ETV Bharat / sports

ଆଇପିଏଲ 14: ଡବଲହେଡର ମ୍ୟାଚରେ ମୁମ୍ବାଇ-ରାଜସ୍ଥାନ ଲଢ଼େଇ - mumbai indians vs rajasthan royals

ଆଇପିଏଲ 2021 ସଂସ୍କରଣର ଖେଳାଯିବ ଡବଲ ହେଡର ମ୍ୟାଚ । ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେବେ । ଅଧିକ ପଢ଼ନ୍ତୁ...

ଆଇପିଏଲ 14: ଡବଲ ହେଡର ମ୍ୟାଚରେ ମୁମ୍ବାଇ-ରାଜସ୍ଥାନ ମଧ୍ୟରେ ଲଢ଼େଇ

author img

By

Published : Apr 29, 2021, 12:08 PM IST

ନୂଆଦିଲ୍ଲୀ: ଆଇପିଏଲ 2021 ସଂସ୍କରଣର ଖେଳାଯିବ ଡବଲ ହେଡର ମ୍ୟାଚ । ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେବେ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି 24ତମ ମ୍ୟାଚରେ ବିଜୟୀ ପଏଣ୍ଟ ତାଲିକାର ଉପରକୁ ଉଠିବାକୁ ଚେଷ୍ଟା କରିବା ରାଜସ୍ଥାନ ରୟାଲ୍ସ। ସେପଟେ ମୁମ୍ବାଇ ମଧ୍ୟ ପ୍ରତିପକ୍ଷ ଦଳକୁ କଡ଼ା ଟକ୍କର ଦେଇ ବିଜୟ ଧାରାକୁ ଫେରିବାକୁ ଚେଷ୍ଟା କରିବ ।

ଗତ ମ୍ୟାଚରେ ପଞ୍ଜାବ କିଙ୍ଗ୍ସଠୁ 9 ୱିକେଟରେ ପରାସ୍ତ ହୋଇଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ମଧ୍ୟ ଦଳ 6 ୱିକେଟେର ପରାଜିତ ହୋଇଥିଲା । ମୁମ୍ବାଇ ଇଣ୍ଡିଆନ୍ସର ମଧ୍ୟକ୍ରମ ବ୍ୟାଟିଂ ଚିନ୍ତାର ବିଷୟ ହୋଇଛି । ଏହା ସହ ଦଳକୁ ଭଲ ଆରମ୍ଭ ମିଳି ପାରୁନାହିଁ। ଦଳ ପକ୍ଷରୁ କେବଳ ରୋହିତ ଶର୍ମା ଭଲ ପ୍ରଦର୍ଶନ କରି ପାରିଛନ୍ତି । ସୂର୍ଯ୍ୟକୁମାର ଯାଦବ ନିଜ ସ୍ବାଭାବିକ ଖେଳ ଦେଖାଇବାରେ ଅସଫଳ ରହିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଓ କୈରଣ ପୋଲାର୍ଡ ମଧ୍ୟ ଲୋୟର ଅର୍ଡରରେ ଫେଲ ମାରିଛନ୍ତି । ସେପଟେ ଦଳର ଷ୍ଟ୍ରାଇକ ବୋଲ ଜଶପ୍ରୀତ ବୁମରା ୱିକେଟ ନେବାରେ ସଂଘର୍ଶ କରୁଥିବା ଦେଖା ଦେଇଛି ।

