ETV Bharat / sports

ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ବିପର୍ଯ୍ୟୟ, ହାଇଦ୍ରାବାଦ ସମ୍ମୁଖରେ 121 ରନ ଟାର୍ଗେଟ

author img

By

Published : Apr 21, 2021, 5:27 PM IST

ହାଇଦ୍ରାବାଦ ବିପକ୍ଷରେ ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ ବିପର୍ଯ୍ୟୟ ହୋଇଛି ନିର୍ଦ୍ଧାରିତ 20 ଓଭରରେ ମାତ୍ର 120 ରନ କରି ପାରିଛି । ମ୍ୟାଚ ଆରମ୍ଭରୁ ସନରାଇଜର୍ସ ହାଇଦ୍ରାବାଦର ବୋଲିଂ ଆକ୍ରମଣରେ ଘାଇଲା ହୋଇଥିଲା ପଞ୍ଜାବ । ଅଧିକ ପଢ଼ନ୍ତୁ...

ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ବିପର୍ଯ୍ୟୟ, ହାଇଦ୍ରାବାଦ ସମ୍ମୁଖରେ 121 ରନ ଟାର୍ଗେଟ
ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ବିପର୍ଯ୍ୟୟ, ହାଇଦ୍ରାବାଦ ସମ୍ମୁଖରେ 121 ରନ ଟାର୍ଗେଟ

ଚେନ୍ନାଇ: ହାଇଦ୍ରାବାଦ ବିପକ୍ଷରେ ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ ବିପର୍ଯ୍ୟୟ ହୋଇଛି ନିର୍ଦ୍ଧାରିତ 20 ଓଭରରେ ମାତ୍ର 120 ରନ ଅଲ ଆଉଟ ହୋଇଛି ଦଳ । ମ୍ୟାଚ ଆରମ୍ଭରୁ ସନରାଇଜର୍ସ ହାଇଦ୍ରାବାଦର ବୋଲିଂ ଆକ୍ରମଣରେ ଘାଇଲା ହୋଇଥିଲା ପଞ୍ଜାବ । ଦଳୀୟ ସ୍କୋର ମାତ୍ର 15 ରନ ହୋଇଥିବା ଅଧିନାୟକ କେଏଲ ରାହୁଲଙ୍କୁ ୱିକେଟ ହରାଇ ଥିଲା ଦଳ । ଏହାପରେ ମୟଙ୍କ ଅଗ୍ରୱାଲ ଓ କ୍ରିଶ ଗେଲ କିଛି ସମୟ ଭାଗିଦାରୀ କରିଥିଲେ । ତେବେ ସେହି ସମୟରେ ରାଶିଦ ଖାନଙ୍କ ବଲରେ ଆଉଟ ହୋଇଥିଲେ ମୟଙ୍କ ଅଗ୍ରୱାଲ । ଦଳ ପକ୍ଷରୁ ମୟଙ୍କ ଅଗ୍ରୱାଲ ଓ ଶାହାରୁଖ ଖାନ ସର୍ବାଧିକ 22 ରନ ଲେଖାଏଁ କରିଛନ୍ତି ।

ପଞ୍ଜାବ କିଙ୍ଗ୍ସ ଟସ ଜିତି ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ତେବେ ନିୟମିତ ଭାବରେ ୱିକେଟ ହରାଇବାରୁ ଦଳ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଛି । ସେପଟେ ସନ ରାଇଜର୍ସ ହାଇଦ୍ରାବାଦ ଦଳ ଦମଦାର ବୋଲିଂ କରିଛି । ଦଳ ପକ୍ଷରୁ ଖଲିଲ ଅହମ୍ମଦ ସର୍ବାଧିକ 3ଟି ୱିକଟେ ନେଇଛନ୍ତି । ସେହିଭଳି ଅଭିଶେକ ଶର୍ମା ଗୁରୁତ୍ବପୂର୍ଣ୍ଣ ଦୁଇଟି ୱିକେଟ ନେଇଛନ୍ତି । ଭୁବନେଶ୍ବର କୁମାର, ସିଦ୍ଧାର୍ଥ କାଉଲ ଓ ରାଶିଦ ଖାନ ଯଥାକ୍ରମେ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

ବର୍ତ୍ତମାନ ସନରାଇଜର୍ସ ହାଇଦ୍ରାବାଦ ଦଳ ଏହି ପିଚ ଉପରେ କିଭଳି ବ୍ୟାଟିଂ କରୁଛି ତାହାରି ସଭିଙ୍କ ନଜର ରହିବ । ଓପନିଂ ଯୋଡ଼ି ଏହି ଇନିଂଶ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିବେ ।

ସନରାଇଜର୍ସ ହାଇଦ୍ରାବାଦ ଚୂଡ଼ାନ୍ତ ଏକାଦଶ

ଡେଭିଡ ୱାର୍ଣ୍ଣର(ଅଧିନାୟକ), ଜନି ବେୟାରଷ୍ଟୋ, କେନ ୱିଲିୟମସନ, ବିରାଟ କୋହଲି, ବିଜୟ ଶଙ୍କର, ଅଭିଶେକ ଶର୍ମା, କେଦାର ଯାଦବ, ରାଶିଦ ଖାନ, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ ଓ ସିଦ୍ଧାର୍ଥ କାଉଲ ।

ପଞ୍ଜାବ କିଙ୍ଗ୍ସ ଚୂଡ଼ାନ୍ତ ଏକାଦଶ

କେ.ଏଲ ରାହୁଲ(ଅଧିନାୟକ), ମୟଙ୍କ ଅଗ୍ରୱାଲ, କ୍ରୀଶ ଗେଲ, ମୋଇସେସ ହେନରିକ୍ସ, ନିକୋଲାସ ପୂରାନ, ଦୀପକ ହୁଡ୍ଡା, ଶାହାରୁଖ ଖାନ, ଫାବିଆନ ଏଲେନ, ମୁରୁଗନ ଅଶ୍ବିନ, ମହମ୍ମଦ ସାମି ଓ ଅର୍ଶଦୀପ ସିଂହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.