ETV Bharat / sports

ଆଇପିଏଲ 14: ଡବଲ ହେଡରରେ କେକେଆରକୁ ଭେଟିବ ସିଏସକେ - କେକେଆରକୁ ବନାମ ସିଏସକେ

ଆଇପିଏଲର 14ର ଡବଲ ହେଡର ଦ୍ବିତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହେବ ମୁକାବିଲା । ପ୍ରଥମ ମ୍ୟାଚ ହାରିବା ପରେ ଲଗାତାର ଦୁଇଟି ବିଜୟ ହାସଲ କରି ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ । ଅଧିକ ପଢ଼ନ୍ତୁ...

ଆଇପିଏଲ 14: ଡବଲ ହେଡରରେ କେକେଆରକୁ ଭେଟିବ ସିଏସକେ

author img

By

Published : Apr 21, 2021, 4:21 PM IST

ମୁମ୍ବାଇ: ଆଇପିଏଲର 14ର ଡବଲ ହେଡର ଦ୍ବିତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହେବ ମୁକାବିଲା । ପ୍ରଥମ ମ୍ୟାଚ ହାରିବା ପରେ ଲଗାତାର ଦୁଇଟି ବିଜୟ ହାସଲ କରି ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ । ସେପଟେ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଛି କୋଲକାତା ନାଇଟ ରାଇଡର୍ସ ।

ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସଠାରୁ 7 ୱିକେଟରେ ପରାସ୍ତ ହେବା ପରେ ଧୋନୀ ବ୍ରିଗେଡ ଫର୍ମକୁ ଫେରିଛି । ସମସ୍ତ ବିଭାଗରେ ଦଳ ଭଲ ପ୍ରଦର୍ଶନ କରିଛି। ୱାଙ୍ଖଡ଼େ ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚରେ ବିଜୟୀ ଦଳ ଆଉ ଦୁଇ ଅଙ୍କ ହାସଲ କରିବାକୁ ଚେଷ୍ଟା କରିବ । ଏହି ମ୍ୟାଚ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମକୁ ଘରୋଇ ପଡ଼ିଆ ଭାବରେ ବ୍ୟବହାର କରିବ । ତେବେ ଓପନର ଋତୁରାଜ ଗାୟକୱାର୍ଡଙ୍କ ଫର୍ମକୁ ନେଇ ଦଳ ଚିନ୍ତାରେ ରହିଛି । ସେପଟେ ଫାଷ୍ଟ ବୋଲର ଦୀପକ ଚହର ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଅଲରାଉଣ୍ଡର ସାମ କୁରେନ ଉଭୟ ବୋଲିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଛନ୍ତି ।

ସେପଟେ ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା କୋଲକାତା ନାଇଟ ରାଇଡର୍ସ ବାକି ଦୁଇଟି ମ୍ୟାଚରେ ପରାଜିତ ହୋଇଛି । ମୁମ୍ବାଇ ବିପକ୍ଷରେ ଦଳର ବ୍ୟାଟିଂ ଶେଷ 5 ଓଭରରେ ଧ୍ବସ୍ତ ହୋଇଯାଇଥିଲା । ଭଲ ଆରମ୍ଭ ମିଳିଲେ ସୁଦ୍ଧା ଏହାର ଫାଇଦା ଉଠାଇ ପାରୁନାହିଁ ଦଳ । ବ୍ୟାଟିଂରେ ଇଅନ ମୋର୍ଗାନଙ୍କ ଧୂଆଁଦାର ଇନିଂଶ ଦେଖିବାକୁ ମିଳି ପାରୁନାହିଁ । କେବଳ ବରୁଣ ଚକ୍ରବର୍ତ୍ତୀଙ୍କୁ ଛାଡ଼ିଦେଲେ ଆଉ କେଉଁ ବୋଲର ପ୍ରଭାବଶାଳୀ ହୋଇ ପାରିନାହାନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କେକେଆର ଚୂଡ଼ାନ୍ତ ଏକାଦଶ ଉପରେ ସଭିଁଙ୍କ ନଜର ରହିବ।

କୋଲକାତା ନାଇଟ ରାଇଡର୍ସ ଦଳ

ଇଅନ ମୋର୍ଗାନା (ଅଧିନାୟକ), ଶୁଭମନ ଗିଲ, ନୀତିଶ ରାଣା, ଟିମ ସେଫର୍ଟ, ରାହୁଲ ତ୍ରୀପାଠି, ରିଙ୍କୁ ସିଂ, ଦିନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ, ସୁନିଲ ନାରିନ, ବରୁଣ ମାଭି, କୂଳଦୀପ ଯାଦବ, ପ୍ୟାଟ କମିନ୍ସ, ଲକି ଫର୍ଗୁସନ, କମଲେଶ ନାଗରକୋଟି, ବରୁଣ ଚକ୍ରବର୍ତ୍ତୀ, ସନ୍ଦୀପ ୱାରିଅର, ପ୍ରସିଦ୍ଧ କୃଷ୍ଣା, ସାକିବ ଅଲ-ହାସନ, ସେଲଡନ ଜ୍ୟାକସନ, ବୈଭବ ଅରୋଡା, କରୁଣ ନାୟାର, ହରଭଜନ ସିଂହ, ବେନ କଟିଙ୍ଗ, ଭେଙ୍କଟେସ ଆୟର ଓ ପବନ ନେଗୀ ।

ଚେନ୍ନାଇ ସୁପର କିଙ୍ଗ୍ସ ଦଳ

ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେ.ଏମ ଆସିଫ, ଦୀପକ ଚହର, ଡ୍ବେନ ବ୍ରାଭୋ, ଫାଫ ଡୁ ପ୍ଲେସି, ଇମରାନ ତାହିର, ଏନ ଜଗଦିଶନ, କର୍ଣ୍ଣ ଶର୍ମା, ଲୁଙ୍ଗି ନିଗିଡି, ମିଚେଲ ସାଣ୍ଟନର୍, ରବିନ୍ଦ୍ର ଜାଡେଜା, ରୁତୁରାଜ ଗାୟକୱାଡ, ଶାର୍ଦ୍ଦୁଲ ଠାକୁର, ସାମ କୁରେନ, ଆର ସାଇ କିଶୋର, ମୋଇନ ଅଲି, କେ ଗୌତମ, ଚେତେଶ୍ବର ପୂଜାରା, ହରିଶଙ୍କର ରେଡ୍ଡୀ, ଭାଗନାଥ ବର୍ମା, ସି ହରି ନିଶାନ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.