ETV Bharat / sports

200ତମ ଆଇପିଏଲ ମ୍ୟାଚ ଖେଳିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

200ତମ ଆଇପିଏଲ ମ୍ୟାଚ ଖେଳିବାକୁ ସକ୍ଷମ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏଭଳି କିର୍ତ୍ତିମାନ ହାସଲ କରିବାରେ ମୁମ୍ବାଇ ଇଣ୍ଡିଆନ୍ସ ପରେ ଦ୍ବିତୀୟ ଦଳ ହୋଇ ପାରିଛି ବାଙ୍ଗାଲୋର । ଅଧିକ ପଢ଼ନ୍ତୁ...

200ତମ ଆଇପିଏଲ ମ୍ୟାଚ ଖେଳିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
200ତମ ଆଇପିଏଲ ମ୍ୟାଚ ଖେଳିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
author img

By

Published : Apr 22, 2021, 10:30 PM IST

ମୁମ୍ବାଇ: 200ତମ ଆଇପିଏଲ ମ୍ୟାଚ ଖେଳିବାକୁ ସକ୍ଷମ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏଭଳି କିର୍ତ୍ତୀମାନ ହାସଲ କରିବାରେ ମୁମ୍ବାଇ ଇଣ୍ଡିଆନ୍ସ ପରେ ଦ୍ବିତୀୟ ଦଳ ହୋଇପାରିଛି ବାଙ୍ଗାଲୋର । ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ସୁଦ୍ଧା 207ଟି ଆଇପିଏଲ ମ୍ୟାଚ ଖେଳି ସାରିଛି । ଏହି ଦୁଇ ଆଇପିଏଲ ଫ୍ରାଞ୍ଚାଇଜି ଛଡ଼ା ଆଉ କୌଣସି ଦଳ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଖେଳି ନାହାଁନ୍ତି ।

2008 ମସିହାରେ ଆଇପିଏଲ ଆରମ୍ଭ ହେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା ଏହି ଫ୍ରାଞ୍ଜାଇଜି 5ଟି ଅଧିନାୟକ ଦେଖି ସାରିଛି । ଏହି ଦଳର ପ୍ରଥମ ଅଧିନାୟକ ଥିଲେ କିମ୍ବଦନ୍ତୀ କ୍ରିକେଟର ରାହୁଲ ଦ୍ରାବିଡ। ଏହାପରେ କେଭିନ ପିଟରସନ, ଅନିଲ କୁମ୍ବଲେ ଡାନିଏଲ ଭିଟୋରୀ ଆରସିବିର ଅଧନାୟକ ଦାୟିତ୍ବ ନେଇ ସାରିଛନ୍ତି । 2013 ମସିହାରୁ ରନ ମେସିନ ବିରାଟ କୋହଲି ଏହି ଦଳର ଅଧିନାୟକ ଦାୟିତ୍ବରେ ରହିଛନ୍ତି ।

ଆଇପିଏଲ ଇତିହାସରେ ବର୍ତ୍ତମାନ ସୁଦ୍ଧା କେବଳ 3ଥର ପ୍ଲେ ଅଫ ଖେଳିବାର ସୁଯୋଗ ପାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ପ୍ରଥମେ 2015 ମସିହାରେ ପ୍ରଥମ ଥର ପାଇଁ ପ୍ଲେ-ଅଫ ଖେଳିବାକୁ ସୁଯୋଗ ପାଇଥିଲା ଆରସିବି । ଏହାପରେ 2016 ଓ 2020 ଆଇପିଏଲ ସିଜିନରେ ଆଇପିଏଲ ପ୍ଲେଅଫ ମ୍ୟାଚ ଖେଳିଥିଲା ଆରସିବି ।

ବିରାଟ କୋହଲି ଅଦ୍ୟାବଧି ଏହି ଦଳ ପ୍ରମୁଖ ଖେଳାଳି ରହିଛନ୍ତି । ଚଳିତ ସିଜିନରେ ଦଳ ପ୍ରଥମ ଥର ପାଇଁ ଟୁର୍ଣ୍ଣାମେଣ୍ଟର ପ୍ରଥମ ତିନୋଟି ମ୍ୟାଚରେ ବିଜୟୀ ହେବାରେ ସକ୍ଷମ ହୋଇଛି । ଏହି ସିଜିନରେ ଦଳ ଟାଇଟଲ ହାତେଇବାକୁ ନିଶ୍ଚୟ ଲକ୍ଷ୍ୟ ରଖିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.