ETV Bharat / sports

ଆଇପିଏଲରେ ନୂଆ ଆରମ୍ଭ କରିବେ ୱାର୍ଣ୍ଣର - ଡେଭିଡ ୱାର୍ଣ୍ଣର

ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL)ର ଆଗାମୀ ସଂସ୍କରଣର ନିଲାମରେ ନିଜ ନାମ ପଞ୍ଜିକରଣ କରିବେ ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣର । ଅଧିକ ପଢନ୍ତୁ...

Warner says he will go into IPL auction for next season
ଆଇପିଏଲରେ ନୂଆ ଆରମ୍ଭ କରିବେ ୱାର୍ଣ୍ଣର
author img

By

Published : Oct 28, 2021, 8:09 PM IST

ସିଡନୀ: ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣରଙ୍କ ବଡ ବୟାନ । ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL)ର ଆଗାମୀ ସଂସ୍କରଣର ନିଲାମରେ ନିଜ ନାମ ପଞ୍ଜିକରଣ କରିବେ ଓ ବିତ୍ତଶାଳୀ ଲିଗ୍‌ରେ ନୂଆ ଆରମ୍ଭ କରିବାକୁ ଚାହାନ୍ତି କହିଛନ୍ତି ୱାର୍ଣ୍ଣର ।

ଗୁରୁବାର ୩୫ତମ ଜନ୍ମଦିନ ପାଳନ କରିଥିବା ୱାର୍ଣ୍ଣର କହିଛନ୍ତି, ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜ ତାଙ୍କୁ ରିଟେନ କରିବା ସମ୍ଭାବନା କମ୍‌ ଥିବାରୁ ସେ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ ।

ୱାର୍ଣ୍ଣର ସନରାଇଜର୍ସ ହାଇଦ୍ରାବାଦ ଟିମର କ୍ୟାପଟେନ ରହିଥିଲେ । ମାତ୍ର କ୍ୟାପଟେନ ପଦରୁ ତାଙ୍କୁ ହଟାଯିବା ସହ କେନ୍‌ ୱିଲିୟମସନଙ୍କୁ ନୂଆ କ୍ୟାପଟେନ କରିଥିଲା ହାଇଦ୍ରାବାଦ । ଏପରିକି IPL 2021ର UAE ଲିଗ୍‌ରେ ଟିମ ଖେଳିଥିବା ଶେଷ ୬ଟି ମ୍ୟାଚ୍‌ରୁ ସ୍କ୍ବାଡ୍‌ରୁ ବାଦ୍‌ ପଡିଥିଲେ ।

ୱାର୍ଣ୍ଣର କହିଛନ୍ତି ଟିମରୁ ବାଦ ପଡିବାର କାରଣ ଏଯାବତ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଜଣାଯାଇନାହିଁ । ସନରାଇଜର୍ସ ପକ୍ଷରୁ ୮ଟି IPL ସଂସ୍କରଣ ଖେଳିଛନ୍ତି ୱାର୍ଣ୍ଣର ଓ ୨୦୧୬ ସଂସ୍କରଣରେ ଚମ୍ପିଆନ ମଧ୍ୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.