ETV Bharat / sports

ଆଇପିଏଲ 14: ଚେନ୍ନାଇ ବିପକ୍ଷରେ ଟସ ଜିତି କେକେଆରର ବୋଲିଂ ନିଷ୍ପତ୍ତି

author img

By

Published : Apr 21, 2021, 7:13 PM IST

Updated : Apr 21, 2021, 7:43 PM IST

ୱାଙ୍ଖଡ଼େ ଷ୍ଟାଡିୟମରେ ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ। ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି କୋଲକାତା ନାଇଟ ରାଇଡର୍ସ । ଅଧିକ ପଢ଼ନ୍ତୁ...

ଆଇପିଏଲ 14: ଚେନ୍ନାଇ ବିପକ୍ଷରେ ଟସ ଜିତି କେକେଆରର ବୋଲିଂ ନିଷ୍ପତ୍ତି
ଆଇପିଏଲ 14: ଚେନ୍ନାଇ ବିପକ୍ଷରେ ଟସ ଜିତି କେକେଆରର ବୋଲିଂ ନିଷ୍ପତ୍ତି

ମୁମ୍ବାଇ: ୱାଙ୍ଖଡ଼େ ଷ୍ଟାଡିୟମରେ ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ। ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି କୋଲକାତା ନାଇଟ ରାଇଡର୍ସ । ମ୍ୟାଚରେ ବିଜୟୀ ହେବାକୁ ଉଭୟ ଦଳ ଜୋର ଲଗାଇବେ। ଚେନ୍ନାଇ ସୁପର କିଙ୍ଗ୍ସ ବିଜୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ । ସେପଟେ କୋଲକାତା ନାଇଟ ରାଇଡର୍ସ ମଧ୍ୟ ବିଜୟୀ ହୋଇ ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ଚେଷ୍ଟା କରିବ ।

ଏହି ମ୍ୟାଚ ପାଇଁ ଦୁଇ ଦଳ ଦୁଇଟି ଖେଳାଳି ପରିବର୍ତ୍ତନ କରିଛି କୋଲକାତା ନାଇଟ ରାଇଡର୍ସ । ଦଳରେ ହରଭଜନ ସିଂହଙ୍କ ବଦଳରେ କମଳେଶ ନଗରକୋଟି ସାମିଲ ହୋଇଥିବା ବେଳେ ସାକିବ ଅଲ-ହସନଙ୍କ ବଦଳରେ ସୁନିଲ ନାରିନଙ୍କୁ ଦଳରେ ସାମିଲ କରାଯାଇଛି । ସେହିଭଳି ଚେନ୍ନାଇ ଦଳରେ ଡ୍ବେନ ବ୍ରାଭୋଙ୍କ ବଦଳରେ ଲୁଙ୍ଗି ନିଗିଡି ଦଳରେ ସାମିଲ ହୋଇଛନ୍ତି। ଏହି ପିଚରେ ଭଲ ବୋଲିଂ କରିବାକୁ ଆଶା ରଖିଛି କୋଲକାତା ନାଇଟ ରାଇଡର୍ସ । ପ୍ରଥମେ ବୋଲିଂ କରି ପ୍ରତିପକ୍ଷ ଦଳକୁ କମ ସ୍କୋରରେ ଅଟକାଇବାକୁ ଚେଷ୍ଟା କରିବ ଦଳ ।

ସେପଟେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମ କେତେ ଓଭର ଜଗି ଖେଳିବ ବୋଲି କହିଛନ୍ତି ଅଧିନାୟକ ଧୋନୀ । ଏହି ମ୍ୟାଚ ଅନ୍ୟ ମ୍ୟାଚଠାରୁ ଭିନ୍ନ ହେବ ବୋଲି କହିଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଗତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ 45 ରନରେ ମାତ ଦେଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ । ସେପଟେ ଗତ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଠାରୁ 38ରନରେ ପରାସ୍ତ ହୋଇଥିଲା କୋଲକାତା ନାଇଟ ରାଇଡର୍ସ ।

କୋଲକାତା ନାଇଟ ରାଇଡର୍ସ ଚୂଡ଼ାନ୍ତ ଏକାଦଶ

ନିତିଶ ରାଣା, ଶୁଭମନ ଗିଲ, ରାହୁଲ ତ୍ରିପାଠୀ, ଇଅନ ମୋର୍ଗାନ(ଅଧିନାୟକ), ଦିନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ, ପ୍ୟାଟ କମିନ୍ସ, କମଳେଶ ନାଗରକୋଟି, ସୁନିଲ ନାରିନ, ବରୁଣ ଚକ୍ରବର୍ତ୍ତୀ ଓ ପ୍ରସିଦ୍ଧ କ୍ରିଷ୍ଣା ।

ଚେନ୍ନାଇ ସୁପର କିଙ୍ଗ୍ସ ଚୂଡ଼ାନ୍ତ ଏକାଦଶ

ଋତୁରାଜ ଗାୟୱାର୍ଡ, ଫାପ ଡୁ ପ୍ଲେସିସ, ମୋଇନ ଅଲୀ, ସୁରେଶ ରାଇନା, ଆମ୍ବାତି ରାୟଡ଼ୁ, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନୀ, ସାମ କୁରେନ, ଶାର୍ଦ୍ଦୁଲ ଠାକୁର, ଲୁଙ୍ଗି ନିଗିଡି ଓ ଦୀପକ ଚହର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 21, 2021, 7:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.