ETV Bharat / sports

IPL2022: ଆଜି କୋଲକାତା-ମୁମ୍ବାଇ ମୁକାବିଲା, ଖାତା ଖୋଲିବା ଲକ୍ଷ୍ୟରେ MI

author img

By

Published : Apr 6, 2022, 7:53 AM IST

ଚଳିତ ଟାଟା ଆଇପିଏଲରେ ଆଜି ୧୪ତମ ମ୍ୟାଚ ଖେଳାଯିବ । ଆଜି ପୁଣେରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମୁକାବିଲା ହେବ । ଅଧିକ ପଢନ୍ତୁ

ଆଜି କୋଲକାତା-ମୁମ୍ବାଇ ମୁକାବିଲା
ଆଜି କୋଲକାତା-ମୁମ୍ବାଇ ମୁକାବିଲା

ପୁଣେ: ଚଳିତ ଟାଟା ଆଇପିଏଲରେ ଆଜି ୧୪ ତମ ଲିଗ ମ୍ୟାଚ ଖେଳାଯିବ । ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ପରସ୍ପରକୁ ଭେଟିବେ । ମ୍ୟାଚକୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଏ ଯାଏଁ ମୁମ୍ବାଇ ଗୋଟିଏ ବି ମ୍ୟାଚ ଜିତିନାହିଁ । କୋଲକାତା ତାର ତୃତୀୟ ବିଜୟ ଲକ୍ଷ୍ୟ ରଖିଥିବା ମୁମ୍ବାଇ ପ୍ରଥମ ବିଜୟ ସହ ପଏଣ୍ଟ ଟେବୁଲରେ ଖାତା ଖୋଲିବା ନେଇ ଲକ୍ଷ୍ୟ ରଖିଛି ।

ପ୍ରଥମ ୨ଟି ମ୍ୟାଚରେ ପରାସ୍ତ ହୋଇଛି ମୁମ୍ବାଇ । ଆଜିର ମ୍ୟାଚକୁ ଜିତିବାକୁ ସବୁ ଶକ୍ତି ଖଟାଇବ ଦଳ । ବିଶେଷ କରି ବୋଲିଂ ବିଭାଗକୁ ସୃଦୁଢ କରିବାକୁ ପଡିବ । ପ୍ରଥମ ମ୍ୟାଚରେ ଦିଲ୍ଲୀ ଓ ଦ୍ବିତୀୟ ମ୍ୟାଚରେ ରାଜସ୍ଥାନଠୁ ପରାସ୍ତ ହୋଇଥିଲା ମୁମ୍ବାଇ । ପ୍ରଥମ ମ୍ୟାଚରେ ଡେଥ ବୋଲିଂରେ ତ୍ରୁଟି ଯୋଗୁଁ ମୁମ୍ବାଇ ହାତରୁ ମ୍ୟାଚ ଖସି ଯାଇଥିଲା । ଆଜି ସମସ୍ତ ତ୍ରୁଟିକୁ ସୁଧାରି ବୋଲିଂ ବିଭାଗରେ ଉନ୍ନତି ଆଣି ଦଳକୁ ଖେଳିବାକୁ ହେବ । ଅଧିନାୟକ ରୋହିତଙ୍କ ଉପରେ ନଜର ରହିଛି ।

ଏହି ବି ପଢନ୍ତୁ...PL2022: ରାଜସ୍ଥାନ ବିଜୟଧାରାରେ ବ୍ରେକ, ୪ ୱିକେଟରେ ଜିତିଲା ବାଙ୍ଗାଲୋର

ସେପଟେ ନାଇଟ ରାଇଡର୍ସ ୩ଟି ମ୍ୟାଚ ଖେଳି ୨ଟିରେ ବିଜୟ ହସାଲ କରିଛି । ଦଳର ମନୋବଳ ଭଲ ଅଛି । ସବୁ ବିଭାଗରେ ଦଳର ପ୍ରଦର୍ଶନ ଭଲ ରହିଛି । ପଞ୍ଜାବ କିଙ୍ଗସ ବିପକ୍ଷରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଆଜି ରସେଲ କିଛି କମାଲ କରିବା ନେଇ ଆଶା କରାଯାଉଛି । ଆଜିର ମ୍ୟାଚକୁ ଜିତିଲେ କୋଲକତାର ତୃତୀୟ ବିଜୟ ହେବ । ସନ୍ଧ୍ୟା ୭ଟା ୩୦ରେ ମ୍ୟାଚ ଆରମ୍ଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.