ETV Bharat / sports

IPL 2022: ଆଜି ହାଇଦ୍ରାବାଦ-ବାଙ୍ଗାଲୋର, ଦିଲ୍ଲୀ-ଚେନ୍ନାଇ ଟକ୍କର - ଆଜି ହାଇଦ୍ରାବାଦ ବାଙ୍ଗାଲୋର ମୁକାବିଲା

ଆଇପିଏଲରେ ୫୪ତମ ମ୍ୟାଚରେ ରୟାଲ ଚ୍ୟାଲେଜର୍ସ ବାଙ୍ଗାଲୋରକୁ (RCB) ଭେଟିବ ସନରାଇଜର୍ସ ହାଇଦ୍ରାବାଦ(SRH) ଓ ୫୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହେବେ । ଅଧିକ ପଢନ୍ତୁ

IPL 2022: ଆଜି ହାଇଦ୍ରାବାଦ-ବାଙ୍ଗାଲୋର, ଦିଲ୍ଲୀ-ଚେନ୍ନାଇ ଟକ୍କର

author img

By

Published : May 8, 2022, 2:10 PM IST

ମୁମ୍ବାଇ: ଆଜି ଆଇପିଏଲରେ ରହିଛି ଡବଲହେଡର ମ୍ୟାଚ । ୫୪ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ (RCB) ଭେଟିବ ସନରାଇଜର୍ସ ହାଇଦ୍ରାବାଦ(SRH) । ଅନ୍ୟପଟେ ୫୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ(DC) ଓ ଚେନ୍ନାଇ ସୁପର କିଙ୍ଗ୍ସ(CSK) ମୁହାଁମୁହିଁ ହେବେ । ପ୍ରଥମ ମ୍ୟାଚ ଅପରାହ୍ନ ୩ଟା ୩୦ରେ ଖେଳାଯିବ । ପ୍ଲେ-ଅଫ୍‌ ରେସ୍‌ ଜୋରଦାର ହୋଇସାରିଥିବାରୁ ବିଜୟ ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ ।

RCB ଚଳିତ ଆଇପିଏଲରେ ମୋଟ ୧୧ଟି ମ୍ୟାଚ ଖେଳି ୧୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ସେହିପରି SRH ମୋଟ ୧୦ଟି ମ୍ୟାଚ ଖେଳି ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ଏହା ପୂର୍ବରୁ ୩ଟି ମ୍ୟାଚ୍‌ ଲଗାତାର ଭାବେ ପରାଜିତ ହୋଇଥିବା ବେଳେ ବିଜୟ ପାଇଁ ଜୋର ଲଗାଇବ ହାଇଦ୍ରାବାଦ ।

ସେହିପରି ଆଜି ସନ୍ଧ୍ୟା ୭ଟା ୩୦ରେ DCକୁ ଭେଟିବ CSK । ପ୍ଲେ-ଅଫରେ ଆଶା ଉଜ୍ଜ୍ବଳ କରିବାକୁ ହେଲେ ଆଜିର ମ୍ୟାଚରେ ଦିଲ୍ଲୀକୁ ବିଜୟୀ ହେବାକୁ ପଡିବ । ଏହା ପୂର୍ବ ମ୍ୟାଚରେ ଦଳ ବିଜୟୀ ହୋଇଥିବା ବେଳେ ୧୦ଟି ମ୍ୟାଚ ଖେଳି ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ଅନ୍ୟପଟେ ଚେନ୍ନାଇ ଚଳିତ ସିଜିନରେ ମିଶ୍ରିତ ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି । ୧୦ଟି ମ୍ୟାଚ ଖେଳି କେବଳ ୬ ପଏଣ୍ଟ ହାସଲ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.