ETV Bharat / sports

Retire out: ଆଇପିଏଲ ଇତିହାସରେ ପ୍ରଥମ, ରିଟାର୍ଡ ଆଉଟ୍‌ ହେଲେ ଅଶ୍ବିନ - ରିଟାର୍ଡ ଆଉଟ୍‌ ରବିଚନ୍ଦ୍ରନ ଅଶ୍ବିନ

ଆଇପିଏଲ ଇତିହାସରେ ପ୍ରଥମ ଟିମ ଭାବେ ରାଜସ୍ଥାନ ରୟାଲ୍ସ 'Retired out' କାର୍ଡ ଖେଳିଛି । ରବିଚନ୍ଦ୍ରନ ଅଶ୍ବିନ ୨୮ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ପାଭିଲିଅନ ଫେରିଆସିଥିଲେ ଓ ତାଙ୍କ ସ୍ଥାନରେ ରିୟାନ ପରାଗ ବ୍ୟାଟିଂ ପାଇଁ ଯାଇଥିଲେ । ଅଧିକ ପଢନ୍ତୁ

Was the right time for Ashwin to retire out: Sangakkara
Retire out: ଆଇପିଏଲ ଇତିହାସରେ ପ୍ରଥମ, ରିଟାର୍ଡ ଆଉଟ୍‌ ହେବାରେ ଅଶ୍ବିନ ପ୍ରଥମ
author img

By

Published : Apr 11, 2022, 6:41 PM IST

ମୁମ୍ବାଇ(ମହାରାଷ୍ଟ୍ର): ଇଣ୍ଡିଆନ ପ୍ରିମିୟର ଲିଗରେ ରାଜସ୍ଥାନ ରୟାଲ୍ସ ଅଲ୍‌-ରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନଙ୍କ ନାମରେ ଏକ ବିରଳ ରେକର୍ଡ ଯୋଡିହୋଇଛି । ରବିବାର ୱାଙ୍ଖେଡେ ଷ୍ଟାଡିୟମ ମୁମ୍ବାଇରେ ଖେଳାଯାଇଥିବା ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ ବିପକ୍ଷ ମ୍ୟାଚ୍‌ରେ ରିଟାର୍ଡ ଆଉଟ୍‌ ହୋଇଥିଲେ ଅଶ୍ବିନ । ଫଳରେ ରିଟାର୍ଡ ଆଉଟ୍‌(Retired out) ହେବାରେ ଆଇପିଏଲ ଇତିହାସରେ ପ୍ରଥମ ଖେଳାଳି ହୋଇଛନ୍ତି ଅଶ୍ବିନ । ଆଇପିଏଲରେ ରବିବାର ଏହି ସଫଳ ରଣନୀତି(successful tactic) ଆପଣାଇଥିଲା ରାଜସ୍ଥାନ ରୟାଲ୍ସ(RR) ।

ରାଜସ୍ଥାନର ଏହି ନିଷ୍ପତିକୁ ପ୍ରଂଶସା କରାଯାଉଥିବାବେଳେ ୨୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ଏହି କୌଶଳ ନିୟମିତ ବ୍ୟବହାର କରାଯାଇପାରେ । ଏପରିକି ଚଳିତ ବର୍ଷ ଶେଷ ଭାଗରେ ଖେଳାଯିବାକୁ ଥିବା ଆଗାମୀ ICC ପୁରୁଷ ଟି୨୦ ବିଶ୍ବକପରେ ମଧ୍ୟ ରିଟାର୍ଡ ଆଉଟ୍‌ ରଣନୀତି ଟିମଗୁଡିକ ଆପଣାଇବାର ସମ୍ଭାବନା ରହିଛି ।

