ETV Bharat / sports

RCB ବିଜୟ ରଥ ରୋକିବ କି ପଞ୍ଜାବ କିଙ୍ଗସ୍ ?

ଆଇପିଏଲ 2021ରେ ଖେଳାଯିବ 26ତମ ମ୍ୟାଚ । ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଜୟ ରଥକୁ ରୋକିବାକୁ ଚେଷ୍ଟା କରିବା ପଞ୍ଜାବ କିଙ୍ଗ୍ସ । ଅଧିକ ପଢ଼ନ୍ତୁ...

author img

By

Published : Apr 30, 2021, 5:10 PM IST

Updated : Apr 30, 2021, 5:32 PM IST

ଆଇପିଏଲ 14: RCBର ବିଜୟ ରଥକୁ ରୋକିବ କି ପଞ୍ଜାବ କିଙ୍ଗ୍ସ ?

ଗାନ୍ଧୀନଗର: ଆଇପିଏଲ 2021ରେ ଖେଳାଯିବ 26ତମ ମ୍ୟାଚ । ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଜୟ ରଥକୁ ରୋକିବାକୁ ଚେଷ୍ଟା କରିବା ପଞ୍ଜାବ କିଙ୍ଗ୍ସ । ବର୍ତ୍ତମାନ ସୁଦ୍ଧା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 6ଟି ମ୍ୟାଚରୁ 5ଟି ମ୍ୟାଚରେ ବିଜୟ ଲାଭ କରି ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଛି । ସେପଟେ ପଞ୍ଜାବ କିଙ୍ଗ୍ସ ମାତ୍ର ଦୁଇଟି ମ୍ୟାଚରେ ବିଜୟ ଲାଭ କରି ତାଲିକାର ଷଷ୍ଠ ସ୍ଥାନରେ ରହିଛି । ଚେନ୍ନାଇ ବିପକ୍ଷରେ ପରାଜିତ ହେବାପରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ 1 ରନରେ ବିଜୟୀ ହୋଇଥିଲା ବାଙ୍ଗାଲୋର ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ସଙ୍କଟମୋଚକ ସାଜିଛନ୍ତି ଏବି ଡିଭିଲିୟର୍ସ । ଦିଲ୍ଲୀ ବିପକ୍ଷରେ ତାଙ୍କର ଦମଦାର ଇନିଂଶ ଯୋଗୁଁ ଦଳ ବିଜୟୀ ହୋଇଥିଲା । ସେପେଟ ଓପନର ବିରାଟ କୋହଲି ଓ ଦେବଦତ୍ତ ପାଦିକ୍କଲ ମଧ୍ୟ ବାଙ୍ଗାଲୋରକୁ ଭଲ ଆରମ୍ଭ ଦେବାରେ ସକ୍ଷମ ହୋଇଛନ୍ତି । ମିଡିଲ ଅର୍ଡରରେ ଗ୍ଲେନ ମାକ୍ସୱେଲ ଭଲ ବ୍ୟାଟିଂ କରିଛନ୍ତି । ବୋଲିଂ ବିଭାଗରେ ହର୍ଷଲ ପଟେଲ ଓ ମହମ୍ମଦ ସିରାଜ ଦମଦାର ବୋଲିଂ ଜାରି ରଖିଛନ୍ତି। ହର୍ଷଲ ପଟେଲ ବର୍ତ୍ତମାନ ସୁଦ୍ଧା ପର୍ପଲ କ୍ୟାପ ହାସଲ କରିଛନ୍ତି । ଏଭଳି ସ୍ଥିତିରେ ବାଙ୍ଗାଲୋରକୁ ମାତ ଦେବାକୁ ପଞ୍ଜାବ କିଙ୍ଗ୍ସକୁ ନୂଆ ରଣନୀତି ଆପଣେଇବାକୁ ହେବ ।

