ETV Bharat / sports

ଟିମ୍‌ ଇଣ୍ଡିଆରେ ସାମିଲ ପାଇଁ ଚିନ୍ତିତ ନାହାନ୍ତି ରିଙ୍କୁ ସିଂହ, ଜାଣନ୍ତୁ କାହିଁକି

author img

By

Published : May 21, 2023, 10:06 PM IST

କୋଲକାତା ନାଇଟ ରାଇଡର୍ସର ଷ୍ଟାର ବ୍ୟାଟର ରିଙ୍କୁ ସିଂହଙ୍କୁ ନେଇ ବେଶ ଚର୍ଚ୍ଚା ହେଉଛି । ଚାପରେ ଥାଇ ମଧ୍ୟ ତାଙ୍କର ମ୍ୟାଚ୍‌ ଶେଷ କରିବାର ଶୈଳୀକୁ ନେଇ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି । ହେଲେ ଏବେ ଟିମ୍‌ ଇଣ୍ଡିଆରେ ଚୟନ ହେବାପାଇଁ ଚିନ୍ତିତ ନଥିବା କହିଛନ୍ତି । ଅଧିକ ପଢ଼ନ୍ତୁ

ଟିମ ଇଣ୍ଡିଆରେ ସାମିଲ ପାଇଁ ଚିନ୍ତିତ ନାହାନ୍ତି ରିଙ୍କୁ ସିଂହ

ହାଇଦ୍ରାବାଦ: ଶେଷ ପର୍ଯ୍ୟାୟରେ ଜାରି ରହିଛି ଆଇପିଏଲ ୨୦୨୩ । ଚଳିତ ସଂସ୍କରଣରେ କିଛି ଯୁବ ତାରକା ବେଶ ଚମକିଛନ୍ତି । ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ଦର୍ଶକଙ୍କୁ ଆକୃଷ୍ଟ କରିବାରେ ରାଜସ୍ଥାନର ଯଶସ୍ବୀ ଜୟସ୍ବାଲ, ମୁମ୍ବାଇର ତିଲକ ବର୍ମା, ଚେନ୍ନାଇର ଋତୁରାଜ ଗାଏକୱାଡଙ୍କ ସମେତ ଆଗଧାଡ଼ିରେ ରହିଛନ୍ତି କୋଲକାତାର ରିଙ୍କୁ ସିଂହ । ତେବେ ଚଳିତ ସଂସ୍କରଣରେ ବେଶ ଆକର୍ଷଣୀୟ ପ୍ରଦର୍ଶନ ସତ୍ତ୍ୱେ ରିଙ୍କୁ ଏବେ ଟିମ ଇଣ୍ଡିଆରେ ଚୟନ ହେବାପାଇଁ ଚିନ୍ତିତ ନଥିବା କହିଛନ୍ତି । ସେ ଏବେ ଅଧିକ ଭଲ ପ୍ରଦର୍ଶନ ପାଇଁ କଠିନ ପରିଶ୍ରମ ଜାରି ରଖିବେ ବୋଲି କହିଛନ୍ତି ।

ଶନିବାର ରାତିରେ କୋଲକାତା ଓ ଲକ୍ଷ୍ନୌ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ପୁଣିଥରେ ଧୂଆଁଧାର ପ୍ରଦର୍ଶନ କରିଥିଲେ ରିଙ୍କୁ ସିଂହ । ମ୍ୟାଚ ଏକପ୍ରକାର କୋଲକାତା ହାତରୁ ଚାଲିଯାଇଥିବା ବେଳେ ଆକର୍ଷଣୀୟ ପାଳି ଖେଳି ମ୍ୟାଚ୍‌କୁ ଶେଷ ପର୍ଯ୍ୟନ୍ତ ନେଇଥିଲେ ରିଙ୍କୁ । ସେ ଶେଷ ୨ ଓଭରରେ ୪ ଚୌକା ଓ ୨ ଛକା ବଳରେ କୋଲକାତାକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । ହେଲେ ଲକ୍ଷ୍ନୌଠାରୁ ମାତ୍ର ୧ ରନ ପଛରେ ରହିଯାଇଥିଲେ । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୧୭୬ ରନ ସ୍କୋର କରିଥିବା ବେଳେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୫ ରନ କରି ପ୍ଲେ ଅଫ ରେସରୁ ବିଦାୟ ନେଇଥିଲା କୋଲକାତା । କେବଳ ରିଙ୍କୁ ଏକାକୀ ୩୩ ବଲରୁ ଅପରାଜିତ ୬୭ ରନ ସଂଗ୍ରହ କରିଥିଲେ । ଚଳିତ ସିଜିନରେ ସେ ୧୪୯.୫୩ ଷ୍ଟ୍ରାଇକ ରେଟ୍‌ରେ ୪୭୪ ରନ କରିଛନ୍ତି ।

