ETV Bharat / sports

IPL 2022: ଆଜି RR - DC ମୁକାବିଲା - ଆଜି RR - DC ମୁକାବିଲା

ଚଳିତ ଆଇପିଏଲରେ ଆଜି (ଶୁକ୍ରବାର) 33ତମ ଲିଗ ମ୍ୟାଚ ଖେଳାଯିବ । ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ପୁଣେ ସ୍ଥିତ ଏମସିଏ ଗ୍ରାଉଣ୍ଡରେ ମ୍ୟାଚ ଖେଳାଯିବାର ଥିଲା । ଅଧିକ ପଢନ୍ତୁ

ଆଜି RR - DC ମୁକାବିଲା
ଆଜି RR - DC ମୁକାବିଲା
author img

By

Published : Apr 22, 2022, 10:49 AM IST

ମୁମ୍ବାଇ: ଚଳିତ ଆଇପିଏଲରେ ଆଜି (ଶୁକ୍ରବାର) 33ତମ ଲିଗ ମ୍ୟାଚ ଖେଳାଯିବ । ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ପୁଣେ ସ୍ଥିତ ଏମସିଏ ଗ୍ରାଉଣ୍ଡରେ ମ୍ୟାଚ ଖେଳାଯିବାର ଥିଲା । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମ୍ୟାଚକୁ ୱାଙ୍ଖଡେ ଷ୍ଟାଡିୟମକୁ ସ୍ଥାନାନ୍ତରିତ କରାଯାଇଛି । ଆଜି ମ୍ୟାଚକୁ ଜିତିବାକୁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି ।

ରୟାଲ୍ସ ମୋଟ 6 ଟି ମ୍ୟାଚ ଖେଳି 4 ଟି ବିଜୟ ହାସଲ କରିଛି । 8 ପଏଣ୍ଟ ସହ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଆଜି ଦିଲ୍ଲୀକୁ ହରାଇବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଦଳ । ଦଳର ଉଭୟ ବ୍ୟାଟିଂ ବୋଲିଂ ବିଭାଗ ଭଲ ଅଛି । ରୟାଲ୍ସର ଜୋସ ବଟଲର 2ଟି ଶତକ ଅର୍ଜନ କରିଛନ୍ତି । ଆଜି ତାଙ୍କ ବ୍ୟାଟରୁ କିଛି ବିସ୍ଫୋରକ ବ୍ୟାଟିଂ ଆଶା କରିବେ କ୍ରିକେଟ ପ୍ରେମୀ । ପୂର୍ବ ମ୍ୟାଚରେ କୋଲକାତାକୁ ହରାଇଥିଲା ରାଜସ୍ଥାନ । ଚହଲଙ୍କ ଚମତ୍କାର ବୋଲିଂ ପାଇଁ ଏହା ସଫଳ ହୋଇଥିଲା ।

ଏହା ବି ପଢନ୍ତୁ...IPL2022: ମୁମ୍ବାଇର ସପ୍ତମ ପରାଜୟ, ସୁପରକିଙ୍ଗସକୁ ଜିତାଇଲେ ଧୋନୀ

ସେପଟେ ଦିଲ୍ଲୀ କ୍ୟାମ୍ପରେ କୋରୋନା ପ୍ରବେଶ ପରେ ବି ସେମାନଙ୍କ ମନବଳ ଭାଙ୍ଗିନାହିଁ । ମୋଟ 6ଟି ମ୍ୟାଚ ଖେଳି 3ଟିରେ ବିଜୟ ହୋଇ 6 ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି ଦିଲ୍ଲୀ ଦଳ । କ୍ୟାପିଟାଲ୍ସର ପୃଥ୍ବୀ ଶ' ଓ ଡେଭିଡ ୱାର୍ଣ୍ଣର ପାୱାର ପ୍ଲେରେ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି । ପୂର୍ବ ମ୍ୟାଚରେ ରୟାଲ୍ସର ସ୍ପିନର ୟୁଝବେନ୍ଦ୍ର ଚହଲଙ୍କ ପାୱାର ଦେଖିବାକୁ ମିଳିଥିଲା । କୋଲକାତା ବିପକ୍ଷରେ ଚହଲ ହ୍ୟାଟ୍ରିକ ଅର୍ଜନ କରି ଦଳକୁ ବିଜୟୀ କରାଇଥିଲେ । ଆଜି ତାଙ୍କୁ ସତର୍କତାର ସହ ସାମ୍ନା କରିବ କ୍ୟାପିଟାଲ୍ସର ବ୍ୟାଟର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.