ETV Bharat / sports

ଆଇପିଏଲ 14: ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ମୁମ୍ବାଇ-ପଞ୍ଜାବ

ଏମଏ ଚିଦାମ୍ବରମ ଷ୍ଟାଡିୟମରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ । ଆଇପିଏଲ 2021ର ଏହି 17ତମ ମ୍ୟାଚ ବିଜୟୀ ହୋଇ ପୁଣି ଥରେ ବିଜୟ ଧାରାକୁ ଫେରିବାକୁ ଚାହିଁବେ ଉଭୟ ଦଳ । ଅଧିକ ପଢ଼ନ୍ତୁ...

author img

By

Published : Apr 23, 2021, 2:12 PM IST

ଆଇପିଏଲ 14: ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ମୁମ୍ବାଇ-ପଞ୍ଜାବ
ଆଇପିଏଲ 14: ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ମୁମ୍ବାଇ-ପଞ୍ଜାବ

ଚେନ୍ନାଇ: ଏମଏ ଚିଦାମ୍ବରମ ଷ୍ଟାଡିୟମରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ । ଆଇପିଏଲ 2021ର ଏହି 17ତମ ମ୍ୟାଚ ବିଜୟୀ ହୋଇ ପୁଣି ଥରେ ବିଜୟ ଧାରାକୁ ଫେରିବାକୁ ଚାହିଁବେ ଉଭୟ ଦଳ । 4ଟି ମ୍ୟାଚ ଖେଳି ପଞ୍ଜାବ କିଙ୍ଗ୍ସ କେବଳ ଗୋଟିଏ ମ୍ୟାଚରେ ବିଜୟୀ ହୋଇପାରିଛି । ସେପଟେ ମୁମ୍ବାଇ ଇଣ୍ଡିଆନ୍ସ 4ଟି ମ୍ୟାଚ ଖେଳି ଦୁଇଟିରେ ବିଜୟୀ ହୋଇଥିବା ବେଳେ ଦୁଇଟି ମ୍ୟାଚରେ ପରାଜୟ ବରଣ କରିବାକୁ ପଡ଼ିଛି ।

ଗତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ଭଲ ବ୍ୟାଟିଂ ପ୍ରଦର୍ଶନ କରି ପାରିନଥିଲା । ଫଳରେ ମ୍ୟାଚକୁ ହାତଛଡ଼ା କରିଥିଲା ଦଳ । ରୋହିତ ଶର୍ମା ଭଲ ବ୍ୟାଟିଂ କରୁଥିବା ବେଳେ ଦଳର ମଧ୍ୟ କ୍ରମ ବ୍ୟାଟିଂ ସେଭଳି କିଛି କମାଲ କରି ପାରିନାହିଁ । ଯାହା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ମୁମ୍ବାଇର ବୋଲିଂ ଆକ୍ରମଣ ବଳରେ ବହୁଥର ମ୍ୟାଚ ହାତେଇଛି। କିନ୍ତୁ ଦିଲ୍ଲୀ ବିପକ୍ଷରେ ମୁମ୍ବାଇ ବୋଲର ମଧ୍ୟ ଫେଲ ମାରିଥିଲେ। ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ ଓ କୈରନ ପୋଲାର୍ଡ ରନ କରିବାରେ ଅସଫଳ ରହିଛନ୍ତି। କ୍ରୁଣାଲ ପାଣ୍ଡ୍ୟା ଓ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବ୍ୟାଟିଂ କିମ୍ବା ବୋଲିଂରେ ସେଭଳି କିଛି ଦମଦାର ପ୍ରଦର୍ଶନ କରି ପାରିନାହାନ୍ତି।

