ETV Bharat / sports

IPL 2023: ମ୍ୟାଚ ଜିତିବା ପରେ ଆଚରଣ ବିଧି ଉଲ୍ଲଙ୍ଘନ କଲେ ଅଭେଶ, ଧିମା ଓଭର ପାଇଁ ଡୁପ୍ଲେସିସଙ୍କୁ ଫାଇନ - ଧିମା ଓଭର ପାଇଁ ଡୁପ୍ଲେସିସଙ୍କୁ ଫାଇନ

ଆରସିବି ୨୦୨୩ରେ ସୋମବାର ଆରସିବି ଓ ଲକ୍ଷ୍ନୌ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଜିତିବା ପରେ ଆଚରଣ ବିଧି ଉଲ୍ଲଙ୍ଘନ କଲେ ଅଭେଶ । ଏନେଇ ତାଙ୍କୁ ତାଗିଦ କରିଛି ବିସିସିଆଇ । ସେପଟେ ଧିମା ଓଭର ପାଇଁ ଡୁପ୍ଲେସିସଙ୍କୁ ମଧ୍ୟ ଫାଇନ ଦେବାକୁ ପଡ଼ିଛି । ଅଧିକ ପଢ଼ନ୍ତୁ

ଅଭେଶ ଓ ଡୁପ୍ଲେସିସଙ୍କୁ ଫାଇନ
ଅଭେଶ ଓ ଡୁପ୍ଲେସିସଙ୍କୁ ଫାଇନ
author img

By

Published : Apr 12, 2023, 7:25 AM IST

Updated : Apr 12, 2023, 2:36 PM IST

ହାଇଦ୍ରାବାଦ: ଆଇପିଏଲ ୨୦୨୩ରେ ସୋମବାର ୧୫ତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ନାଟକୀୟ ଢଙ୍ଗରେ ହରାଇଥିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ବାଙ୍ଗାଲୋରର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଉଭୟ ଦଳର ବ୍ୟାଟର ଚୌକା ଛକାର ବର୍ଷା କରିଥିଲେ । ତେବେ ପ୍ରଥମେ ବ୍ୟାଟିଂ କରି ମାତ୍ର ୨ଟି ୱିକେଟ ହରାଇ ୨୧୨ ରନର ବିଶାଳ ସ୍କୋର କରିଥିଲା ଆରସିବି । ଏହା ସତ୍ତ୍ବେ ନିର୍ଦ୍ଧାରିତ ଓଭରର ଶେଷ ବଲରେ ଏହି ବିଶାଳ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ଲକ୍ଷ୍ନୌ । ତେବେ ମ୍ୟାଚ୍‌ ଜିତିବା ପରେ ସେଲିବ୍ରେସନ କରିବା ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିଲେ ଅଭେଶ ଖାନ । ଯେଉଁଥିପାଇଁ ତାଙ୍କୁ ବିସିସିଆଇ ଓ ଆଇପିଏଲ କଡ଼ା ସମାଲୋଚନା କରିଛି । ସେହିପରି ଧିମା ଓଭର ଯୋଗୁଁ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସଙ୍କୁ ମଧ୍ୟ ଫାଇନ ଲଗାଇଛି ବିସିସିଆଇ ।

ଏହି ମ୍ୟାଚ୍‌ରେ ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ୨୧୩ ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଲକ୍ଷ୍ନୌ ଦଳକୁ ପ୍ରଥମରୁ ଭଲ ଆରମ୍ଭ ମିଳିନଥିଲା । ଏହା ସତ୍ତ୍ବେ ମଧ୍ୟକ୍ରମ ବ୍ୟାଟର ଷ୍ଟୋଇନିସ ଓ ହେଟମେୟରଙ୍କ ଧୁଆଁଧାର ପାଳି ବଳରେ ଦଳ ପାଇଁ ବିଜୟର ରାସ୍ତା ସଫା ହୋଇଥିଲା । ତେବେ ଦଳ ବିଜୟ ଲକ୍ଷ୍ୟ ହାସଲ କରିବା ପୂର୍ବରୁ ଉଭୟ ପାଭିଲିୟନ ଫେରି ସାରିଥିଲେ । ସେହିଭଳି ଗୋଟିଏ ପରେ ଗୋଟିଏ ୱିକେଟ ମଧ୍ୟ ହରାଇ ଚାଲିଥିଲା ଲକ୍ଷ୍ନୌ ।

