କୁ ଉପଅଧିନାୟିକା ନିଯୁକ୍ତ କରିଛି ଦିଲ୍ଲୀ । 5 ତାରିଖରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଦିଲ୍ଲୀ କ୍ୟାପିଟାଲ୍ସ ।

30 ବର୍ଷୀୟ ଲାନିଙ୍ଗଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଚଳିତ ବର୍ଷ ଟି-ଟ୍ବେଣ୍ଟି ବିଶ୍ବକପ ବିଜେତା ହୋଇଛି । ତାଙ୍କ ନେତୃତ୍ବରେ ଦଳ ରେକର୍ଡ 4 ଥର ଟି -ଟ୍ବେଣ୍ଟି ବିଶ୍ବକପ ଜିତିଛି । ତେଣୁ ତାଙ୍କ ନେତୃତ୍ବରେ ଦିଲ୍ଲୀ ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ମେଗ ଲାନିଙ୍ଗ ବୁଧବାର ମୁମ୍ବାଇରେ ପହଞ୍ଚି ଦଳରେ ଯୋଗ ଦେଇଛନ୍ତି ।

ମେଗ ଲାନିଙ୍ଗ ତାଙ୍କ କ୍ୟାରିଅରରେ 132ଟି ଟି-20 ଖେଳି 3405 ରନ କରିଛନ୍ତି । ଯେଉଁଥିରେ 2ଟି ଶତକ ମଧ୍ୟ ରହିଛି । ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟିରେ 100ଟି ମ୍ୟାଚରେ ସେ ନେତୃତ୍ବ ନେଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ କ୍ୟାପଟେନ ନିଯୁକ୍ତ କରିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି । ଦିଲ୍ଲୀ ତାଙ୍କ ଉପରେ ଭରସା କରିଥିବାରୁ ସେ ଗର୍ବିତ ଥିବା କହିଛନ୍ତି । ତୃତୀୟ ଅଷ୍ଟ୍ରେଲିଆ ଖେଳାଳି ଭାବେ ମହିଳା ଆଇପିଏଲରେ ଦଳର ନେତୃତ୍ବ ନେଇଛନ୍ତି ମେଗ ଲାନିଙ୍ଗ ।

ଏହା ବି ପଢନ୍ତୁ...WPL 2023: ହର୍ମନପ୍ରୀତ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟିକା

ପ୍ରକାଶଥାଉ କି, ଆସନ୍ତାକାଲିଠୁ (ଶନିବାର) ମହିଳା ଆଇପିଏଲ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟରେ ମୋଟ 22 ମ୍ୟାଚ ଖେଳାଯିବ । 20ଟି ଲିଗ ମ୍ୟଚ ଖେଳାଯିବ । 5ଟି ଟିମ ଏଥିରେ ଅଂଶଗ୍ରହଣ କରିଛନ୍ତି । ମାର୍ଚ୍ଚ 26ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ସମସ୍ତ ମ୍ୟାଚ ବ୍ରାବୋର୍ଣ୍ଣ ଓ ଡି ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ । ଉଭୟ ଗ୍ରାଉଣ୍ଡରେ 11ଟି ଲେଖାଏଁ ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ଗୁଜୁରାଟ ଓ ମୁମ୍ବାଇ ମଧ୍ୟରେ ହେବ ।

ଫେବୃଆରୀ 13 ତାରିଖରେ ମହିଳା ଆଇପିଏଲର ନିଲାମୀ ଅନୁଷ୍ଠିତ ହୋଇଥିଲା । ମୋଟ 30 ଜଣ ବିଦେଶୀ ଖେଳାଳି କ୍ରୟ ହୋଇଥିଲେ । ସ୍ମୃତି ମାନ୍ଧାନା ସବୁଠୁ ଦାମୀ ଖେଳାଳି ହୋଇଥିଲେ । ସ୍ମୃତି ଆରସିବି ଅଧିନାୟିକା ନିଯୁକ୍ତ ହୋଇଛନ୍ତି । ସେହିପରି ଭାରତୀୟ ଅଧିନାୟିକା ହର୍ମନପ୍ରୀତ କୌର ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟିକା ନିଯୁକ୍ତ ହୋଇଥିବାବେଳେ ୟୁପି ୱାରିୟର୍ସ ଆଲିସା ହିଲିଙ୍କୁ କ୍ୟାପ୍ଟେନ ନିଯୁକ୍ତ କରିଥିବା ବେଳେ ଦିପ୍ତୀ ଶର୍ମାଙ୍କୁ ଉପଅଧିନାୟିକା ନିଯୁକ୍ତ କରିଛି । ଗୁଜୁରାଟ ଜାଏଣ୍ଟ୍ସ ଦଳର ନେତୃତ୍ବ ବେଥ ମୁନୀଙ୍କୁ ଦିଆଯାଇଥିବାବେଳେ ସ୍ନେହ ରଣା ଦଳର ଉପଅଧିନାୟିକା ନିଯୁକ୍ତ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.