ETV Bharat / sports

ଆଇପିଏଲରେ ଅଧିନାୟକ ଭାବେ ଡେବ୍ୟୁ ମ୍ୟାଚର ଟପ ସ୍କୋରର୍, ନଜର ପକାନ୍ତୁ

author img

By

Published : Apr 13, 2021, 7:39 PM IST

ଅଧିନାୟକ ଭାବରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି ସଞ୍ଜୁ ସାମସନ। ନଜର ପକାନ୍ତୁ ଆଇପିଏଲ ଇତିହାସର ଏଭଳି କିଛି ଅଧିନାୟକଙ୍କ ଉପରେ । ଅଧିକ ପଢ଼ନ୍ତୁ...

ଆଇପିଏଲରେ ଅଧିନାୟକ ଭାବେ ଡେବ୍ୟୁ ମ୍ୟାଚର ଟପ ସ୍କୋରର୍, ନଜର ପକାନ୍ତୁ
ଆଇପିଏଲରେ ଅଧିନାୟକ ଭାବେ ଡେବ୍ୟୁ ମ୍ୟାଚର ଟପ ସ୍କୋରର୍, ନଜର ପକାନ୍ତୁ

ନୂଆଦିଲ୍ଲୀ: ଆଇପିଏଲର 14ତମ ସଂସ୍କରଣ ସହ ଆରମ୍ଭ ହୋଇଛି ସଞ୍ଜୁ ସାମସନଙ୍କ ଅଧିନାୟକ ଯାତ୍ରା। ରାଜସ୍ଥାନ ରୟାଲ୍ସର ଅଧିନାୟକ ଦାୟିତ୍ବ ନେଇ ପଡ଼ିଆ ଓହ୍ଲାଇଥିଲେ ସଞ୍ଜୁ ସାମସନ। ଅଧିନାୟକ ଭାବରେ ଡେବ୍ୟୁ ମ୍ୟାଚରେ ହିଁ ନେତୃତ୍ବ ନେବାର ଦମ ଦେଖାଇଛନ୍ତି ସଞ୍ଜୁ ସାମସନ। ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ପରାଜୟ ବରଣ କରିବାକୁ ପଡ଼ିଛି। ତେବେ ଏହି ମ୍ୟାଚ ସହ ସଞ୍ଜୁ ସାମସନଙ୍କ ସହ ଏକ ରେକର୍ଡ ଯୋଡ଼ି ହୋଇଛି। ଅଧିନାୟକ ଭାବରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି ସଞ୍ଜୁ ସାମସନ। ନଜର ପକାନ୍ତୁ ଆଇପିଏଲର ଏଭଳି କିଛି ଅଧିନାୟକଙ୍କ ଉପରେ।

ସଞ୍ଜୁ ସାମସନ, ରାଜସ୍ଥାନ ରୟାଲ୍ସ ଅଧିନାୟକ

ଆଇପିଏଲରେ ଅଧିନାୟକ ଭାବରେ ପ୍ରଥମ ମ୍ୟାଚରେ ଶତକ ହାସଲ କରିବାରେ ପ୍ରଥମ ବ୍ୟାଟସମ୍ୟାନ ହୋଇଛନ୍ତି ସଞ୍ଜୁ ସାମସନ। ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ସଞ୍ଜୁ ସାମସନ 63ଟି ବଲରେ 119 ରନ କରିଥିଲେ। ଏଥିରେ 12ଟି ଚୌକା ସାମିଲ ରହିଥିବା ବେଳେ 7ଟି ଛକା ସାମିଲ ରହିଛି। ଏହି ଦମଦାର ଶତକ ସତ୍ତ୍ବେ ଦଳ ବିଜୟ ଲକ୍ଷ୍ୟ ହାସଲ କରି ପାରି ନଥିଲା।

ଶ୍ରେୟସ ଆୟର, ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ

ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ବ୍ୟାଟସମ୍ୟାନ ଶ୍ରେୟସ ଆୟର। 2018 ମସିହାରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ଦାୟିତ୍ବ ନେଇଥିଲେ। ତେବେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଡେବ୍ୟୁ ମ୍ୟାଚରେ ହିଁ ସେ 40ଟି ବଲରେ 93 ରନ କରିଥିଲେ। ଏହି ଇନିଂଶରେ 10ଟି ଛକା ସାମିଲ ରହିଥିବା ବେଳେ 3ଟି ଚୌକା ସାମିଲ ରହିଥିଲା। ମ୍ୟାଚକୁ 55 ରନରେ ଜିତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ।

କିରଣ ପୋଲାର୍ଡ, ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ

ଆଇପିଏଲ ଅଧିନାୟକ ଡେବ୍ୟୁ ମ୍ୟାଚରେ ସର୍ବାଧିକ ରନ କରିବା ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି କ୍ୟାରେବିଆନ ବ୍ୟାଟସମ୍ୟାନ କିରଣ ପୋଲାର୍ଡ। 2019ରେ ସେତେବେଳର କିଙ୍ଗ୍ସ ଏକାଦଶ ପଞ୍ଜାବ ବା ବର୍ତ୍ତମାନର ପଞ୍ଜାବ କିଙ୍ଗସ ବିପକ୍ଷରେ ଏହି ରେକର୍ଡ ହାସଲ କରିଥିଲେ। ଅଧିନାୟକ ଭାବରେ ଡେବ୍ୟୁ ମ୍ୟାଚରେ ହିଁ ସେ 31ଟି ବଲରୁ ଦ୍ରୁତ 83 ରନ କରିଥିଲେ ଏଥିରେ 10ଟି ଛକା ସାମିଲ ରହିଥିବା ବେଳେ 3ଟି ଚୌକା ସାମିଲ ଥିଲା। ମ୍ୟାଚକୁ 3 ୱିକେଟରେ ଜିତି ନେଇଥିଲା ଦଳ।

ଆରୋନ ଫିଞ୍ଚ, ପୁଣେ ୱାରିଅର ଅଧିନାୟକ

ଅନ୍ୟମାନଙ୍କ ଉପରେ ନଜର ପକାଇଲେ ଏହି ତାଲିକାର ଚତୁର୍ଥ ସ୍ଥାନରେ ଆରୋନ ଫିଞ୍ଚ ରହିଛନ୍ତି। ଆଇପିଏଲରେ ଅଧିନାୟକ ଭାବରେ ପ୍ରଥମ ମ୍ୟାଚରେ ସେ 64 ରନ କରିଥିଲେ। 2013 ମସିହାରେ ଏହି ମ୍ୟାଚ ଖେଳାଯାଇଥିଲା।

ମୁରଲୀ ବିଜୟ, କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ

ସେହିଭଳି ପଞ୍ଚମ ସ୍ଥାନରେ ରହିଛନ୍ତି ମୁରଲୀ ବିଜୟ। କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ ଦାୟିତ୍ବ ନେଇ ସେ ପ୍ରଥମ ମ୍ୟାଚ ହିଁ 55ରନ କରିଥିଲେ। 2016 ମସିହାରେ ଏହି ମ୍ୟାଚ ଖେଳାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.