ETV Bharat / sports

ଋଷଭ ପନ୍ତ ଭଲ ଅଧିନାୟକ ହୋଇପାରିବେ: ସୁରେଶ ରୈନା

author img

By

Published : Mar 31, 2021, 11:44 AM IST

ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସକେ) ପାଇଁ ନଜର ଆସୁଥିବା ସୁରେଶ ରୈନା ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବେ ନୂତନ ନିଯୁକ୍ତ ହୋଇଥିବା ଋଷଭ ପନ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଧିକ ପଢନ୍ତୁ...

Suresh Raina confident Rishabh Pant will make a good captain
ଋଷଭ ପନ୍ତ ଭଲ ଅଧିନାୟକ ହୋଇପାରିବେ: ସୁରେଶ ରାଇନା

ମୁମ୍ବାଇ: ଋଷଭ ପନ୍ତ ଆଇପିଏଲର ଦିଲ୍ଲୀ କ୍ୟାପଟାଲ୍ସ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲର ଅଧିନାୟକ ନିଯୁକ୍ତ ହେବା ପରେ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା ଖୁସି ପ୍ରକଟ କରିଛି । ଆଇପିଏଲ ତାଙ୍କୁ ଆଗାମୀ ଦିନରେ ଭାରତୀୟ କ୍ରିକେଟର ଜଣେ ଆଗଧାଡିରେ ନେତତ୍ବ ନେବା ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି ।

ସୁରେଶ ରୈନା ଟ୍ବିଟ କରିଲେଖିଛନ୍ତି ଯେ ' ଆଇପିଏଲ 2021 ସିଜିନ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବରେ ମନୋନୀତ ହୋଇଥିବାରୁ ଋଷଭ ପନ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମୁଁ ନିଶ୍ଚିତ ଯେ ସେ ଜଣେ ଦକ୍ଷ ନେତା ହେବେ ଏବଂ ଗର୍ବର ସହିତ ଏହି ନୂତନ ଦାୟିତ୍ବ ଗ୍ରହଣ କରିବେ।'

ଦିଲ୍ଲୀ କ୍ୟାପିଟାଲର ଦାୟିତ୍ବ ଘୋଷଣା ପରେ ପନ୍ତ ଏକ ବିବୃତ୍ତିରେ କହିଛନ୍ତି,' ଦିଲ୍ଲୀ ଯେଉଁଠାରେ ମୁଁ ବଢିଛି ଏବଂ ଗତ 6 ବର୍ଷ ପୂର୍ବେ ମୋର ଆଇପିଏଲ୍ ଯାତ୍ରା ଆରମ୍ଭ ହୋଇଥିଲା। ଏହି ଦଳକୁ ଆଗେଇ ନେବା ପାଇଁ ସ୍ବପ୍ନ ଦେଖି ଆସିଥିଲି। ଆଉ ଆଜି ସେହି ସ୍ବପ୍ନ ସତ ହୋଇଛି , ମୁଁ ନିଜକୁ ଧନ୍ୟ ମନେ କରୁଛି । ମୁଁ ବିଶେଷ ଭାବରେ ଆମ ଦଳର ମାଲିକମାନଙ୍କ ପାଇଁ କୃତଜ୍ଞ, ଯେଉଁମାନେ ମୋତେ ଏହି ଭୂମିକା ପାଇଁ ଯଥେଷ୍ଟ ଦକ୍ଷ ବୋଲି ବିବେଚନା କରିଥିଲେ । ଏକ ଚମତ୍କାର କୋଚିଂ ଷ୍ଟାଫ୍ ଏବଂ ମୋ ଚାରିପାଖରେ ସମ୍ପୃକ୍ତ ସିନିୟରମାନଙ୍କ ସହିତ ମୁଁ ମୋର ସର୍ବଶ୍ରେଷ୍ଟ ପ୍ରଦର୍ଶନ କରିବି ବୋଲି କହିଛନ୍ତି ।

ଏହି ସମୟରେ, ଦିଲ୍ଲୀ କ୍ୟାପିଟାଲର ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଙ୍ଗ କହିଛନ୍ତି, 'ଶ୍ରେୟାସଙ୍କ ନେତୃତ୍ବରେ ପୂର୍ବ ଦୁଇଟି ସିଜିନରେ ଅବିଶ୍ୱସନୀୟ ଏବଂ ଫଳାଫଳ ମିଳିଛି । ଚଳିତ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ବିପକ୍ଷରେ ସଫଳତାରୁ ବାହାରୁଥିବା ଯୁବ ଋଷଭଙ୍କ ପାଇଁ ଏହା ଏକ ଜବରଦସ୍ତ ସୁଯୋଗ ବୋଲି ପଣ୍ଟିଂ କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.