ETV Bharat / sports

WPL 2023: ମହିଳା ଆଇପିଏଲ ମାସ୍କଟ 'ଶକ୍ତି' ଉନ୍ମୋଚିତ - ମହିଳା ଆଇପିଏଲ ମାସ୍କଟ

ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଛି । ଏହାରି ଭିତରେ ମହିଳା ଆଇପିଏଲ ମାସ୍କଟ ଉନ୍ମୋଚିତ ହୋଇଛି । ଅଧିକ ପଢନ୍ତୁ

jay shah unveils official wpl mascot
Womens Premier League mascot unvei
author img

By

Published : Mar 3, 2023, 1:18 PM IST

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ରାତି ପାହିଲେ ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ଆରମ୍ଭ ହେବ । ଏନେଇ କାଉଣ୍ଟ ଡାଉନ ଆରମ୍ଭ ହୋଇଛି । ମଇଦାନକୁ ଓହ୍ଲାଇବେ ମହିଳା ଆଇପିଏଲ ଟିମ । ଏହାରି ଭିତରେ ମହିଳା ଆଇପିଏଲ ମାସ୍କଟ ଉନ୍ମୋଚିତ ହୋଇଛି । ବିସିସିଆଇ ସମ୍ପାଦକ ଜୟ ଶାହ ମହିଳା ଆଇପିଏଲ ମାସ୍କଟ 'ଶକ୍ତି'ର ଉନ୍ମୋଚିତ କରିଛନ୍ତି ।

ମହିଳା ଆଇପିଏଲ ମାସ୍କଟ ଟ୍ବିଟ କରି ବିସିଆଇ ସମ୍ପାଦକ ଜୟ ଶାହ ଲେଖିଛନ୍ତି, ''ଫାଷ୍ଟ, ଫ୍ରରେନ୍ସ ଏବଂ ଫୁଲ ଅନ ଫାୟାର । ଏହା ତ ଆରମ୍ଭ ମାତ୍ର । ଟାଟା ମହିଳା ପ୍ରିମିୟର ଲିଗ ମାସ୍କଟ ଉନ୍ମୋଚିତ ।'' ମହିଳା ଆଇପିଏଲରେ ଏକ ବାଘୁଣୀକୁ ମାସ୍କଟ ଭାବରେ ରୂପାନ୍ତରିତ କରାଯାଇଛି । ମସ୍କଟି ନୀଳ ରଙ୍ଗର ଜର୍ସି ପିନ୍ଧିଥିବାବେଳେ ଛାତିରେ ମହିଳା ପ୍ରିମିୟର ଲିଗ ଲେଖାଯାଇଛି । ମାସ୍କଟର ନାମ ଶକ୍ତି ରଖାଯାଇଛି । ମାସ୍କଟଟି ହାତରେ ବ୍ୟାଟ ଧରି ଚୌକା ଛକା ବର୍ଷାଉଛି । ମ୍ୟୁଜିକ ସାଙ୍ଗକୁ ଏହା ଦେଖିବାକୁ ଖୁବ ମଜା ଲାଗୁଛି । ଏ ତୋ ବସ ସୁରୁବାତ ହେ ଗୀତରେ ମାସ୍କଟଟି ଆକ୍ସନ ଦେଖାଉଛି ।

ଏହା ବି ପଢନ୍ତୁ...WPL 2023: ମେଗ ଲାନିଙ୍ଗ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟିକା

ମହିଳା ଆଇପିଏଲ ପ୍ରଥମ ସଂସ୍କରଣରେ 5ଟି ଅଂଶଗ୍ରହଣ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର, ୟୁପି ୱାରିୟର୍ସ, ଗୁଜୁରାଟ ଜାଏଣ୍ଟ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ସମସ୍ତ ଦଳ ସେମାନଙ୍କ ଅଧିନାୟିକାଙ୍କ ନାମ ଘୋଷଣା କରି ସାରିଛନ୍ତି । ଆସନ୍ତାକାଲିଠୁ (ଶନିବାର) ମଇଦାନକୁ ଓହ୍ଲାଇବେ ମହିଳା ପ୍ରିମିୟର ଲିଗ ଦଳ । ଟୁର୍ଣ୍ଣାମେଣ୍ଟରେ ମୋଟ 22ଟି ମ୍ୟାଚ ରହିଛି । 20ଟି ଲିଗ ମ୍ୟାଚ ରହିଛି । ଦୁଇଟି ପ୍ଲେ ଅଫ ମ୍ୟାଚ ରହିଛି । ମାର୍ଚ୍ଚ 26 ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଉଭୟ ବ୍ରାବୋର୍ଣ୍ଣ ଓ ଡିୱାଇ ପାଟିଲ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ମୁମ୍ବାଇ ଓ ଗୁଜୁରାଟ ମଧ୍ୟରେ ପ୍ରଥମ ମୁକାବିଲା ହେବ । 23ଦିନ ଧରି ମହିଳା ପ୍ରିମିୟର ଲିଗ ଖେଳାଯିବ । WPLରେ 4ଟି ଡବଲ ମ୍ୟାଚ ଖେଳାଯିବ ।

WPL ପ୍ରଥମ ସଂସ୍କରଣ ପାଇଁ ପେବୃଆରୀ 13 ତାରିଖରେ ନିଲାମ ପ୍ରକ୍ରିୟା କରାଯାଇଥିଲା । ମୋଟ 30 ଜଣ ବିଦେଶୀ ଖେଳାଳି କ୍ରୟ ହୋଇଥିଲେ । ନିଲାମୀରେ ଭାରତୀୟ ଖେଳାଳି ସ୍ମୃତି ମାନ୍ଧନା ସବୁଠୁ ଦାମୀ ଖେଳାଳି ଥିଲେ । ତାଙ୍କୁ ଆରସିବି 3.4 କୋଟିରେ କ୍ରୟ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.