ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ଦ୍ରୁତ 5ହଜାର ରନ ପୂରଣ କରିଛନ୍ତି ପଞ୍ଜାବ କିଙ୍ଗ୍ସ ଅଧିନାୟକ କେଏଲ ରାହୁଲ । ତାଙ୍କ ପଛକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସର ସୁରେଶ ରାଇନା ।
କେଏଲ ରାହୁଲ ଟି-20 କ୍ୟାରିଅରରେ 5 ହଜାର ରନ ପୂରଣ କରିବାକୁ ମୋଟ 143ଟି ଇନିଂଶ ଖେଳିଛନ୍ତି । ସେହିଭଳି ବିରାଟ କୋହଲି ଟି-20 କ୍ରିକେଟରେ 5 ହଜାର ରନ ପୂରଣ କରିବାକୁ 167ଟି ଇନିଂସ ଖେଳିଥିଲେ । ଏହି ତାଲିକାର ତୃତୀୟ ସ୍ଥାନରେ ଥିବା ସୁରେଶ ରାଇନା ଏହି ଛୋଟ ଫର୍ମାଟ କ୍ରିକେଟରେ 5 ହଜାର ରନ ପୂରଣ କରିବାକୁ 173ଟି ଇନିଂଶ ଖେଳିଥିଲେ ।
ପଞ୍ଜାବ କିଙ୍ଗ୍ସ ବିପକ୍ଷରେ 4 ରନ କରିବା ପରେ କେ.ଏଲ ରାହୁଲ ଏହି କିର୍ତ୍ତିମାନ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ଏଥିପାଇଁ ତାଙ୍କୁ 156ଟି ମ୍ୟାଚ ଖେଳିବାକୁ ପଡ଼ିଛି । 5 ହଜାର ରନ ମଧ୍ୟରେ 4ଟି ଶତକ ଓ ଓ 41ଟି ଅର୍ଦ୍ଧ ଶତକ ସାମିଲ ରହିଛି । ଏହି ମାଇଲଷ୍ଟୋନ ଛୁଇଁବାରେ ସେ 12ତମ ଭାରତୀୟ ହୋଇ ପାରିଛନ୍ତି ।
ତେବେ ବିଶ୍ବରେ କ୍ରିଶ ଗେଲ ଦ୍ରୁତତମ 5ହଜାର ରନ ପୂରଣ କରିଛନ୍ତି । ସେ 132ଟି ଇନିଂଶ ଖେଳି 5 ହଜାର ରନ ପୂରଣ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