ETV Bharat / sports

IPL 2022: ରେକର୍ଡ କହୁଛି ରାଇନା ଥିଲେ ଚେନ୍ନାଇ ଚମ୍ପିଆନ୍

ଚେନ୍ନାଇ ସୁପର କିଙ୍ଗ୍ସ(CSK) ଚୂଡାନ୍ତ ଏକାଦଶରେ ରାଇନାଙ୍କୁ ସାମିଲ ନ କରି ଖେଳିଥିବା ୨୨ଟି ମ୍ୟାଚ୍‌ରୁ ୧୪ଟିରେ ପରାଜୟର ମୁହଁ ଦେଖିଛି । ଏପରିକି ୩୬.୩୬ କମ ବିଜୟ ବିଜୟ ପ୍ରତିଶତ ସହ ମାତ୍ର ୮ଟି ମ୍ୟାଚ୍‌ ଜିତିପାରିଛି । ଅଧିକ ପଢନ୍ତୁ

Is Chennai Super Kings missing its lucky charm Suresh Raina?
IPL 2022: ରେକର୍ଡ କହୁଛି ରାଇନା ଥିଲେ ଚେନ୍ନାଇ ଚାମ୍ପିୟନ
author img

By

Published : Apr 4, 2022, 4:47 PM IST

Updated : Apr 4, 2022, 5:38 PM IST

ନୂଆଦିଲ୍ଲୀ: ଚଳିତ ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟରେ ଲଗାତାର ତିନୋଟି ମ୍ୟାଚ୍‌ରେ ପରାଜିତ ହୋଇସାରିଛି ଚାରି ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ(CSK) । ମୁମ୍ବାଇର ବ୍ରାବୋର୍ନୋ ଷ୍ଟାଡିୟମରେ ରବିବାର ଚେନ୍ନାଇ ଖେଳିଥିବା ତୃତୀୟ ମ୍ୟାଚ୍‌ରେ ମଧ୍ୟ ପଞ୍ଜାବ କିଙ୍ଗ୍ସ ଠାରୁ ପରାସ୍ତ ହୋଇଛି । ଚଳିତ ସିଜିନ ପରି UAEରେ ଖେଳାଯାଇଥିବା ଆଇପିଏଲ ୨୦୨୦ରେ ମଧ୍ୟ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ବିଜୟ ପାଇଁ ସଂଘର୍ଷ କରିଥିଲା ଡିଫେଣ୍ଡିଂ ଚାମ୍ପିୟନ । ସବୁଠୁ ମଜାଦାର କଥା ହେଉଛି, ଉଭୟ ସିଜିନରେ ଗୋଟିଏ ଜିନିଷ ସାଧାରଣ ରହିଛି, ତାହା ହେଉଛି ଷ୍ଟାର ବ୍ୟାଟ୍‌ର ସୁରେଶ ରାଇନାଙ୍କ ଅନୁପସ୍ଥିତି ।

ବର୍ଷ ୨୦୨୦ରେ ଯେବେ ଆଇପିଏଲ UAEରେ ଖେଳାଯାଇଥିଲା, ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ରାଇନା ଘରକୁ ଫେରିଆସିଥିଲେ । ସଂପୂର୍ଣ୍ଣ ସିଜିନରେ ସେ ନିଜକୁ ଟିମଠାରୁ ପୃଥକ ରଖିଥିଲେ ଓ CSK ମିଷ୍ଟର ଆଇପିଏଲଙ୍କ ଅନପସ୍ଥିତି ବିଶେଷ ଭାବେ ଅନୁଭବ କରିଥିଲା । ଫଳରେ ପ୍ରଥମ ଥର ପାଇଁ ଏଲୋଆର୍ମୀ ପ୍ଲେ-ଅଫ୍‌ରେ ପହଞ୍ଚିବାକୁ ବିଫଳ ହୋଇଥିଲା ।

