ETV Bharat / sports

IPL 2023: ଆଜି ଡବଲହେଡର ମ୍ୟାଚ, ପ୍ଲେ ଅଫ ଖେଳିବାକୁ ହେବ ଜୋରଦାର ଲଢେଇ

author img

By

Published : May 20, 2023, 2:12 PM IST

ଚଳିତ ଆଇପିଏଲରେ ଆଜି ରହିଛି ଡବଲହେଡର ମ୍ୟାଚ । ସିଏସକେକୁ ଭେଟିବ ଡିସି ଓ କୋଲକାତା ଲକ୍ଷ୍ନୌ ମଧ୍ୟରେ ହେବ ମୁକାବିଲା । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଆଜି ଆଇପିଏଲରେ ଖେଳାଯିବ 67 ଓ 68 ତମ ମ୍ୟାଚ । ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସକୁ ଭେଟିବ ଲକ୍ଷ୍ନୌ ସୁପର ଜାଏଣ୍ଟସ । ପ୍ରଥମେ ଅପରାହ୍ନ 3ଟା30 ସମୟରେ ସିଏସକେ ଓ ଡିସି ମଧ୍ୟରେ ମୁକାବିଲା ହେବ । ଆଜିର ମ୍ୟାଚ ଚେନ୍ନାଇ ପାଇଁ ବେଶ ଗୁରୁତ୍ବ ବହନ କରୁଛି । ଯଦି ଡିସିକୁ ସିଏସକେ ହରାଏ ତେବେ ସିଧା ପ୍ଲେ ଅଫକୁ ପ୍ରବେଶ କରିବାରେ ଯୋଗ୍ୟତା ଅର୍ଜନ କରିବ । ଏଥି ପାଇଁ ନିଜକୁ ପୁରା ପ୍ରସ୍ତୁତ କରିଛନ୍ତି ସିଏସକେ ପ୍ଲେୟାର । ପୁରା ରଣନୀତି ସହ ପଡିଆକୁ ଓହ୍ଲାଇବ ଧୋନି ବାହିନୀ । ସେପଟେ ପ୍ଲେ ଅଫରୁ ବାଦ ପଡିଥିଲେ ମଧ୍ୟ ଆତ୍ମସମ୍ମାନ ରକ୍ଷା ପାଇଁ ଆଜିର ମ୍ୟାଚକୁ ଜିତିବାକୁ ଲକ୍ଷ୍ୟ ରଖିଛି ଡିସି।

ଚେନ୍ନାଇ ସୁପର କିଙ୍ଗସ ବର୍ତ୍ତମାନ ସୁଦ୍ଧା ମୋଟ 13ଟି ମ୍ୟାଚ ଖେଳି 7ଟିରେ ବିଜୟୀ ହୋଇଛି । ମୋଟ 15 ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ସିଏସକେ । ଦିଲ୍ଲୀକୁ ହରାଇଲେ ପ୍ଲେ ଅଫରେ ସ୍ଥାନ ପକ୍କା କରିବ ଚେନ୍ନାଇ । ଏହାପୂର୍ବରୁ 10 ତାରିଖରେ ଦିଲ୍ଲୀ ଓ ଚେନ୍ନାଇ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏଥିରେ ଦିଲ୍ଲୀକୁ ପରାସ୍ତ କରିଥିଲା ସିଏସକେ । ଚଳିତ ସିଜିନରେ ଦିଲ୍ଲୀର ପ୍ରଦର୍ଶନ ଏତେଟା ଭଲ ନଥିଲେ ମଧ୍ୟ ଆଜି ପୂର୍ବ ପ୍ରତିଶୋଧ ନେବାକୁ ଆପ୍ରାଣ ଉଦ୍ୟମ କରିବ ଡିସି । ଚଳିତ ସିଜିନରେ ଦିଲ୍ଲୀର ଏହା ଶେଷ ମ୍ୟାଚ ରହିବ । ଚେନ୍ନାଇର ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗ ସୁଦୃଢ ରହିଥିବା ବେଳେ ପୂର୍ବ ମ୍ୟାଚରେ କରିଥିବା ଭୁଲକୁ ଆଜି ସୁଧାରିବାକୁ ଚେଷ୍ଟା କରି ସିଜିନ ଶେଷ କରିବା ଲକ୍ଷ୍ୟରେ ଡିସି ।

ଅନ୍ୟପଟେ ସନ୍ଧ୍ୟା ସମୟରେ ଲକ୍ଷ୍ନୌ ଓ କୋଲକାତା ମଧ୍ୟରେ ମୁକାବିଲା ହେବ । କୋଲକାତା ଏକ ପ୍ରକାର ପ୍ଲେ ଅଫରୁ ବାଦ ପଡିଥିଲେ ମଧ୍ୟ ଲକ୍ଷ୍ନୌକୁ ହରାଇ ସିଜିନ ଶେଷ କରିବା ଲକ୍ଷ୍ୟରେ ରହିଛି କୋଲକାତା । ଯଦି ଆଜିର ମ୍ୟାଚରେ ଲକ୍ଷ୍ନୌ ବିଜୟୀ ହୁଏ ତେବେ ପ୍ଲେ ଅଫରେ ସ୍ଥାନ ପକ୍କା କରିବ । ବର୍ତ୍ତମାନ ସୁଦ୍ଧା ମୋଟ 13ଟି ମ୍ୟାଚ ଖେଳି 7ଟିରେ ବିଜୟୀ ହୋଇଛି ଲକ୍ଷ୍ନୌ । ମୋଟ 15 ପଏଣ୍ଟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ଏଲଏସଜି । ଲକ୍ଷ୍ନୌର କ୍ୟାପଟେନ କେଏଲ ରାହୁଲ ଆହତ ହେବା ପରେ ବର୍ତ୍ତମାନ ଦଳର କ୍ୟାପଟେନ ରହିଛନ୍ତି କୃନାଲ ପାଣ୍ଡ୍ୟା । କୃନାଲଙ୍କ ନେତୃତ୍ବରେ ପୂର୍ବରୁ 2ଟି ମ୍ୟାଚରେ ଟିମ ବିଜୟୀ ହୋଇଥିବା ବେଳେ ଆଜିର ମ୍ୟାଚରେ ବିଜୟୀ ହେବା ନେଇ ମନୋବଳ ଦୃଢ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.