ETV Bharat / sports

ଆଇପିଏଲ 14: ଚେନ୍ନାଇରେ ବିଜେତାକୁ ଭେଟିବ ଉପବିଜେତା - mumbai indians match

ଆପିଏଲ 2021ର 13ତମ ମୁକାବିଲାରେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ। ଗତ ଆଇପିଏଲ ସିଜିନ ଫାଇନାଲ ମ୍ୟାଚରେ ଦିଲ୍ଲୀକୁ ହରାଇ ଚମ୍ପିଆନ ହୋଇଥିଲା ମୁମ୍ବାଇ। ଅଧିକ ପଢ଼ନ୍ତୁ...

ଆଇପିଏଲ 14: ଚେନ୍ନାଇରେ ବିଜେତାକୁ ଭେଟିବ ଉପବିଜେତା

author img

By

Published : Apr 20, 2021, 2:57 PM IST

ଚେନ୍ନାଇ: ଆଇପିଏଲ 2021ର 13ତମ ମୁକାବିଲାରେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ । ଗତ ଆଇପିଏଲ ସିଜିନ ଫାଇନାଲ ମ୍ୟାଚରେ ଦିଲ୍ଲୀକୁ ହରାଇ ଚମ୍ପିଆନ ହୋଇଥିଲା ମୁମ୍ବାଇ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଆଜିର ମ୍ୟାଚରେ ପୁନଃ ଫାଇନାଲ ଭଳି କଡ଼ା ଟକ୍କର ଦେଖିବାକୁ ମିଳିପାରେ।

ଆଇପିଏଲର 14ତମ ସଂସ୍କରଣର ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ। ତା ପଛକୁ ମୁମ୍ବାଇ ଇଣ୍ଡିଆନ୍ସ 3ଟିରୁ 2ଟି ମ୍ୟାଚ ଜିତି ଚତୁର୍ଥ ସ୍ଥାନରେ ରହିଛି। ଗତ ମ୍ୟାଚର ଦୁଇ ଦଳର ବୋଲିଂ ଓ ବ୍ୟାଟିଂ ଉଚ୍ଚ କୋଟିର ରହିଥିଲା। ଦୁଇ ଦଳ 3ଟି ଲେଖାଏଁ ମ୍ୟାଚ ଖେଳିଥିବାବେଳେ ଗୋଟିଏରେ ପରାଜିତ ହୋଇଛନ୍ତି। ଆଜିର ମ୍ୟାଚରେ କିଏ ବାଜିମାତ କରିବ ତାହା ରୋମାଞ୍ଚକର ବିଷୟ ହେବ।

ଦିଲ୍ଲୀ କ୍ୟାପିଟାଲ୍ସର ଅଫ ସ୍ପିନର ରବି ଚନ୍ଦ୍ରନ ଅଶ୍ବୀନଙ୍କ ଉପରେ ସଭିଁଙ୍କ ନଜର ରହିବ। ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସେ ଭଲ ବୋଲିଂ କରିଥିଲେ। ତାଙ୍କ ବିରୋଧରେ ରନ ସଂଗ୍ରହ କରି ପାରିନଥିଲେ ବ୍ୟାଟ୍ସମ୍ୟାନ। ସେପଟେ ମୁମ୍ବାଇର ରାହୁଲ ଚହର ମଧ୍ୟ ଭଲ ଫର୍ମରେ ରହିଛନ୍ତି। ମୁମ୍ବାଇ ବିଜୟୀ ହୋଇଥିବା ଦୁଇଟି ମ୍ୟାଚରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। କୋଲକାତା ବିପକ୍ଷରେ 4ଟି ଓ ହାଇଦ୍ରାବାଦ ବିପକ୍ଷରେ 3ଟି ୱିକେଟ ନେଇଥିଲେ ରାହୁଲ ଚହର।

ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଚିନ୍ତାର ବିଷୟ ହୋଇପାରେ ଚେନ୍ନାଇର ପିଚ। ଖେଳ ବଢ଼ିବା ସହ ଚେନ୍ନାଇ ପିଚ ଧିମା ହେଉଥିବା ଦେଖାଯାଇଛି। ମୁମ୍ବାଇ ଇଣ୍ଡିଆନ୍ସ ଏହି ପିଚରେ ମ୍ୟାଚ ଖେଳି ସାରିଥିବା ବେଳେ ଦିଲ୍ଲୀରେ ଏହି ପିଚରେ ତାର ପ୍ରଥମ ମ୍ୟାଚ ଖେଳିବ।

ମୁମ୍ବାଇ ଇଣ୍ଡିଆନ୍ସ ଦଳ

ରୋହିତ ଶର୍ମା(କ୍ୟାପଟେନ), ଆଡାମ ମିଲନେ, ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂହ, ଅଙ୍କୁଲ ରୟ, ଅର୍ଜୁନ ତେନ୍ଦୁଲକର, କ୍ରିସ ଲିନ, ଧାୱଲ କୁଲକର୍ଣ୍ଣୀ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ(ୱିକେଟ କିପର), ଜେମ୍ସ ନିଶାମ, ଜଶପ୍ରୀତ ବୁମରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, କ୍ରୁଣାଳ ପାଣ୍ଡ୍ୟା, ମାର୍କୋ ଜାନସନ, ମୋହଶିନ କାନ, ନାଥନ କୁଲଟର-ନାଇଲ, ପିୟୁଷ ଚାୱଲା, କ୍ବିଣ୍ଟନ ଡି କକ୍‌(ୱିକେଟ କିପର), ରାହୁଲ ଚହର, ସୌରଭ ତିୱାରୀ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, ଯୁଧିବୀର ସିଂହ।

ଦିଲ୍ଲୀ କ୍ୟାପିଟାଲ୍ସ ଦଳ

ଋଷଭ ପନ୍ତ (ଅଧିନାୟକ/ ୱିକେଟ କିପର), ଶିଖର ଧୱନ, ପୃଥ୍ବୀ ଶ, ଆଜିଙ୍କ୍ୟ ରାହାଣେ, ଶିମରୋନ ହେଟମାୟେର, ମାର୍କସ୍ ଷ୍ଟୋଇନିସ୍, କ୍ରିସ୍ ୱୋକସ୍, ଆର ଅଶ୍ବିନ, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରାବାଡା, ଏନରିଚ ନର୍କିଆ, ଇଶାନ୍ତ ଶର୍ମା, ଆବେଶ ଖାନ, ଉମେଶ ଯାଦବ, ରିପଲ୍ ପଟେଲ, ବିଷ୍ଣୁ ବିନୋଦ, ଲୁକମାନ ମେରିୱାଲା, ଏମ ସିଦ୍ଧାର୍ଥ, ଟମ କୁରାନ, ସାମ ବିଲିଂସ୍।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.