ସେପଟେ ମୁମ୍ବାଇ ଭଳି ରାଜସ୍ଥାନ ରୟାଲ୍ସ ମଧ୍ୟ 5ଟି ମ୍ୟାଚରେ ଦୁଇଟି ବିଜୟ ହାସଲ କରିଛି । ତେବେ ନେଟ ରନରେଟ ଖରାପ ଥିବାର ରାଜସ୍ଥାନ ପଏଣ୍ଟ ତାଲିକାରେ ବର୍ତ୍ତମାନ ସପ୍ତମ ସ୍ଥାନରେ ରହିଛି। ଦଳ ପାଖରେ ଆଉ ମାତ୍ର 4ଜମ ବିଦେଶୀ ଖେଳାଳି ରହିଛନ୍ତି । ବେନ ଷ୍ଟୋକ୍ସ ଓ ଜୋଫ୍ରା ଆର୍ଚର ଆହତଜନିତ ସମସ୍ୟା ଯୋଗୁଁ ଆଇପିଏଲରୁ ବାଦ ପଡ଼ିଛନ୍ତି। ସେପଟେ ଲିଆମ ଲିବିଂଷ୍ଟୋନ ଓ ଆଣ୍ଡ୍ୟୁ ଟ୍ରାଇ ମଧ୍ୟ ବାୟୋ ବବଲକୁ ନେଇ ସ୍ବଦେଶ ଫେରଛନ୍ତି। ଅରୁଣ ଜେଟଲୀ ପିଚରେ ସ୍ପିନର ଭୁମିକା ଗୁରୁତ୍ବପୂର୍ଣ୍ଣ ରହିବ । ମୁମ୍ବାଇ ବିପକ୍ଷରେ ରାଜସ୍ଥାନ ରାୟଲ୍ସ ବୋଲରଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ । ସେପଟେ ଆଜିର ମ୍ୟାଚରେ ଦଳର ବ୍ୟାଟିଂ ଉପରେ ମଧ୍ୟ ସଭିଙ୍କ ନଜର ରହିବ ।

ମୁମ୍ବାଇ ଇଣ୍ଡିଆନ୍ସ ଦଳ

ରୋହିତ ଶର୍ମା(କ୍ୟାପଟେନ), ଆଡାମ ମିଲନେ, ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂହ, ଅଙ୍କୁଲ ରଏ, ଅର୍ଜୁନ ତେନ୍ଦୁଲକର, କ୍ରିସ ଲିନ, ଧାୱଲ କୁଲକର୍ଣ୍ଣୀ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ (ୱିକେଟ କିପର), ଜେମ୍ସ ନିଶମ, ଜଶପ୍ରୀତ ବୁମରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, କ୍ରୁଣାଳ ପାଣ୍ଡ୍ୟା, ମାର୍କୋ ଜାନସନ, ମୋହଶିନ କାନ, ନାଥନ କୁଲଟର-ନାଇଲ, ପିୟୁଷ ଚାୱଲା, କ୍ବିଣ୍ଟନ ଡି କକ୍‌ (ୱିକେଟ କିପର), ରାହୁଲ ଚହର, ସୌରଭ ତିୱାରୀ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, ଯୁଧିବୀର ସିଂହ ।

ରାଜସ୍ଥାନ ରୟାଲ୍ସ ଦଳ

ସଞ୍ଜୁ ସାମସନ(ଅଧିନାୟକ), ଜୋଶ ବଟଲର, ରିଆନ ପରାଗ, ଶ୍ରେୟସ ଗୋପାଳ, ରାହୁଲ ତେୱତିଆ, ମହିପାଲ ଲୋମରୋର, କାର୍ତ୍ତିକ ତ୍ୟାଗୀ, ଜୟଦେବ ଉନଦକଟ, ମୟଙ୍କ ମାର୍କଣ୍ଡେ, ଯଶସ୍ବୀ ଜୈସୱାଲ, ଅନୁଜ ରାୱତ, ଡେଭିଡ ମିଲର, ମନନ୍ ଭୋହରା , ରବିନ ଉଥ୍ଥାପା, ଶିଭମ୍ ଦୁବେ, କ୍ରିଶ୍ ମୋରିସ୍, ମୁସ୍ତାଫିଜୁର ରହମାନ, ଚେତନ ସକାରିଆ, କେସି କାରିଆପ୍ପା, କୁଲଦୀପ ଯାଦବ ଓ ଆକାଶ ସିଂ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.