ତେବେ ମ୍ୟାଚ୍‌ ପରେ ଆୟୋଜିତ ପ୍ରେସ ମିଟ୍‌ରେ ରିଙ୍କୁ କହିଛନ୍ତି, "ପୂର୍ବରୁ ଗୁଜରାଟ ବିପକ୍ଷରେ ମାରିଥିବା ୫ ଛକା ମୋ ମନରେ ରହିଥିଲା । ମୁଁ ଭାବିଥିଲି ପୁଣିଥରେ ସେଭଳି ସଟ୍‌ ଖେଳି ପାରିବି । ହେଲେ ମୁଁ ଗୋଟିଏ ବଲ ଖେଳିପାରିନଥିଲି । ନହେଲେ ଆେ ମ୍ୟାଚ୍‌ ଜିତିପାରିଥାନ୍ତୁ । ତେବେ ଯେତେବେଳେ ସିଜିନ ଏତେ ଭଲ ରହିଲା, ତ ନିଶ୍ଚୟ ସମସ୍ତେ ଭଲ ଅନୁଭବ କରିବେ । ହେଲେ ମୁଁ ଏବେ ଭାରତୀୟ କ୍ରିକେଟ ଦଳରେ ଚୟନ ହେବାନେଇ ଏବେ ଚିନ୍ତା କରିନି । ମୁଁ ଏବେ ପ୍ରତିଦିନ ଭଳି ମୋର ଅଭ୍ୟାସ ଜାରି ରଖିବି । ନାମ ଏବଂ ଖ୍ୟାତି ତ ହେବ, କିନ୍ତୁ ମୁଁ ମୋର କାର୍ଯ୍ୟ ଜାରି ରଖିବି ।"

ପ୍ରକାଶ ଥାଉ କି, ଚଳିତ ସଂସ୍କରଣରେ କୋଲକାତା ଓ ଗୁଜରାଟ ମ୍ୟାଚ୍‌ର ଶେଷ ୫ ବଲରେ ୫ ଛକା ଲଗାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ରିଙ୍କୁ । ଏହି ମ୍ୟାଚ୍‌ରେ କୋଲକାତାକୁ ବିଜୟ ପାଇଁ ଶେଷ ୫ ବଲରେ ୨୮ ରନ ଆବଶ୍ୟକ ରହିଥିଲା । ଏହି ମ୍ୟାଚ୍‌ରେ ଲଗାତାର ୫ ଛକା ମାରି ନିଜ ଟିମ୍‌କୁ ଜିତାଇବା ପରେ ଲୋକଙ୍କ ଠାରୁ ବହୁତ ସମ୍ମାନ ମିଳୁଥିବା ସେ କହିଛନ୍ତି । ସେ କହିଛନ୍ତି, "ଏଥିପାଇଁ ମୋ ପରିବାର ଲୋକ ବହୁତ ଖୁସି ଅଛନ୍ତି । ଲୋକମାନେ ପୂର୍ବରୁ ମଧ୍ୟ ମୋତେ ଜାଣିଥିଲେ । ହେଲେ ଗୁଜରାଟ ବିପକ୍ଷରେ ସେହି ୫ ଛକା ପରେ ମୋତେ ଅଧିକ ସମ୍ମାନ ମିଳୁଛି ଓ ଅଧିକ ଲୋକ ମୋତେ ଜାଣିଛନ୍ତି । ଏହା ମୋ ପାଇଁ ଖୁସିର ବିଷୟ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.