ତେବେ ଶେଷ ଓଭରରେ ଲକ୍ଷ୍ନୌକୁ ବିଜୟ ପାଇଁ ମାତ୍ର ୫ ରନର ଆବଶ୍ୟକତା ଥିଲା । ମ୍ୟାଚ୍‌ରେ ଆରସିବି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିବା ହର୍ଷଲ ପଟେଲ ଶେଷ ଓଭର ବୋଲିଂ କରିବାକୁ ଆସି ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ । ତେବେ ଏହି ଓଭରରେ ସେ ୨ଟି ୱିକେଟ ମଧ୍ୟ ନେଇଥିଲେ । ଏହାପରେ ଶେଷ ବଲରେ ଲକ୍ଷ୍ନୌ ଦଳକୁ ଜିତିବା ପାଇଁ ଶେଷ ବଲରେ ଗୋଟିଏ ରନର ଆବଶ୍ୟକତା ଥିଲା । ଷ୍ଟ୍ରାଇକ୍‌ରେ ଅଭେଶ ଖାନ ରହିଥିବା ବେଳେ ଏହି ବଲକୁ ଅଭେଶଙ୍କୁ ବିଟ କରାଇ ଦେଇଥିଲେ ହର୍ଷଲ । ଏହା ସତ୍ତ୍ବେ ଅଭେଶ ସିଙ୍ଗିଲ ବାଇ ରନ କରି ଦଳକୁ ମ୍ୟାଚ୍‌ ଜିତାଇଥିଲେ । ଦୀନେଶ କାର୍ତ୍ତିକଙ୍କ ହାତରୁ ବଲ ଖସି ଯିବାରୁ ସେ ଆରସିବିକୁ ଏହି ମୁକାବିଲା ହାରିବାକୁ ପଡ଼ିଥିଲା ।

ତେବେ ମ୍ୟାଚ୍‌ ଜିତିବା ପରେ ନିଜ ଉପରେ ନିୟନ୍ତ୍ରଣ ହରାଇ ବସିଥିଲେ ଅଭେଶ ଖାନ । ସେ ନିଜ ମୁଣ୍ଡରୁ ହେଲମେଟ ବାହାର କରି ପଡ଼ିଆରେ ଜୋରରେ ଫିଙ୍ଗିଥିଲେ । ଯାହା ଖେଳର ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିଲା । ଏହାକୁ ନେଇ ଅଭେଶ ଚାରିଆଡ଼ୁ ସମାଲୋଚନାର ଶିକାର ହୋଇଛନ୍ତି । ଏପରିକି ଆଇପିଏଲ ଓ ବିସିସିଆଇ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ଏନେଇ ତାଗିଦ କରାଯିବା ସହ ଏଭଳି ଆଚରଣ ବିଧି ଉଲଙ୍ଘନ ନକରିବାକୁ ଚେତାବନୀ ଦିଆଯାଇଛି । ସେପଟେ ମ୍ୟାଚ୍‌ର ଶେଷ ବେଳକୁ ଧିମା ବୋଲିଂ ପାଇଁ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସଙ୍କୁ ମଧ୍ୟ ଫାଇନ ଗଣିବାକୁ ପଡ଼ିଛି । ଅନ୍ୟପଟେ ଲକ୍ଷ୍ନୌ ମ୍ୟାଚ୍‌ ଜିତିବା ପରେ ଦଳର ମେଣ୍ଟର ଭାବେ ନିୟୋଜିତ ହୋଇଥିବା ଗୌତମ ଗମ୍ଭୀର ମଧ୍ୟ ସେଲିବ୍ରେସନ ସମୟରେ ଆକ୍ରମଣାତ୍ମକ ଇସାରା ଦେଇଥିଲେ । ଏନେଇ ଗମ୍ଭୀର ମଧ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଶଂସକଙ୍କ କ୍ରୋଧର ଶିକାର ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 12, 2023, 2:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.