ଚେନ୍ନାଇ: ଚଳିତ ଆଇପିଏଲର ବାକି ଥିବା ମ୍ୟାଚରୁ ବାଦ ପଡ଼ିଲେ ସନରାଇଜର୍ସ ହାଇଦ୍ରାବାଦର ଫାଷ୍ଟ ବୋଲର ଟି. ନଟରାଜନ । ଆଣ୍ଠୁରେ ଆହତଜନିତ ସମସ୍ୟା ଯୋଗୁଁ ଆଇପିଏଲରେ ବାକି ଥିବା ମ୍ୟାଚ ନ ଖେଳିବାକୁ ତାଙ୍କୁ ଫିଜିଓ ପରାମର୍ଶ ଦେଇଛନ୍ତି । ଏହାପରେ ତାଙ୍କୁ ବିସିସିଆଇ ପକ୍ଷରୁ ଜାତୀୟ କ୍ରିକେଟ ଏକାଡେମୀରେ ରିପୋର୍ଟ କରିବାକୁ କୁହାଯାଇଛି । ସେଠାରେ ତାଙ୍କ କେତେ ସାଙ୍ଘାତିକ ତାହା ଯାଞ୍ଚ କରାଯିବ ।
ଆଇପିଏଲ 2021ରେ କେବଳ ଦୁଇଟି ମ୍ୟାଚ ଖେଳିବାକୁ ସକ୍ଷମ ହୋଇ ପାରିଥିଲେ ନଟରାଜନ । କୋଲକାତା ନାଇଟ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ମ୍ୟାଚ ଖେଳିଥିଲେ ସନରାଇଜର୍ସ ହାଇଦ୍ରାବାଦର ଏହି ଫାଷ୍ଟ ବୋଲର । ଅଷ୍ଟ୍ରେଲିଆ ଗସ୍ତ ପରେ ଜାତୀୟ କ୍ରିକେଟ ଏକାଡେମୀରେ ଦୁଇ ମାସ ସମୟ ବିତାଇଥିଲେ ନଟରାଜନ । ତେବେ ନଟରାଜନଙ୍କ ଆଣ୍ଠୁ କିଭଳି ଆଘାତ ପ୍ରାପ୍ତ ହେଲା ତାହା ଅସ୍ପଷ୍ଟ ରିହଛି ।
ବର୍ତ୍ତମାନ ଜାତୀୟ କ୍ରିକେଟ ଏକାଡେମୀରେ ତାଙ୍କ ଫିଟନେସ ଯାଞ୍ଚ ହେବ । ଏହାର ଏକ ରିପୋର୍ଟ ବିସିସିଆଇ ନିକଟକୁ ପଠାଯିବ । ଆଣ୍ଠୁରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଫ୍ରାଞ୍ଚାଇଜରୁ ରିଲିଜ କରିବାକୁ ନିର୍ଦ୍ଦେଶ ଦେଇଥିଲା ବିସିସିଆଇ । ନଟରାଜନଙ୍କ ଆହତଜନିତ ସମସ୍ୟାକୁ ନେଇ ସନରାଜଇର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ ୱାର୍ଣ୍ଣର ମଧ୍ୟ କୌଣସି ସୂଚନା ଦେଇନଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