ETV Bharat / sports

IPL 2023: କ୍ରମାଗତ ପରାଜୟ ପରେ ଦିଲ୍ଲୀ ଉପରେ ଖପ୍ପା ସେହୱାଗ, ପ୍ରଦର୍ଶନ ପାଇଁ କୋଚ୍‌ଙ୍କୁ କଲେ ଦାୟୀ

author img

By

Published : Apr 17, 2023, 7:32 AM IST

ଆଇପିଏଲ ୨୦୨୩ରେ ଦିଲ୍ଲୀ କ୍ୟାପିଟାଲ୍ସର ଲଗାତାର ପଞ୍ଚମ ପରାଜୟ ନେଇ ଦଳର କୋଚ ରିକି ପଣ୍ଟିଂଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ । ଦଳର ପ୍ରଦର୍ଶନ ପାଇଁ କୋଚ ଦାୟୀ ବୋଲି ସେ ସିଧାସଳଖ ଅଭିଯୋଗ ଆଣିଛନ୍ତି । ଅଧିକ ପଢ଼ନ୍ତୁ

ଦଳର ପ୍ରଦର୍ଶନ ପାଇଁ କୋଚ ଦାୟୀ କହିଲେ ସେହୱାଗ
ଦଳର ପ୍ରଦର୍ଶନ ପାଇଁ କୋଚ ଦାୟୀ କହିଲେ ସେହୱାଗ

ହାଇଦ୍ରାବାଦ: ଗତ ଶନିବାର ବାଙ୍ଗାଲୋରର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୨୩ ରନରେ ମୁକାବିଲା ହାରିଛି ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ଚଳିତ ଆଇପିଏଲ ୨୦୨୩ରେ ଏହା ଦିଲ୍ଲୀ ପାଇଁ କ୍ରମାଗତ ପଞ୍ଚମ ପରାଜୟ ଥିଲା । ଆରସିବି ଭଳି ଏକ ଦୃଢ଼ ଟିମକୁ ନିର୍ଦ୍ଧାରିତ ୨୦ ଓଭରରେ ୧୭୪ ରନରେ ଅଟକାଇ ଦେଇଥିଲେ ଦିଲ୍ଲୀ ବୋଲର । କିନ୍ତୁ ଦଳର ବ୍ୟାଟର ମାନେ ଏହି ମ୍ୟାଚ୍‌ରେ ପୁଣି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ।

ଏଥିରେ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ କେବଳ ୧୫୧ ରନ କରିଥିଲା ଦିଲ୍ଲୀ । ଫଳରେ ୨୩ ରନରେ ଦଳକୁ ପୁଣିଥରେ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଥିଲା । ଯାହାକୁ ନେଇ ଖପ୍ପା ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ । ସେ ଦିଲ୍ଲୀର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଦଳର କୋଚ ରିକି ପଣ୍ଟିଂଙ୍କୁ ଦୋଷ ଦେଇଛନ୍ତି ।

'ଦିଲ୍ଲୀର ପରାଜୟ ପାଇଁ ରିକି ପଣ୍ଟିଂ ଦାୟୀ': ଚଳିତ ସଂସ୍କରଣରେ ଏବେ ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ମୁକାବିଲା ଜିତି ପାରିନାହିଁ ଦିଲ୍ଲୀ କ୍ୟାପିଟାଲ୍ସ । ଏନେଇ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ କହିଛନ୍ତି, ଯେତେବେଳେ ଗୋଟିଏ ଦଳ ମ୍ୟାଚ୍‌ରେ ଜିତୁଛି, ସେତେବେଳେ ଏହାର ଶ୍ରେୟ ଦଳର କୋଚକୁ ଦିଆଯାଉଛି । ତେଣୁ ଯେତେବେଳେ ଦଳ ବାରମ୍ବାର ହାରୁଛି, ସେତେବେଳେ ଏଥିପାଇଁ ମଧ୍ୟ କୋଚଙ୍କୁ ହିଁ ଦାୟୀ କରାଯିବା ଉଚିତ୍‌ । ଯେତେବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଭଲ ପ୍ରଦର୍ଶନ କରୁଥିଲା, ସେତେବେଳେ ସମସ୍ତେ ଦଳର କୋଚ ରିକି ପଣ୍ଟିଂଙ୍କୁ ଶ୍ରେୟ ଦେଇଥିଲେ । ସବୁ ସଂସ୍କରଣରେ ଦଳ ଶୀର୍ଷ ୪ ଦଳ ମଧ୍ୟରେ ରହୁଥିଲା ବୋଲି ସମସ୍ତେ ତାଙ୍କର ପ୍ରଶଂସା କରୁଥିଲା । ଏବେ ଯେତେବେଳେ ଦଳ ହାରୁଛି ଓ ଖରାପ ପ୍ରଦର୍ଶନ କରୁଛି, ସେଥିପାଇଁ ମଧ୍ୟ ସେ ଦାୟୀ ।"

'କୋଚ କିଛି କରନ୍ତିନି, ତାଙ୍କର ରୋଲ୍ ଜିରୋ:' ଦିଲ୍ଲୀ କ୍ୟାପିଟାଲ୍ସର ବାରମ୍ବାର ଜାରି ରହିଥିବା ଖରାପ ପ୍ରଦର୍ଶନକୁ ନେଇ ସେହୱାଗ ରିକି ପଣ୍ଟିଂଙ୍କ ଉପରେ ଖୁବ ବର୍ଷିଛନ୍ତି । ସେ କହିଛନ୍ତି, "କୋଚ କିଛି କରନ୍ତିନି । ତାଙ୍କର କାମ ଶୂନ୍ୟ । ସେ କେବଳ ମ୍ୟାନେଜମେଣ୍ଟ କରନ୍ତି, ପ୍ରାକ୍ଟିସ କରାନ୍ତି ଓ ସେତେବେଳେ ସେ ଭଲ ଲାଗନ୍ତି ଯେତେବେଳେ ତାଙ୍କ ଦଳ ମୈଦାନରେ ଭଲ ପ୍ରଦର୍ଶନ କରେ । ଯାହା ଚଳିତ ଥର ଦିଲ୍ଲୀ କରିପାରିନାହିଁ ।" ପ୍ରକାଶ ଥାଉ କି ଚଳିତ ସଂସ୍କରଣରେ ଦିଲ୍ଲୀ ଏବେ ପର୍ଯ୍ୟନ୍ତ ୫ଟି ମୁକାବିଲା ଖେଳିସାରିଛି । ଏଥିରୁ ସମସ୍ତ ମୁକାବିଲାରେ ଦଳକୁ ପରାଜୟ ହିଁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.