ETV Bharat / sports

ଦିନିକିଆ ବିଶ୍ବକପରେ ନବାଗତଙ୍କୁ ସୁଯୋଗ ମିଳିବା ଉଚିତ: ରବି ଶାସ୍ତ୍ରୀ

author img

By

Published : May 20, 2023, 8:45 AM IST

ଜାରି ରହିଥିବା ଆଇପିଏଲ ୨୦୨୩ରେ ଏକାଧିକ ଭାରତୀୟ ଯୁବ ଖେଳାଳୀଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ତେବେ ଏମାନଙ୍କ ମଧ୍ୟରେ ଏକାଧିକ ଖେଳାଳିଙ୍କ ନିକଟରେ ସିଧାସଳଖ ବିଶ୍ବକପ ଦଳରେ ସ୍ଥାନ ପାଇବାର ଦକ୍ଷତା ରହିଛି ବୋଲି କହିଛନ୍ତି ପୂର୍ବତନ ଭାରତୀୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ । ଅଧିକ ପଢ଼ନ୍ତୁ

ବିଶ୍ବକପରେ ନବାଗତଙ୍କୁ ସୁଯୋଗ ମିଳିବା ଉଚ୍ଚିତ କହିଲେ ରବି ଶାସ୍ତ୍ରୀ

ହାଇଦ୍ରାବାଦ: ଆଇପିଏଲ ୨୦୨୩ରେ ଏକାଧିକ ଭାରତୀୟ ଯୁବ ଖେଳାଳୀଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ରାଜସ୍ଥାନ ରୟାଲ୍ସର ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲ, ଚେନ୍ନାଇର ଋତୁରାଜ ଗାଏକ୍ବାଡ, କୋଲକାତାର ରିଙ୍କୁ ସିଂହ, ମୁମ୍ବାଇର ମଧ୍ୟକ୍ରମ ବ୍ୟାଟର ତିଲକ ବର୍ମାଙ୍କ ଭଳି ଖେଳାଳୀ ଚଳିତ ସଂସ୍କରଣରେ ନିଜର ଉଚ୍ଚକୋଟୀର ପ୍ରଦର୍ଶନ ନେଇ ଚର୍ଚ୍ଚାରେ ରହିଛନ୍ତି । ତେବେ ଏମାନଙ୍କ ମଧ୍ୟରେ ଏକାଧିକ ଖେଳାଳିଙ୍କ ନିକଟରେ ସିଧାସଳଖ ବିଶ୍ବକପ ଦଳରେ ସ୍ଥାନ ପାଇବାର ଦକ୍ଷତା ରହିଛି ବୋଲି କହିଛନ୍ତି ପୂର୍ବତନ ଭାରତୀୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ।

ଦ ଆଇସିସି ରିଭ୍ୟୁ ଆଲୋଚନାରେ ଭାଗ ନେଇ ଶାସ୍ତ୍ରୀ କହିଛନ୍ତି, "ଚଳିତ ଆଇପିଏଲରେ ଭାରତ ଅନେକ ଷ୍ଟାର ବ୍ୟାଟରଙ୍କୁ ପାଇଛି । ଆସନ୍ତା ଦିନିକିଆ ବିଶ୍ବକପ ପାଇଁ ସେହି ଖେଳାଳୀଙ୍କ ଉପରେ ନଜର ରହିବା ଉଚ୍ଚିତ । ଦିନିକିଆ କ୍ରିକେଟ୍‌ରେ ଶୁଭମନ ଗିଲ ଓ ଋତୁରାଜ ଆଗାମୀ ଦିନର ଭାରତୀୟ ଓପନର । ଭାରତରେ ଖେଳାଯିବାକୁ ଥିବା ଆଗାମୀ ଦିନିକିଆ ବିଶ୍ବକପରେ ଯଦି କୌଣସି ପ୍ରମୁଖ ଖେଳାଳୀ ଆହତ ହୁଅନ୍ତି, ତେବେ ଏହି ଦୁଇ ଖେଳାଳୀଙ୍କୁ ସୁଯୋଗ ମିଳିବା ଉଚ୍ଚିତ ।"

ଯୁବ ବାମହାତୀ ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଚଳିତ ଆଇପିଏଲରେ ରାଜସ୍ଥାନ ପକ୍ଷରୁ ଖେଳି ୬୨୫ ରନ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ରହିଛି । କୋଲକାତା ନାଇଟ୍‌ ରାଇଡର୍ସର ରିଙ୍କୁ ସିଂହ ୧୩ଟି ମ୍ୟାଚରୁ ୪୦୭ ରନ କରିଛନ୍ତି । ଯେଉଁଥି​ରେ ୩ଟି ଅର୍ଦ୍ଧଶତକ ସାମିଲ ରହିଛି । ଜୟସ୍ବାଲ ଓ ରିଙ୍କୁଙ୍କ ନିକଟରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ଦକ୍ଷତା ରହିଛି ବୋଲି ରବି ଶାସ୍ତ୍ରୀ କହିଛନ୍ତି । ଦୁଇ ଖେଳାଳୀ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି ଶାସ୍ତ୍ରୀ କହିଛନ୍ତି ।

ଯଶସ୍ବୀ ଜଣେ ଅଭିଜ୍ଞ ସମ୍ପନ୍ନ ଖେଳାଳୀ ଭାବେ ଖେଳୁଛନ୍ତି ବୋଲି ଶାସ୍ତ୍ରୀ କହିଛନ୍ତି । ବାମହାତୀ ବ୍ୟାଟର ରିଙ୍କୁ ସିଂହ ମଧ୍ୟ କୋଲକାତା ନାଇଟ୍‌ ରାଇର୍ଡସର ମ୍ୟାଚ ବିଜେତା ଭାବେ ଦାୟିତ୍ବ ତୁଲାଉଛନ୍ତି । ରିଙ୍କୁ ପରିସ୍ଥିତି ଅନୁଯାୟୀ ସଟ୍‌ ଖେଳିବାରେ ସିଦ୍ଧହସ୍ତ । ତେଣୁ ତାଙ୍କ ନିକଟ​ରେ ରହିଥିବା ଦକ୍ଷତା ଅନ୍ତର୍ଜାତୀୟସ୍ତରର ବୋଲି ଶାସ୍ତ୍ରୀ କହିଛନ୍ତି । ସେହିଭଳି ମୁମ୍ବାଇ ଇଣ୍ଡିଆନ୍ସର ବାମହାତୀ ମଧ୍ୟକ୍ରମ ବ୍ୟାଟର ତିଲକ ବର୍ମା ଚଳିତ ଆଇପିଏଲରେ ୯ଟି ମ୍ୟାଚ ଖେଳି ୨୭୪ରନ କରିଛନ୍ତି । ସେ ମଧ୍ୟ ଜଣେ ଅନ୍ତର୍ଜାତୀୟସ୍ତରର କ୍ରିକେଟର ବୋଲି ଶାସ୍ତ୍ରୀ ଯୁକ୍ତି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.