ETV Bharat / sports

IPL 2023: ଆୟରଙ୍କ ପ୍ରଥମ IPL ଶତକ, ୧୫ ବର୍ଷ ପରେ KKR କ୍ୟାମ୍ପରେ ଶତକୀୟ ପାଳି

ମୁମ୍ବାଇ ବିପକ୍ଷରେ ଧୂଆଁଧାର ଶତକ ହାସଲ କଲେ ଭେଙ୍କଟେଶ ଆୟର । ଆଇପିଏଲ ଇତିହାସରେ ବ୍ରେଣ୍ଡନ ମାକୁଲମଙ୍କ ପରେ ଦ୍ବିତୀୟ ଖେଳାଳି ଭାବେ ସେ କୋଲକାତା ପାଇଁ ଏହି ଶତକ ହାସଲ କରିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Apr 16, 2023, 10:46 PM IST

ଆୟରଙ୍କ ପ୍ରଥମ ଶତକ
ଆୟରଙ୍କ ପ୍ରଥମ ଶତକ

ମୁମ୍ବାଇ: କୋଲକାତା ନାଇଟ ରାଇଡର୍ସର ଷ୍ଟାର ପ୍ଲେୟାର ଭେଙ୍କଟେଶ ଆୟର ଆଜିର ମ୍ୟାଚରେ ମୁମ୍ବାଇ ବିପକ୍ଷରେ ତାଙ୍କର ଆଇପିଏଲ କ୍ୟାରିୟର ପ୍ରଥମ ଶତକ ହାସଲ କରିଛନ୍ତି । ଆଇପିଏଲ ୨୦୨୩ର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ୨୨ ତମ ମ୍ୟାଚ୍‌ରେ ଏହି ଶତକ ହାସଲ କରିଛନ୍ତି ଆୟର । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା କୋଲକାତା ଏହି ମ୍ୟାଚ୍‌ରେ ଦଳୀୟ ସ୍କୋର ୧୧ ରନରେ ପ୍ରଥମ ୱିକେଟ ହରାଇଥିଲା । ତେବେ ଏହାପରେ ତୃତୀୟ ୱିକେଟରେ ବ୍ୟାଟିଂ କରିବାକୁ ଆସିଥିଲେ ଭେଙ୍କଟେଶ ଆୟର । ସେ ପ୍ରଥମେ ପରିସ୍ଥିତି ସମ୍ଭାଳି ବ୍ୟାଟିଂ କରିଥିଲେ ମଧ୍ୟ ପର ମୂହୁର୍ତ୍ତରେ ଚୌକା ଓ ଛକାର ବର୍ଷା କରି ମାତ୍ର ୪୯ ବଲରୁ ନିଜ ଆଇପିଏଲ କ୍ୟାରିଅରର ପ୍ରଥମ ଶତକ ହାସଲ କରିଥିଲେ । ତେବେ ଆୟର କୋଲକାତାର ଦ୍ବିତୀୟ ଖେଳାଳି ଭାବେ ଆଇପିଏଲ ଇତିହାସରେ ଶତକ ହାସଲ କରିଛନ୍ତି ।

୧୫ ବର୍ଷ ପରେ କୋଲକାତା ଖେଳାଳିଙ୍କ ଶତକ: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଶତକ ହାସଲ କରିଥିବା ଭେଙ୍କଟେଶ ଆୟର ଆଇପିଏଲ ଇତିହାସରେ କୋଲକାତାର ଦ୍ବିତୀୟ ଖେଳାଳି ଭାବେ ଏହି ସଫଳତା ପାଇଛନ୍ତି । ଗତ ୧୫ ବର୍ଷ ମଧ୍ୟରେ କୋଲକାତାର କୌଣସି ଖେଳାଳି ଶତକ ହାସଲ କରି ନଥିଲେ । ଆଇପିଏଲ ପ୍ରଥମ ସଂସ୍କରଣ ୨୦୦୮ରେ ଉଦ୍‌ଘାଟନୀ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସର ଓପନର ବ୍ୟାଟର ବ୍ରେଣ୍ଡନ ମାକୁଲମ ପ୍ରଥମ ଶତକ ହାସଲ କରିଥିଲେ । ଏହି ମ୍ୟାଚ୍‌ରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଧୂଆଁଧାର ପାଳି ଖେଳି ଅପରାଜିତ ୧୫୮ ରନ ସ୍କୋର କରିଥିଲେ । ଏହାପର ଠାରୁ ଆଇପିଏଲ ୨୦୨୨ ପର୍ଯ୍ୟନ୍ତ ଆଇପିଏଲ ଶିବିରର କୌଣସି ଖେଳାଳି ଶତକ ହାସଲ କରିପାରି ନଥିଲେ । ତେବେ ୧୫ ବର୍ଷର ଏହି ଖରାପ ରେକର୍ଡକୁ ହଟାଇ ୧୬ତମ ସଂସ୍କରଣରେ ଶତକ ହାସଲ କରିଛନ୍ତି ଭେଙ୍କଟେଶ ଆୟର । ଭେଙ୍କଟେଶ ଆୟର ଆଇପିଏଲରେ ଶତକ ହାସଲ କରିବାରେ କୋଲକାତାର ଦ୍ବିତୀୟ ବ୍ୟାଟର ।

କେବଳ ୪୯ ବଲରେ ଧୂଆଁଧାର ଶତକ: କୋଲକାତାର ଏହି ବାମହାତୀ ବ୍ୟାଟର ଭେଙ୍କଟେଶ ଆୟର କେବଳ ୪୯ ବଲ ଖେଳି ନିଜର ପ୍ରଥମ ଶତକ ହାସଲ କରିଛନ୍ତି । ସେ ଆଜିର ମ୍ୟାଚ୍‌ରେ ସମୁଦାୟ ୫୧ ବଲ ଖେଳି ୧୦୪ ରନ ସଂଗ୍ରହ କରିଥିଲେ । ଏଥିରେ ୬ ଚୌକା ଓ ୯ ଛକା ସାମିଲ ରହିିଥିଲା । ଆୟର ୨୦୩.୯୨ ଷ୍ଟ୍ରାଇକ ରେଟରେ ମୈଦାନର ସବୁ ଦିଗରେ ଛକା ଓ ଚୌକା ବର୍ଷା କରିଥିଲେ । ତେବେ ଏହି ଧୂଆଁଧାର ଶତକ ସତ୍ତ୍ବେ ମୁମ୍ବାଇଠାରୁ ପରାଜୟ ବରଣ କରିଛି କୋଲକାତା । ଏହି ମ୍ୟାଚ୍‌କୁ ମାତ୍ର ୧୭.୪ ଓଭରରେ ୫ ୱିକେଟ ହରାଇ ଜିତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.