ସେପଟେ ବିଜୟରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଥିବା ପଞ୍ଜାବ କିଙ୍ଗ୍ସ ତିନୋଟି ମ୍ୟାଚ ପରାଜିତ ହୋଇ ପଏଣ୍ଟ ତାଲିକାରେ ସପ୍ତମ ସ୍ଥାନରେ ରହିଛି। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଦଳରେ କେବଳ 120 ରନ ହିଁ କରି ପାରିଥିଲା। ଦଳରେ ଆକ୍ରାମକ ବ୍ୟାଟର ରହିଛନ୍ତି। କିନ୍ତୁ କେ.ଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କୁ ଛାଡ଼ିଦେଲେ କୌଣସି ବ୍ୟାଟସମ୍ୟାନ ଭଲ ପ୍ରଦର୍ଶନ କରି ପାରିନାହାନ୍ତି। ଦୀପକ ହୁଡ୍ଡା ଅଲରାଉଣ୍ଡର କ୍ଷମତା ପ୍ରଦର୍ଶନ କରିଛନ୍ତି। ଝାଏ ରିଚାର୍ଡସନ ଓ ରିଲେ ମେରେଡିଥ ନିଜ ପ୍ରଦର୍ଶନରେ ଦଳକୁ ନିରାଶ କରିଛନ୍ତି। ଆଜିର ମ୍ୟାଚରେ ରବି ବିଷ୍ଣୋଇଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିପାରେ ପଞ୍ଜାବ କିଙ୍ଗ୍ସ।

ମୁମ୍ବାଇ ଇଣ୍ଡିଆନ୍ସ ଦଳ

ରୋହିତ ଶର୍ମା(କ୍ୟାପଟେନ), ଆଡାମ ମିଲନେ, ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂହ, ଅଙ୍କୁଲ ରୟ, ଅର୍ଜୁନ ତେନ୍ଦୁଲକର, କ୍ରିସ ଲିନ, ଧାୱଲ କୁଲକର୍ଣ୍ଣୀ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ(ୱିକେଟ କିପର), ଜେମ୍ସ ନିଶାମ, ଜଶପ୍ରୀତ ବୁମରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, କ୍ରୁଣାଳ ପାଣ୍ଡ୍ୟା, ମାର୍କୋ ଜାନସନ, ମୋହଶିନ କାନ, ନାଥନ କୁଲଟର-ନାଇଲ, ପିୟୁଷ ଚାୱଲା, କ୍ବିଣ୍ଟନ ଡି କକ୍‌(ୱିକେଟ କିପର), ରାହୁଲ ଚହର, ସୌରଭ ତିୱାରୀ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, ଯୁଧିବୀର ସିଂହ।

ପଞ୍ଜାବ କିଙ୍ଗ୍ସ ଦଳ

କେ.ଏଲ୍ ରାହୁଲ (ଅଧିନାୟକ/ ୱିକେଟ କିପର), ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଲ, ମନଦୀପ ସିଂ, ପ୍ରଭାସୀମରନ୍ ସିଂ, ନିକୋଲାସ୍ ପୁରାନ୍, ସରଫରାଜ ଖାନ୍, ଡିପେନ୍ଦ୍ର ହୁଡା, ମୁରୁଗାନ୍ ଅଶ୍ବିନ୍, ରବି ବିଷ୍ଣୁୋଇ, ହରପ୍ରୀତ ବରାଡ଼, ମହମ୍ମଦ ସାମି, ଅର୍ଶଦୀପ ସିଂହ, ଇଶାନ ପୋରେଲ, ଦର୍ଶନ ନାଲକାଣ୍ଡେ, କ୍ରିସ ଜୋର୍ଡାନ, ଡେଭିଡ ମଲାନ, ଜାଏ ରିଚାର୍ଡସନ, ଶାହାରୁଖ ଖାନ, ରିଲେ ମେରେଡିଥ, ମୋଇସେସ ହେନ୍ରିକ୍ସ, ଜଲଜ ସକ୍ସେନା, ଉତ୍କଳ ସିଂ, ଫୈବିୟନ ଆଲେନ ଓ ସୌରଭ କୁମାର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.