ETV Bharat / sports

IPL2022: ରାଜସ୍ଥାନ ବିଜୟଧାରାରେ ବ୍ରେକ, ୪ ୱିକେଟରେ ଜିତିଲା ବାଙ୍ଗାଲୋର

ଚଳିତ ଆଇପିଏଲରେ କ୍ରମାଗତ ବିଜୟ ହାସଲ କରିଥିବା ରାଜସ୍ଥାନ ରୟାଲ୍ସ ବିଜୟ ଧାରାରେ ବ୍ରେକ ଲାଗିଛି। ମଙ୍ଗଳବାର ଅନୁଷ୍ଠିତ ଏକ ରୋମାଞ୍ଚକର ମ୍ୟାଚରେ ରୟାଲ୍ସକୁ ୪ ୱିକେଟରେ ହରାଇଛି ରୟାଲ । ଅଧିକ ପଢନ୍ତୁ

୪ ୱିକେଟରେ ଜିତିଲା ବାଙ୍ଗାଲୋର
୪ ୱିକେଟରେ ଜିତିଲା ବାଙ୍ଗାଲୋର
author img

By

Published : Apr 6, 2022, 7:23 AM IST

ମୁମ୍ବାଇ: ଚଳିତ ଆଇପିଏଲରେ କ୍ରମାଗତ ବିଜୟ ହାସଲ କରିଥିବା ରାଜସ୍ଥାନ ରୟାଲ୍ସ ବିଜୟ ଧାରାରେ ବ୍ରେକ ଲାଗିଛି । ମଙ୍ଗଳବାର ଅନୁଷ୍ଠିତ ଏକ ରୋମାଞ୍ଚକର ମ୍ୟାଚରେ ରୟାଲ୍ସକୁ ୪ ୱିକେଟରେ ହରାଇଛି ରୟାଲ । ଦିନେଶ କାର୍ତ୍ତିକ ଓ ସାହବାଜ ଅହମ୍ମଦଙ୍କ ଦମଦାର ବ୍ୟାଟିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି । ଏହି ମ୍ୟାଚରେ ରାଜସ୍ଥାନ ୩ଟି ୱିକେଟ ହରାଇ ୧୬୯ ରନ କରିଥିଲା । ଜବାବରେ ବାଙ୍ଗାଲୋର ୧୯.୧ ଓଭରରେ ୬ ୱିକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରି ନେଇଥିଲା । କାର୍ତ୍ତିକଙ୍କ କମାଲ ପାଇଁ ଦଳ ବିଜୟୀ ହୋଇଥିଲା । କାର୍ତ୍ତିକ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।

ଟସ ଜିତି ବାଙ୍ଗାଲୋର ଫିଲ଼୍ଡିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୬୯ ରନ୍‌ ସଂଗ୍ରହ କରିଥିଲା । ଫଳରେ ବାଙ୍ଗାଲୋର ସାମ୍ନାରେ ୧୭୦ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା । ରାଜସ୍ଥାନ ପକ୍ଷରୁ ପୂର୍ବ ମ୍ୟାଚ୍‌ରେ ଶତକ ହାସଲ କରିଥିବା ଓପନର ଜସ୍‌ ବଟଲର ପୁଣି ଏକ ବିସ୍ଫୋରକ ଇଂନିସ ଖେଳିଥିଲେ । ୪୭ ବଲ୍‌ରୁ ୬ଟି ଛକା ସହାୟତାରେ ଅପରାଜିତ ୭୦ ରନ୍‌ର ମାରାଥନ ଇଂନିସ ଖେଳିଥିଲେ ବଟଲର । ସେହିପରି ସିମ୍ରନ ହେଟମେୟର ମଧ୍ୟ ୩୧ ବଲ୍‌ରୁ ୪ଟି ଚୌକା ଓ ୨ଟି ଛକା ସହାୟତାରେ ୪୨ ରନ୍‌ର ଧୁଆଁଧାର ଇଂନିସ ଖେଳିଥିଲେ। କ୍ୟାପଟେନ ସଞ୍ଜୁ ସାମସନ ଓ ଯୁବ ଓପନ ଜଶସ୍ବୀ ଜୟଶ୍ବାଲ ବିଫଳ ହୋଇଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଡେଭିଡ ୱିଲି, ୱାନିନ୍ଦୁ ହସରଙ୍ଗା ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ୱିକେଟ ହାସଲ କରିବାରେ ସଫଳ ହୋଇଥିଲେ ।

୧୭୦ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ବାଙ୍ଗାଲୋର । 87 ବଲକୁ ଦଳ ୫ଟି ୱିକେଟ ହରାଇ ସାରିଥିଲା । ରାଜସ୍ଥାନର ତୃତୀୟ ବିଜୟ ଏକ ପ୍ରକାର ନିଶ୍ଚିନ୍ତ ଥିଲା । ହେଲେ ଦିନେଶ କାର୍ତ୍ତିକ ସବୁ ଅନୁମାନକୁ ଭୁଲ ପ୍ରମାଣିତ କରିଥିଲେ । କ୍ରିଜରେ କମାଲ କରି ରାଜସ୍ଥାନ ହାତରୁ ମ୍ୟାଚ ଛଡାଇ ଆଣିଥିଲେ କାର୍ତ୍ତିକ । ଫିଲ୍ଡର ଚାରିଆଡକୁ ଦର୍ଶକୀୟ ସଟ ମାରିଥିଲେ କାର୍ତ୍ତିକ । ୨୩ ବଲରେ ୪୪ ରନ କରିଥିଲେ କାର୍ତ୍ତିକ । ସେଥିରେ ୭ଟି ଚୌକା ଓ ୧ ଛକା ସାମିଲ ଅଛି । ୪୫ ବଲରେ ବିଜୟ ପାଇଁ ବାଙ୍ଗାଲୋରକୁ ୮୩ ରନ ଦରକାର ଥିଲା । ଦିନେଶ କାର୍ତ୍ତିକ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ବାଙ୍ଗାଲୋର ପକ୍ଷରୁ କୋହଲି ୫, ଡୁ ପ୍ଲେସି ୨୯, ଅନୁଜ ୨୬, ଅହମ୍ମଦ ୪୫ ରନ ଯୋଡିଥିଲେ । ରାଜସ୍ଥାନ ପକ୍ଷରୁ ଚହର ୧୫ ରନ ଦେଇ ୨ଟି ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.