ଟୁର୍ଣ୍ଣାମେଣ୍ଟରେ ପଞ୍ଜାବ କିଙ୍ଗ୍ସର ପ୍ରଦର୍ଶନ ନିରାଶାଜନକ ରହିଛି । ଅଧିନାୟକ କେ.ଏଲ ରାହୁଲ ଓ କ୍ରିଶ ଗେଲଙ୍କ ବ୍ୟାଟରୁ ରନ ବାହାରିବା ମୁସ୍କିଲ ହୋଇପଡ଼ିଛି । ମୟଙ୍କ ଅଗ୍ରୱାଲ କିଛି ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି । ତେବେ ତାହା ଦଳକୁ ବିଜୟ ସ୍ବାଦ ଚଖାଇବାରେ ଯଥେଷ୍ଟ ହୋଇ ପାରିନାହିଁ । ସେପଟେ ଦଳର ବୋଲିଂ ବିଭାଗ ଶକ୍ତିଶାଳୀ ରହିଛି । କ୍ରୀସ ଜୋର୍ଡାନ, ମୋଇସେସ ହେନରିକ୍ସ ଓ ମହମ୍ମଦ ସାମୀ ପଞ୍ଜାବର ବୋଲିଂ ବ୍ରିଗେଡ ଦାୟିତ୍ବ ନେଇଛନ୍ତି । ଦୀପକ ହୁଡ୍ଡା ମଧ୍ୟ ବୋଲରଙ୍କୁ ସହାୟତା କରିଛନ୍ତି । ବାଙ୍ଗାଲୋର ବିପକ୍ଷରେ ଦଳର ପ୍ରଦର୍ଶନ କିଭଳି ରହିବ ତାହାରି ଉପରେ ରହିବ ସଭିଙ୍କ ନଜର ।

ପଞ୍ଜାବ କିଙ୍ଗ୍ସ ଦଳ

କେ.ଏଲ୍ ରାହୁଲ (ଅଧିନାୟକ/ ୱିକେଟ କିପର), ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଲ, ମନଦୀପ ସିଂ, ପ୍ରଭାସୀମରନ୍ ସିଂ, ନିକୋଲାସ୍ ପୁରାନ୍, ସରଫରାଜ ଖାନ୍, ଡିପେନ୍ଦ୍ର ହୁଡା, ମୁରୁଗାନ୍ ଅଶ୍ବିନ୍, ରବି ବିଷ୍ଣୁୋଇ, ହରପ୍ରୀତ ବରାଡ଼, ମହମ୍ମଦ ସାମି, ଅର୍ଶଦୀପ ସିଂହ, ଇଶାନ ପୋରେଲ, ଦର୍ଶନ ନାଲକାଣ୍ଡେ, କ୍ରିସ ଜୋର୍ଡାନ, ଡେଭିଡ ମଲାନ, ଜାଏ ରିଚାର୍ଡସନ, ଶାହାରୁଖ ଖାନ, ରିଲେ ମେରେଡିଥ, ମୋଇସେସ ହେନ୍ରିକ୍ସ, ଜଲଜ ସକ୍ସେନା, ଉତ୍କଳ ସିଂ, ଫୈବିୟନ ଆଲେନ ଓ ସୌରଭ କୁମାର ।

ରୟାଲ ବାଙ୍ଗାଲୋର ଚ୍ୟାଲେଞ୍ଜର୍ସ ଦଳ

ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପାଡ୍ଡିକାଲ, ଫିନ୍ ଆଲେନ୍, ଏବି ଡିଭିଲିୟର୍ସ, ପବନ ଦେଶପାଣ୍ଡେ, ୱାଶିଂଟନ୍ ସୁନ୍ଦର, ଡାନିଏଲ୍ ସାମସ୍, ୟୁଜିବେନ୍ଦ୍ର ଚହଲ, ଆଡାମ ଜାମ୍ପା, ଶାହାବାଜ ଅହମ୍ମଦ, ମହମ୍ମଦ ସିରାଜ, ନବଦୀପ ସାଇନି, କେନ ରିଚାର୍ଡସନ, ହର୍ଷଲ ପଟେଲ, ଗ୍ଲେନ ମାକ୍ସୱେଲ, ସଚିନ ବେବି, ରଜତ ପାଟିଦାର, ମହମ୍ମଦ ଆଜାରୁଦ୍ଦିନ, କାଇଲ ଜାମିସନ, ଡାନିଏଲ ଖ୍ରୀଷ୍ଟିଆନ, ସୁୟଶ ପ୍ରଭୁଦେଶାଇ, କେ.ଏସ୍ ଭରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 30, 2021, 5:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.