ଇଂନିସ ଶେଷ ହେବାର ୧୦ଟି ବଲ୍‌ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଏହି କୌଶଳ ଆପଣାଇଥିଲା । ଫଳରେ ଅଶ୍ବିନଙ୍କ ବଦଳରେ ବ୍ୟାଟିଂ ପାଇଁ ଆସିଥିବା ରିୟାନ ପରାଗଙ୍କ ଦ୍ରୁତ ଇଂନିସ ସହାୟତାରେ ନିର୍ଦ୍ଧାରିତ ୨୦ ଓଭରରେ ରାଜସ୍ଥାନ ୧୬୫/୬ ବିଜୟୀ ସ୍କୋର କରିପାରିଥିଲା । ଆହତ କିମ୍ବା ଅସୁସ୍ଥ ଥିଲେ ପ୍ରତିପକ୍ଷ ଟିମର କ୍ୟାପଟେନଙ୍କ ପରାମର୍ଶରେ ରିଟାର୍ଡ ହୋଇଥିବା ବ୍ୟାଟ୍‌ର ତାଙ୍କର ଇଂନିସ ପୁନଃ ଆରମ୍ଭ କରିପାରିବାର ନିୟମ ରହିଛି ।

ନିୟମ ୨୫.୪.୩ ଅନୁୟାୟୀ: "ଯଦି ଜଣେ ବ୍ୟାଟ୍‌ର ଅସୁସ୍ଥ କିମ୍ବା ଆହତ ବ୍ୟତୀତ ଅନ୍ୟ କୌଣସି କାରଣ ପାଇଁ ରିଟାର୍ଡ ହୁଅନ୍ତି, ତେବେ ଉକ୍ତ ବ୍ୟାଟରଙ୍କ ଇଂନିସ କେବଳ ପ୍ରତିପକ୍ଷ ଟିମର କ୍ୟାପଟେନଙ୍କ ସହମତିରେ ପୁନଃ ଆରମ୍ଭ ହୋଇପାରିବ । ଯଦି କୌଣସି କାରଣରୁ ସେ ତାଙ୍କର ଇଂନିସ ପୁନଃଆରମ୍ଭ କରୁନାହାନ୍ତି, ତେବେ ଉକ୍ତ ବ୍ୟାଟ୍‌ରଙ୍କୁ ରିଟାର୍ଡ ଆଉଟ୍‌(Retired - out) ବୋଲି ବିବେଚନା କରାଯିବ ।"

ମ୍ୟାଚ୍‌ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ରୟାଲ୍ସ କୋଚ୍‌ କୁମାର ସାଙ୍ଗାକାରା ଅଶ୍ବିନଙ୍କୁ ପ୍ରଶଂସା କରି କହିଥିଲେ ଯେ ଟିମର ବିଜୟ ପାଇଁ ସେ ଏହି ଭୂମିକା ନିଭାଇଲେ । ୧୯ତମ ଓଭରରେ ଟିମ ପାଇଁ ସେ ତାଙ୍କର ଇଂନିସକୁ ତ୍ୟାଗ କରି ରିଟାର୍ଡ ହୋଇଥିଲେ । ତେବେ ଫିଲ୍ଡରେ ଥାଇ ଅଶ୍ବିନ ନିଜ ଆଡୁ ଏହି ପ୍ରସ୍ତାବ ଦେଇଥିଲେ ବୋଲି ସାଙ୍ଗାକାରା ଖୁଲାସା କରିଛନ୍ତି । ମ୍ୟାନେଜ୍‌ମେଣ୍ଟ ମଧ୍ୟ ଏହା ଚିନ୍ତା କରୁଥିଲା କହିଛନ୍ତି କୋଚ୍‌ ସାଙ୍ଗାକାରା । ଏହି କୌଶଳ ଚଳିତ ବର୍ଷ ଅଷ୍ଟ୍ରେଲିଆର ବିଗ୍‌ ବାସ୍‌ ଲିଗ ଫାଇନାଲରେ ସଫଳତାର ସହ ଆପଣାଇଥିଲା ସିଡନୀ ସିକ୍ସର୍ସ । ଶେଷ ବଲ୍‌ରେ ବିଜୟ ପାଇଁ ସିକ୍ସର୍ସ ଦୁଇ ରନ୍‌ ଆବଶ୍ୟକ କରୁଥିବାବେଳେ, ଆହତ ବ୍ୟାଟ୍‌ର ଜୋର୍ଡାନ ସିଲ୍କଙ୍କୁ ରିଟାର୍ଡ କରିଥିଲା ଟିମ । ଫଳରେ ଜେ ଲେଣ୍ଟନ ଶେଷ ବଲ୍‌ ଖେଳିବାକୁ ଆସି ବିଜୟ ରନ୍‌ ହାସଲ କରିଥିଲେ ।

PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.