ETV Bharat / sports

ଭାରତରୁ ଫେରିଲେ କ୍ବାରେଣ୍ଟାଇନରେ ରହିବେ ଦକ୍ଷିଣ ଆଫ୍ରିକା କ୍ରିକେଟର

author img

By

Published : May 4, 2021, 8:55 PM IST

ଭାରତରୁ ସ୍ବଦେଶ ଫେରିବା ପରେ କ୍ବାରେଣ୍ଟାଇନରେ ରହିବେ ଦକ୍ଷିଣ ଆଫ୍ରିକା କ୍ରିକେଟର । ଏହାକ ନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ସୂଚନା ଦେଇଛି । ଅଧିକ ପଢ଼ନ୍ତୁ...

ଭାରତରୁ ଫେରିଲେ କ୍ବାରେଣ୍ଟିନରେ ରହିବେ ଦକ୍ଷିଣ ଆଫ୍ରିକା କ୍ରିକେଟର

ନୂଆଦିଲ୍ଲୀ: ଭାରତରୁ ସ୍ବଦେଶ ଫେରିବା ପରେ କ୍ବାରେଣ୍ଟାଇନରେ ରହିବେ ଦକ୍ଷିଣ ଆଫ୍ରିକା କ୍ରିକେଟର । ଏହାକୁ ନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ସୂଚନା ଦେଇଛି । ଭାରତରେ ଆଇପିଏଲ 2021ରେ ଭାଗ ନେଇଥିବା ସମସ୍ତ ଦକ୍ଷିଣ ଆଫ୍ରିକା ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ନିଜ ଦେଶରେ କ୍ବାରେଣ୍ଟାଇନରେ ରହିବାକୁ ହେବ ।

କୋରୋନା ସଂକ୍ରମଣ ଯୋଗୁଁ ଆଇପିଏଲ 2021କୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ଏକାଧିକ ଫାଞ୍ଚାଇଜିର ଖେଳାଳି ଓ ସପୋର୍ଟ ଷ୍ଟାଫ କୋରୋନା ସଂକ୍ରମିତ ହୋଇଛନ୍ତି । ଆଇପିଏଲରେ ଭାଗ ନେଇଥିବା ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇପିଏଲ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି ।

ତେବେ ଏହି ଧନାଢ୍ୟ ଆଇପିଏଲ ବାତିଲ ହେବାପରେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡକୁ ନିଜ ଦେଶର ଖେଳାଳିଙ୍କ ଚିନ୍ତା ଘାରିଛି । ଏଥିପାଇଁ ପ୍ରୋଟିଆଜ୍ ଖେଳାଳିଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ଫ୍ରାଞ୍ଜାଇଜି ଓ ବିସିସିଆଇ ସହ ଆଲୋଚନା କରିଛି ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ । ଖେଳାଳିମାନେ କିଭଳି ସୁରକ୍ଷିତ ଭାବରେ ଦକ୍ଷିଣ ଆଫ୍ରିକା ଫେରିବେ ସେନେଇ ଦୃଷ୍ଟି ଦେବାକୁ ନିବେଦନ କରିଛି ବୋର୍ଡ ।

ଖାଲି ସେତିକି ନୁହେଁ ଖେଳାଳିମାନେ ସ୍ବଦେଶ ଫେରିବା ପରେ ସେମାନଙ୍କୁ କ୍ବାରେଣ୍ଟିନ ରଖିବାକୁ ନିଷ୍ପତ୍ତି ନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ । କୋରୋନା ସଂକ୍ରମଣରୁ ବର୍ତ୍ତିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପରାମର୍ଶ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଥିବା ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.