CSK ପୁଣିଥିରେ ସଂଘର୍ଷ କରୁଥିବାବେଳେ 'Chinna Thala'ଙ୍କ ଅନୁପସ୍ଥିତି ଅନୁଭବ କରୁଛି । CSK ମ୍ୟାନେଜମେଣ୍ଟ ରାଇନାଙ୍କୁ ରିଲିଜ କରିବା ପରେ ଅକ୍ସନରେ କିଣିବାକୁ ଆଗ୍ରହ ଦେଖାଇନଥିଲେ । ଅନ୍ୟକୌଣସି ଫ୍ରାଞ୍ଚାଇଜ ମଧ୍ୟ ରାଇନାଙ୍କୁ ନିଜର ଟିମରେ ନେବାପାଇଁ ଆଗ୍ରହ ଦେଖାଇନଥିଲେ । ଫଳରେ ଆଇପିଏଲର ଏହି ସିଜିନରେ ତାଙ୍କୁ ଅନସୋଲ୍ଡ ରହିବାକୁ ପଡିଥିଲା ।

ବର୍ତ୍ତମାନ ଫ୍ୟାନ୍ସ ଉଭୟ ସିଜିନରେ ଟିମର ସମାନ ଖରାପ ପ୍ରଦର୍ଶନକୁ ତୁଳନା କରି ସୁରେଶ ରାଇନାଙ୍କୁ ଟିମର ଆବଶ୍ୟକତା ଥିବା ପ୍ରତିକ୍ରିୟା ରଖୁଛନ୍ତି । ତେବେ ରାଇନାଙ୍କୁ ଏବେ କମେଣ୍ଟ୍ରୀ ବକ୍ସରେ ଦେଖିବାକୁ ମିଳୁଛି । ମାତ୍ର ପରିସଂଖ୍ୟାନ କହୁଛି, ରାଇନାଙ୍କ ବିନା ଚେନ୍ନାଇର ପ୍ରଦର୍ଶନ ନୈରାଶାଜନକ ରହିଛି । ଚେନ୍ନାଇ ସୁପର କିଙ୍ଗ୍ସ(CSK) ଚୁଡାନ୍ତ ଏକାଦଶରେ ରାଇନାଙ୍କୁ ସାମିଲ ନ କରି ଖେଳିଥିବା ୨୨ଟି ମ୍ୟାଚ୍‌ରୁ ୧୪ଟିରେ ପରାଜୟର ମୁହଁ ଦେଖିଛି । ଏପରିକି ୩୬.୩୬ କମ ବିଜୟ ବିଜୟ ପ୍ରତିଶତ ସହ ମାତ୍ର ୮ଟି ମ୍ୟାଚ୍‌ ଜିତିପାରିଛି ।

ସୁରେଶ ରାଇନା ୨୦୫ଟି IPL ମ୍ୟାଚ୍‌ ଖେଳିଥିବାବେଳେ ୧୩୬.୭୬ ଷ୍ଟ୍ରାଇକ୍‌ରେଟ୍‌ରେ ୫୫୨୮ ରନ୍‌ ସଂଗ୍ରହ କରିଛନ୍ତି । ଏହାମଧ୍ୟରେ ଗୋଟିଏ ଶତକ ଓ ୩୯ଟି ଅର୍ଦ୍ଧଶତକ ରହିଛି । ଚେନ୍ନାଇ ଚଳିତ ଆଇପିଏଲ ସିଜିନରେ ଖେଳିଥିବା ପ୍ରଥମ ତିନୋଟି ମ୍ୟାଚ୍‌ରେ ପରାଜୟ ପରେ ବର୍ତ୍ତମାନ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି । ଶନିବାର ଡିୱାଇ ପାଟିଲ୍‌ ଷ୍ଟାଡିୟମରେ ଚେନ୍ନାଇ ପରବର୍ତ୍ତୀ ମୁକାବିଲା ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 4, 2022, 5:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.