ETV Bharat / sports

ଥ୍ରୀଡି ଶୋ'ରେ ରାଜସ୍ଥାନ ରୟାଲ୍ସର ନୂତନ ଜର୍ସି ଉନ୍ମୋଚିତ - ଆଇପିଏଲ 2021 ଖବର

ଆଇପିଏଲ 2021 ସିଜିନ ପାଇଁ ଉନ୍ମୋଚିତ ହେଲା ରାଜସ୍ଥାନ ରୟାଲ୍ସର ନୂଆ ଜର୍ସି। ଜୟପୁର ସବାଇ ମାନସିଂହ ଷ୍ଟାଡିୟମରେ ଥ୍ରୀଡି ଶୋ' ଜରିଆରେ ରାଜସ୍ଥାନର ନୂତନ ଜର୍ସି ଉନ୍ମୋଚିତ ହୋଇଛି। ଅଧିକ ପଢ଼ନ୍ତୁ...

ଥ୍ରୀଡି ଶୋ'ରେ ରାଜସ୍ଥାନ ରୟାଲ୍ସର ନୂତନ ଜର୍ସି ଉନ୍ମୋଚିତ

author img

By

Published : Apr 5, 2021, 2:25 PM IST

ଜୟପୁର: ଆଇପିଏଲ 2021 ସିଜିନ ପାଇଁ ଉନ୍ମୋଚିତ ହେଲା ରାଜସ୍ଥାନ ରୟାଲ୍ସର ନୂଆ ଜର୍ସି। ଜୟପୁର ସବାଇ ମାନସିଂହ ଷ୍ଟାଡିୟମରେ ଥ୍ରୀଡି ଶୋ' ଜରିଆରେ ରାଜସ୍ଥାନର ନୂତନ ଜର୍ସି ଉନ୍ମୋଚିତ ହୋଇଛି। ଏହି ଥ୍ରୀଡି ଲାଇଟ ଶୋ'ର ପ୍ରସାରଣ କରାଯାଇଥିଲା। ଯାହାଫଳରେ ମୁମ୍ବାଇରେ ବାୟୋବବଲରେ ରହିଥିବା ରାଜସ୍ଥାନ ରାୟଲ୍ସ ଖେଳାଳିଙ୍କୁ ସମସ୍ତ ପ୍ରଶଂସକ ଦେଖି ପାରିଥିଲେ।

2008 ମସିହାରେ ଆଇପିଏଲର ପ୍ରଥମ ସଂସ୍କରଣରେ ଚମ୍ପିଆନ ହୋଇଥିଲା ରାଜସ୍ଥାନ ରୟାଲ୍ସ। ଚଳିତ ବର୍ଷ କେବଳ 6ଟି ଷ୍ଟାଡିୟମରେ ଆଇପିଏଲ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ। ଫଳରେ ଘରୋଇ ପଡ଼ିଆରେ ରାଜସ୍ଥାନ ରୟାଲ୍ସ କୌଣସି ମ୍ୟାଚ ଖେଳି ପାରିବ ନାହିଁ। ଏଥିପାଇଁ ଏହି ପଡ଼ିଆରେ ଥ୍ରୀଡି ଶୋ' ଜରିଆରେ ଫ୍ୟାନମାନଙ୍କୁ ଆକର୍ଷିତ କରାଯାଇଛି।

ଏହାକୁ ନେଇ ରାଜସ୍ଥାନ ରୟାଲ୍ସ ପକ୍ଷରୁ କୁହାଯାଇଛି ଯେ, 'ସବାଇ ମାନସିଂହ ଷ୍ଟାଡିୟମକୁ ସଜାଇ ଏହି ଶୋ' ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ଲାଇଭ ଶୋ ପାଇଁ ବିଶେଷ ସ୍କ୍ରିନର ବ୍ୟବସ୍ଥା କରାଯାଇଥିଲା। ଏହି ସ୍କ୍ରିନରେ ଜୟପୁର ସହର, ଷ୍ଟାଡିୟମ ଓ ରାଜସ୍ଥାନ ସହରକୁ ଦର୍ଶାଯାଇଛି। ଶେଷରେ ଥ୍ରିୀଡି ପ୍ରଜେକ୍ଟ ଜରିଆରେ ନୂତନ ଜର୍ସି ସହ ଖେଳାଳିଙ୍କୁ ଦେଖା ଯାଇଛି। ଚଳିତ ବର୍ଷ ଜର୍ସି ଗୋଲାପି ଓ ନୀଳ ରଙ୍ଗର ରହିଛି।'

ଦଳରେ ନୂଆକରି ସାମିଲ ହୋଇଥିବା କ୍ରୀଶ ମୋରିସ ନୂତନ ଜର୍ସିର ପ୍ରଶଂସା କରିଛନ୍ତି। 2015 ପରେ ବହୁଥର ଜର୍ସି ବଦଳିଛି କିନ୍ତୁ ଏହା ଟିକିଏ ଅଲଗା ଓ ସୁନ୍ଦର ବୋଲି ସେ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.